ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ
ଗଞ୍ଜାମ,୨୬।୩ (ଡି.ଏନ୍.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ...
ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା
ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର...
କର୍ଲାମୁଣ୍ଡା ବ୍ଲକ ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ: ମନୋଜ ଦାସ ହେଲେ ସଭାପତି
କର୍ଲାମୁଣ୍ଡା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ଶିକ୍ଷକ ପ୍ରଶନ୍ନ କୁମାର ସାହୁ ଏହାର...
ଦିଗପହଣ୍ଡିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ
ଦିଗପହଣ୍ଡି,୨୬।୩(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ବିରୋଧ କରି ସର୍ବଭାରତୀୟସ୍ତରରେ ଗଠିତ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଦିଗପହଣ୍ଡିରେ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ – ଟାଉନ ଛକରେ...
କୃଷି ଆଇନକୁ ବିରୋଧ: ଭାରତ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ
ବରଗଡ଼ ଅଫିସ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼...
ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍
ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍.ଏ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି...
ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ
ବାଲେଶ୍ୱର ଅଫିସ,୨୬।୩: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଶୁକ୍ରବାର ସିପିଏମ୍ ଓ କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କର କଳା କୃଷି ଆଇନ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି...
ପୋତି ହେଲାଣି ଡ୍ରେନ୍, ହଟାଯାଉନି ଅଳିଆ
ଜଟଣୀ,୨୬।୩(ଡି.ଏନ୍.ଏ): ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଜଟଣୀ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏପରି କି, ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ଯୋଗୁ ପୌରାଞ୍ଚଳବାସୀ ସୁଫଳ...
କେନ୍ଦୁଝରରେ ଭାରତ ବନ୍ଦ: ଯାତାୟାତ ବ୍ୟାହତ
କେନ୍ଦୁଝର,୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଦୋକାନ ବଜାର ବନ୍ଦ ରହିଛି।...
ଜଳିଗଲା ୧୦ ବଖରା, ମହିଳା ଜୀବନ୍ତ ଦଗ୍ଧ
ପଦ୍ମପୁର,୨୬।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଉଚୁଡ଼ିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ବାରିକ, ନରେନ୍ଦ୍ର ବାରିକ,ନିଶାକର ବାରିକ,ଗୌରାଙ୍ଗ ବାରିକଙ୍କର ୧୦ ବଖରା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଘରେ ଶୋଇଥିବା କନକଲତା ବାରିକ(୪୫)...
ଚିଲିକା: ୧୭ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବାଲୁଗାଁ,୨୬।୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଅଧୀନ ଚିଲିକାର ହାଟବରଡ଼ିଠାରୁ ନଈରୀ ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା ୧୭ ହେକ୍ଟର ପରିବ୍ୟାପ୍ତ ଚିଙ୍ଗୁଡ଼ି ଘେରିକୁ ଗୁରୁବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ପ୍ରଶାସନ ପକ୍ଷରୁ ଚିଲିକାରେ ବାରମ୍ବାର ଘେରି ଉଚ୍ଛେଦ କରାଯାଉଥିଲେ...
ବିଲୁପ୍ତି ପଥେ ତାଳପତ୍ର ଜାତକ
ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି। ମୁନିଋଷିମାନେ ମଧ୍ୟ ତାଳପତ୍ର ଓ ଲେଖନୀକୁ ବ୍ୟବହାର କରି ରାମାୟଣ, ମହାଭାରତ, ପୁରାଣ,...
Archives


