ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍‌

ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ। ଏମାନେ ଜୁନ୍‌ ୨୯ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ କରିବେ। ସେହିପରି ୧୫ କମାଣ୍ଡାଣ୍ଟ, ୩୭ଜଣ ଅତିରିକ୍ତ ଏସ୍‌ପି, ୮୫ ଡିଏସ୍‌ପି, ୧୫୦ ଇନ୍ସପେକ୍ଟର, ୭୬୦ ସବଇନ୍ସପେକ୍ଟରଙ୍କ ସମେତ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ତିନି ରଥ ଦାୟିତ୍ୱରେ ତିନି ଜଣ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ମିଳିଛି। ତାଳଧ୍ୱଜ ରଥ ଦାୟିତ୍ୱରେ ଏସ୍‌ପି କନୱର ବିଶାଲ ସିଂ, ଉପଜିଲାପାଳ ଭବତାରଣ ସାହୁ ଓ ଡେପୁଟି କଲେକ୍ଟର ସୁମନ୍ତ କର ରହିବେ। ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଏବଂ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ ରହିବେ। ସେହିଭଳି ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲାପାଳ ସମର୍ଥ ବର୍ମା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ନିୟନ୍ତ୍ରଣ ପାଇଁ ପୁରୀ ସହରକୁ ୧୮ଟି ଓ ସହର ବାହାରକୁ ୧୧ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଅସ୍ଥାୟୀ ପାର୍କିଂ ପାଇଁ ୨୩ଟି ସ୍ଥାନ ଚିହ୍ନଟ ହୋଇଛି। ୭୦ଟି ଜାଗାରେ ୮୭ଟି ଏଲ୍‌ଇଡି ଲାଇଟ୍‌ ଲଗାଯିବ। ମଙ୍ଗଳାଘାଟ, ବାଲିଘାଟ, ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଭଳି ସ୍ଥାନରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ହେବ। ହାଇମାଷ୍ଟ ଓ ସେମିହାଇମାଷ୍ଟ ଲାଇଟ୍‌ର ମରାମତି କାର୍ଯ୍ୟ ସରିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ୩ଶହ ଅସ୍ଥାୟୀ ପାଇଖାନା ଓ ଶୌଚାଳୟ ନିର୍ମାଣ ହେଉଛି। ସମୁଦ୍ରକୂଳ ସଫା ଓ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ମତ୍ସ୍ୟଜୀବୀମାନେ ନିୟୋଜିତ ହେବେ। ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ରେଡିଓଗ୍ରାଫରଙ୍କୁ ମିଶାଇ ୨୪୫ ଜଣ ଅତିରିକ୍ତ ନିୟୋଜିତ ହେବେ। ପୁରୀ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫୫ଟି ଅତିରିକ୍ତ ଶଯ୍ୟା ଓ ଗ୍ରାମାଞ୍ଚଳ ନିମିତ୍ତ ୫୨ଟି ଶଯ୍ୟାର ବ୍ୟବସ୍ଥା ହୋଇଛି। ୮ଜଣ ଖାଦ୍ୟ ନିରୀକ୍ଷକ ନିୟୋଜିତ ହେବେ। ୩୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବ। ଅଂଶୁଘାତକୁ ଧ୍ୟାନ ଦେଇ ୨ଟି ହିଟ୍‌ ଷ୍ଟ୍ରୋକ୍‌ ସେଣ୍ଟର ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ବାଗେଡ଼ିଆ ଧର୍ମଶାଳା ପରିସରରେ ଖୋଲାଯିବ। ୨ଟି କାଜୁଆଲଟି କାର୍ଯ୍ୟକ୍ଷମ ହେବ। ଖାଦ୍ୟ ସୁରକ୍ଷା ନିମନ୍ତେ ୨ଟି ନିରୀକ୍ଷକ ଦଳ ଗଠନ ହେବ। ପୁରୀ ବାହାରୁ ୨୨୩ ଡାକ୍ତର, ୩୯ ନର୍ସ, ୧୬୦ ଫାର୍ମାସିଷ୍ଟ, ୪ ରେଡିଓ ଗ୍ରାଫର୍‌, ୧୩୯ ଆଟେଣ୍ଟାଣ୍ଡ ଏବଂ ୧୦ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଅଣାଯିବେ। ମୁଖ୍ୟରାସ୍ତା କଡ଼ରେ ୧୦ଟି ସଚେତନତା ହୋର୍ଡିଂ ଲଗାଯିବ। ପାନୀୟଜଳ ପାଇଁ ୭୬୦ଟି ହ୍ୟାଣ୍ଡପମ୍ପ ଟ୍ୟୁବୱେଲ୍‌ ବସାଯାଇଛି। ବଡ଼ଦାଣ୍ଡରେ ୨୫୦ଟି ଷ୍ଟାଣ୍ଡପୋଷ୍ଟ ହୋଇଛି। ୨୮ଟି ଟ୍ୟାଙ୍କର ୨୪ଘଣ୍ଟିଆ ମୁତୟନ ରହିବ। ୧୫ଟି ମରାମତି ଦଳ ସକ୍ରିୟ ରହିବେ। ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ୨୪ଟି ଡିଜି ସେଟ୍‌ର ବ୍ୟବସ୍ଥା ହେବ। ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଥିବା ଯାଞ୍ଚକାରୀ କର୍ମଚାରୀ ଓ ପରିବହନ ଆୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ୪ଜଣ ଇନ୍ସପେକ୍ଟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରିବେ। ଜିଲା ପରିବହନ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ହେବ। ରେଳଷ୍ଟେଶନରେ ୩୫ଟି ଟିକେଟ୍‌ କାଉଣ୍ଟର ଖୋଲିବ। ୧୧୫ଟି ନୂଆ ଟ୍ରେନ୍‌ ଚାଲିବ। ୨୮ଟି ଅଟୋମେଟିକ୍‌ ଟିକେଟ୍‌ କାଉଣ୍ଟର କରାଯିବ। ଆପତ୍‌କାଳୀନ ପରିସ୍ଥିତି ମୁକାବିଲା, ଅଗ୍ନିଶମ ବିଭାଗ ପ୍ରସ୍ତୁତି, ବ୍ୟାରିକେଡ୍‌ ବ୍ୟବସ୍ଥା, ବିପଦସଙ୍କୁଳ କୋଠାବାଡ଼ି ଚିହ୍ନଟ, ରାସ୍ତାଘାଟ ମରାମତି, ରଥ ନିର୍ମାଣ କାର୍ଯ୍ୟ, ପ୍ରସାରଣ ବ୍ୟବସ୍ଥା, ବ୍ୟାଙ୍କ ସେବା, ଜରୁରିକାଳୀନ ସେବା, ସୂଚନା ସେବା, ପର୍ଯ୍ୟଟନ ସେବା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri