ଅର୍ଥନୀତିଭିତ୍ତିକ କୃଷି ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ,୧୯।୬: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ ୧ ହଜାର ହେକ୍ଟରକୁ ଛୁଇଁପାରିନାହିଁ।ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ବହୁ ଅର୍ଥକରୀ ଫସଲର ଉତ୍ପାଦନ ଓ ବିକ୍ରି ପାଇଁ ଜଳ ପରିଚାଳନା ଏବଂ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନକୌଶଳ ପ୍ରଦାନ ସହିତ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍‌ କେନାଲର ଆବଶ୍ୟକ ଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଇଥିଲେ।ଦିନ ଥିଲା ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁଚାଷ ହେଉଥିଲା ା ନିକଟସ୍ଥ କୃଷ୍ଣଦାସପୁରରେ ଏକ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଏହି ଚିନିକଳ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ଏହି ଚାଷକୁ ନଷ୍ଟ କରିଛି ା ବୃହତ୍‌ ବଜାର ଅଭାବରୁ ପର୍ବପର୍ବାଣି ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଏହି ଚାଷ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଏବେ ଆଖୁଚାଷ କରି ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର ା ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତ ବର୍ଷ ମଜୁରି ବଢ଼ିଛି, ଜଳ ଯୋଗାଣରେ ଅସୁବିଧା ଲାଗି ଏଥର ଜମି ପଡ଼ିଆ ପଡ଼ିବାର ସମ୍ଭାବନା ରହିଛି ା ବଜାରରେ ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବାରୁ ବାଧ୍ୟହୋଇ ଦୁଇ ପୁଅ କର୍ମନିଯୁକ୍ତି ପାଇଁ ସୁରଟ ଯାଇଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନ ଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ ା ଦୀର୍ଘ ୨୭ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି ା ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। ହେଲେ କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ତଳମୁହଁା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ନ ହେଲେ ଚାଷୀ କ୍ଷତି ସହିବେ। ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, ଏହି ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା ା।ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ ା ସେହିପରି ବିଭିନ୍ନ ବ୍ଲକେଜ୍‌ ମାଧ୍ୟମରେ କ୍ଷେତକୁ ଜଳସେଚନ ହୋଇପାରିବ। ଏ ସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନ୍‌ରେ ଅଛି। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ରହିଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି ା ପୋଖରୀ, ପନିପରିବା, ଫଳଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?