ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ଆଂଶିକ ରଦ୍ଦ ଓ ଦିଗ ପରିବର୍ତ୍ତନ ହୋଇଛି। ସୂଚନା ଅନୁଯାୟୀ ୦୮୪୩୯ ପୁରୀ-ପାଟନା ଏକ୍ସପ୍ରେସ, ୦୮୫୨୨ ବିଶାଖାପାଟଣା-ଗୁଣପୁର ସ୍ପେଶାଲ, ୦୮୫୨୧ ଗୁଣପୁର-ବିଶାଖାପାଟଣା ସ୍ପେଶାଲ, ୧୮୫୫୧ ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ, ୧୭୨୪୦ ବିଶାଖାପାଟଣା-ଗୁଣ୍ଟୁର ସୀମାଦ୍ରି ଏକ୍ସପ୍ରେସ, ୧୨୮୦୭ ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ, ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ୨୨୮୨୦ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି, ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ୧୭୨୬୮ ବିଶାଖାପାଟଣା-କାକିନାଡା ପୋର୍ଟ ଏକ୍ସପ୍ରେସ, ୨୨୮୦୫ ଭୁବନେଶ୍ୱର-ଆନନ୍ଦବିହାର ସୁପରଫାଷ୍ଟ ଭାୟା ସମ୍ବଲପୁର ସିଟି, ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ, ୧୨୮୧୫ ପୁରୀ-ଆନନ୍ଦବିହାର-ନନ୍ଦନକାନନ ଏକ୍ସପ୍ରେସ, ୧୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ୧୨୮୧୬ ଆନନ୍ଦବିହାର-ପୁରୀ-ନନ୍ଦନକାନନ ଏକ୍ସପ୍ରେସ, ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ, ୧୭୨୬୭ କାକିନାଡା ପୋର୍ଟ-ବିଶାଖାପଟନମ ଏକ୍ସପ୍ରେସ୍‌କୁ ଶନିବାରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ରଦ୍ଦ କରାଯାଇଛି। ସେହିପରି ୧୮୫୫୧ କିରାଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଓ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ୦୮୪୪୦ ପାଟନା-ପୁରୀ ଏକ୍ସପ୍ରେସ, ୧୭୨୩୯ ଗୁଣ୍ଟୁର-ବିଶାଖାପାଟଣା ସୀମାଦ୍ରି ଏକ୍ସପ୍ରେସ ରବିବାରଠାରୁ ରଦ୍ଦ କରାଯାଇଛି। ୨୦୮୨୩ ପୁରୀ-ଆଜମେର ଏକ୍ସପ୍ରେସ, ୧୨୮୦୮ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ, ୨୨୮୦୬ ଆନନ୍ଦବିହାର-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ୨୦ ତାରିଖ ଏବଂ ୨୦୮୨୪ ଆଜମେର-ପୁରୀ ଏକ୍ସପ୍ରେସ ୨୩ ତାରିଖରୁ ରଦ୍ଦ ହୋଇଛି। ସେହିପରି ପୂର୍ବତଟ ରେଳପଥ ଦେଇ ଅତିକ୍ରମ କରୁଥିବା ଟ୍ରେନଗୁଡିକ ଯଥା ୧୨୨୫୩ ଯଶବନ୍ତପୁର-ଭାଗଲପୁର ଏକ୍ସପ୍ରେସ ୧୮ ତାରିଖ, ୨୨୬୪୩ ଏର୍ନାକୁଲମ-ପାଟନା ଏକ୍ସପ୍ରେସ ୨୦ ତାରିଖ, ୧୮୦୪୫ ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ ୧୯ ତାରିଖ ଚଳାଚଳ ରଦ୍ଦ ହୋଇଛି। ପୂର୍ବତଟ ରେଳପଥ ଡିଭିଜନରୁ ଛାଡୁଥିବା ୩ ପ୍ରମୁଖ ଟ୍ରେନ ବିଶାଖାପାଟଣା ସ୍ଥଳେ ଅନକାପାଲିଠାରୁ ଛାଡ଼ିବ। ଏହାବାଦ ୧୦ଟି ପ୍ରମୁଖ ବାଉଣ୍ଡ ଟ୍ରେନ ଆଂଶିକ ଭାବେ ରଦ୍ଦ କରାଯାଇଛି। ଅନ୍ୟପକ୍ଷେ ୮ଟି ଟ୍ରେନ, ଯାହାକି ବିଶାଖାପାଟଣା ଦେଇ ଯିବା କଥା ତାହା ଦିଗ ପରିବର୍ତ୍ତନ କରି ଉତ୍ତର ସୀମାଞ୍ଚଳମ ଓ ଦୁଭାଡ଼ା ଦେଇ ଅତିକ୍ରମ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ଯୋଗୁ ଟ୍ରେନ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ହିଂସାକୁ ଦୃଷ୍ଟିରେ ରଖି ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ଆର୍‌ପିଏଫ୍‌ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri