ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ଗଳିଲା ବର୍ଷାପାଣି
ଆନନ୍ଦପୁର,୧୨।୫(ସ୍ବ.ପ୍ର.): ବାତ୍ୟା ପ୍ରଭାବରେ ବୁଧବାର ସକାଳେ ସାମାନ୍ୟ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭିତରେ ପାଦବୁଡ଼ା ପାଣି ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀ ସହାୟକମାନେ ଯିବାଆସିବା ସମୟରେ ପଡ଼ି ଆହତ ହେବା ଭଳି ଘଟଣା ଘଟିଥିଲା। ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର…
ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ: ଛେଚା ଖାଇଲେ, ଜରିମାନା ଦେଇ ଫେରିଲେ
ଖଇରା, ୧୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଏକ ବିବାହ ଅବସରରେ ଖାସି ମାଂସ ଖାଇବାକୁ ନେଇ ପ୍ରଥମେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ଲୋକେ ସହି ପାରିଲେନି। ଗଣ୍ଡଗୋଳ ଭିଆଇଥିବା ଯୁବଗୋଷ୍ଠୀଙ୍କୁ ଏଭଳି ଛେଚିଲେ ଯେ, କେତେଜଣ ଦୌଡି…
୫ ଲକ୍ଷର ପକ୍କା ରାସ୍ତା ୫ମାସରେ ନଷ୍ଟ
ବାରିପଦା ଅଫିସ,୧୨।୫: ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରର ୱାର୍ଡନଂ.୨୭ରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ପକ୍କା ରାସ୍ତା ୫ମାସ ମଧ୍ୟରେ ନଷ୍ଟ ହୋଇଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ୱାର୍ଡବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ…
ବିବାଦୀୟ ହୋଇପଡିଛି ଆରଡି ରାସ୍ତା ନିର୍ମାଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ସରଣ୍ଡା, ୧୨।୫(ଡିଏନଏ):ବରଗଡ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ୫୩ ନମ୍ବର ଜାତୀୟ ରାଜପଥରୁ ଜାଙ୍ଗେଡ଼ ଆରଡ଼ି ରାସ୍ତା ଭାୟା ଲରାସରା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହି ରାସ୍ତାର ଟୁପାପଡା ଗ୍ରାମରେ ଯେଉଁ ପୁରୁଣା ଜମିରେ ରାସ୍ତା…
ଝାଟିଆ ବିଦ୍ୟୁତ୍ ଷ୍ଟ୍ରକ୍ଚର ସମ୍ମୁଖରେ ଧାରଣା
ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବିଦ୍ୟୁତ୍ ଉପଖଣ୍ଡରେ କ୍ରମାଗତ ୩ମାସ ଧରି ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତା ହଇରାଣ ହେଉଛନ୍ତି। ଗତ ୩ଦିନ ଧରି ରାତିତମାମ ବିଦ୍ୟୁତକାଟ ଉପଭାକ୍ତାଙ୍କୁ କନ୍ଦାଉଛି। ପ୍ରତିବାଦରେ ଝାଟିଆ ବିଦ୍ୟୁତ ଷ୍ଟ୍ରକଚର ସମ୍ମୁଖରେ ଶତାଧିକ ଉପଭୋକ୍ତା…
ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ
ବାଲିଆପାଳ, ୧୨।୫(ସ୍ବ.ପ୍ର.): ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ କରିଛି। ପୋଲିସକୁ ଚକ୍ମା ଦେଇ ଶାବୁଦ୍ଦିନ ଫେରାର ଥିବାରୁ ପ୍ରଶାସନ କୌଣସି ସମସ୍ୟାର…
୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ
ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି…
ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି
ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ବାଲିଘାଟ ସଇରାତ୍ରେ ଜନଶୁଣାଣି ଶେଷ ହୋଇଛି।…
ଜେଇ ଟଙ୍କା ନେଉଥିବା ଭିଡିଓ ଭାଇରାଲ
ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଜେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଏହାକୁ ନେଇ ଉପରିସ୍ଥ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜେଇ ଜଣକ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି…
୩୨ ଅଣ୍ଡାରୁ ବାହାରିଲେ ଘଡ଼ିଆଳ ଛୁଆ
ବନ୍ତଳା,୧୨ା୫(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପାଇଁ ସୋମବାର ଆସିଛି ଖୁସି ଖବର। ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ସାତକୋଶିଆ ଡିଏଫ୍ଓ ସରୋଜ କୁମାର ପଣ୍ଡା ଏ ନେଇ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଡିଏଫ୍ଓ…
ମୟୂରଭଞ୍ଜ ଜିଲା: ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜ ଜିଲାର ବିପଦପୂର୍ଣ୍ଣ ସ୍ଥାନ। ପ୍ରତି ମାସରେ ଏଠି ୨ରୁ ୩ଟି ଦୁର୍ଘଟଣା ଘଟୁଛି। ଡିଆର୍ଏସ୍ସି ବୈଠକରେ ଏହି ସମସ୍ୟା ଉପରେ ନିୟମିତ ଆଲୋଚନା ହେଉଛି। ହେଲେ ଏନ୍ଏଚ୍ଏଆଇ ପକ୍ଷରୁ ଏନେଇ ଅସହଯୋଗ କରାଯାଉଛି। ଡିଆର୍ଏସ୍ସି ବୈଠକରେ…
ପ୍ରେମ ପାଇଁ ୨ ପ୍ରେମିକ ହଟହଟା: ଜଣେ ବାହାହେଲେ, ଜଣେ ଜରିମାନା ଗଣିଲେ
ଭଦ୍ରକ ଅଫିସ, ୧୨।୫: ପ୍ରେମ ପାଇଁ ଦୁଇଜଣ ପ୍ରେମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣଙ୍କୁ ବିବାହ କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଜରିମାନା ଗଣିବାକୁ ପଡିଛି। ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କାଉପୁର ସିରାପୁର ଅଞ୍ଚଳରେ ମଙ୍ଗଳବାର ଏଭଳି…

