ଜହ୍ନିକୁଦାରୁ ସାତପଡ଼ା ଜଳଯାତ୍ରା ବନ୍ଦ

କୃଷ୍ଣପ୍ରସାଦ,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଏବଂ ଆଳୁପାଟଣା ଗଁା ମଧ୍ୟରେ ରହିଥିବା ବିବାଦ ବଢ଼ିବାରେ ଲାଗିଛି। ଗତ ଗୁରୁବାର ୩୫ ମୌଜା କମିଟି ସମ୍ପାଦକଙ୍କୁ ଆଳୁପାଟଣା ଗ୍ରାମର କେତେଜଣ ଯୁବକ ସାତପଡ଼ାରେ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଶନିବାର ୩୫ମୌଜା କମିଟି ପକ୍ଷରୁ ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଆସୁଥିବା ଭସାପୋଲ(ଭେସେଲ) ଓ ଡଙ୍ଗା ଚଳାଚଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ସୂଚନା ମୁତାବକ, ଗତ ବିଷୁବ ସଂକ୍ରାନ୍ତିରେ ଦେଉଳପଡ଼ାରେ ଦ୍ୱିତୀୟ ବାଲିଯାତ୍ରା ଚାଲିଥିବା ବେଳେ କୌଣସି କାରଣକୁ ନେଇ ଆଳୁପାଟଣା ଏବଂ ତିତିପ ଗ୍ରାମର କେତେଜଣ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେବାରୁ ୩୫ ମୌଜାର ସଭାରେ ଆଲୋଚନା କରାଯାଇଥିଲା। ମାତ୍ର ସମାଧାନ ହୋଇ ପାରି ନ ଥିଲା। ତିତିପ ଗଁା ୩୫ ମୌଜା ଅଞ୍ଚଳରେ ହୋଇଥିବା ବେଳେ ଏହି ଅଞ୍ଚଳବାସୀ ସାତପଡ଼ା ଦେଇ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥାନ୍ତି। ଏହାର ସୁଯୋଗରେ ଆଳୁପାଟଣାର କେତେଜଣ ଯୁବକ ସାତପଡ଼ାରେ ୩୫ ମୌଜାର ଲୋକଙ୍କୁ ମାଡ଼ ମାରିଥିଲେ। ଏନେଇ ୩୫ ମୌଜା ଅଞ୍ଚଳବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା। ଗତ ଗୁରୁବାର ୩୫ ମୌଜା କମିଟିର କେତେଜଣ ସଦସ୍ୟ ଏକ ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେବା ପାଇଁ ଗମ୍ଭାରୀ ଗ୍ରାମକୁ ଯାଇଥିଲେ। ସେଠାରେ ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଦେଖି ଆଳୁପାଟଣାର କେତେଜଣ ଯୁବକ ମାଡ଼ ମାରିଥିଲେ। ଏନେଇ ଶନିବାର ୩୫ମୌଜା କମିଟି ପକ୍ଷରୁ ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଯାଉଥିବା ଭସାପୋଲ ଓ ଡଙ୍ଗା ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଏଥିସହ ବ୍ଲକର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ୩୫ ମୌଜା କମିଟି ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ନ୍ୟାୟ ଦାବିରେ ୩୫ ମୌଜା କମିଟି ପକ୍ଷରୁ ଜହ୍ନିକୁଦା ଘାଟରେ ଧାରଣା ଦିଆଯାଇଥିଲା। ଖବରପାଇ ତହସିଲଦାର ଉଲାସ କୁମାର ସେଠୀ, ବିଡିଓ ମନୋଜ କୁମାର ନାୟକ, କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ସ୍ବାଇଁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ତେବେ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ତହସିଲଦାର ସେଠୀ କହିଛନ୍ତି। ଅନ୍ୟପକ୍ଷରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ୩୫ମୌଜା କମିଟି ପକ୍ଷରୁ କୁହାଯାଇଛି। ଏହି ଧାରଣାରେ କମିଟି ସଭାପତି ଦାମୋଦର ବିଶ୍ୱାଳ, ସମ୍ପାଦକ ବଟକୃଷ୍ଣ ତରେଇ, କବିରାଜ ମାଝୀ, ସୁରେନ୍ଦ୍ରନାଥ ମାଝି, ଅଶୋକ ସାମନ୍ତ ସିଂହାର, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ ତରେଇ, ହେମନ୍ତ ଜେନା, କାଶୀନାଥ ଜେନା, ସୁରେନ୍ଦ୍ର ସାହୁ, ସଞ୍ଜୟ ଜେନା, ଗଣେଶ ନାୟକ, ମନୋଜ ସାହୁ, ମାୟାଧର ତରେଇ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri