ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ସିମନବାଡ଼ି ଆଦି ପ୍ରମୁଖ ବଜାରକୁ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଅଞ୍ଚଳରୁ ଫୁଲବାଣୀ ସମେତ ବାଲିଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାଇକିଆ ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଗାଡ଼ିମୋଟର ବନ୍ଦ ରହିଛି। ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ,ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ୫୯ ନଂ ଜାତୀୟ ରାଜପଥର ସିମନବାଡ଼ିଠାରେ କଂଗ୍ରେସର ସିମନବାଡ଼ି ପଞ୍ଚାୟତର ଦଳର ସଭାପତି ଏଲନ ନାୟକଙ୍କ ନେତୃତ୍ୱରେ ଉପସଭାପତି ବିଭୀଷଣ ଦିଗାଳ, ସମ୍ପାଦକ ସୁଧାଂଶୁ ନାୟକ, ସହସମ୍ପାଦକ ବିରୁ ନାୟକ, ରାମଦେଉ ପ୍ରଧାନ, ଶ୍ୟାମସେନ ଦିଗାଳଙ୍କ ସମେତ ବହୁ କର୍ମୀ ରାସ୍ତାରେ ବ୍ୟାରିକେଟ ବାନ୍ଧି ବନ୍ଦ ପାଳନ କରିଥିଲେ। ସେହିପରି ଦାରିଙ୍ଗବାଡ଼ି ବ୍ଲକ ସଭାପତି ପ୍ରଦୀପ କୁମାର ନାୟମଙ୍କ ନେତୃତ୍ୱରେ ଉତ୍ତମଚାନ୍ଦ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶ୍ୟାମଘନ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଦଳୀୟ ପତାକା ଧରି ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ...

‘ଶିକ୍ଷିତ ହେଲେ ସାମାଜିକ ପ୍ରତିଷ୍ଠା ବଢ଼ିବ’

ବଲାଙ୍ଗୀର ଅଫିସ, ୨୧ । ୧୦ – ବଲାଙ୍ଗୀର ଠିକାଦାରପଡାସ୍ଥିତ ଜିଲା ଯାଦବ ଭବନ ପରିସରରେ ଯାଦବ ମହାସଭା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ...

ନିଶ୍ଚିନ୍ତକୋଇଲି ବ୍ଲକରେ ୩ ରାସ୍ତା ନିର୍ମାଣ ନିମ୍ନମାନର

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ସରକାର ଗ୍ରାମ ରାସ୍ତାକୁ ସୁଦୃଢୀ କରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏସବୁ ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ...

ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ...

ବଣଭୋଜି ପାଇଁ ଚଳଚଞ୍ଚଳ ମଉଳାଭଞ୍ଜା ପାହାଡ଼

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗଁା ନିକଟରେ ରହିଛି ମଉଳାଭଞ୍ଜା ପାହାଡ଼। ଚାରିପଟେ ଶସ୍ୟକ୍ଷେତ୍ର ଥିବାବେଳେ ଲିମ୍ବ,...

କ୍ୱାରାଣ୍ଟାଇନ୍‌ରେ ରହିଲେ କର କ୍ଲିନିକରୁ ଫେରିଥିବା ରୋଗୀ

ବେଗୁନିଆପଡ଼ା,୨୮ା୩(ଡି.ଏନ୍‌.ଏ.): ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱରସ୍ଥିତ କର କ୍ଲିନିକକୁ ଆସିଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜାଚାଲିଛି...

ମଦ ଆଡ୍ଡାରେ ଚଢ଼ାଉ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ ବଜାରଠାରେ ଚାଖଣl ଦୋକାନରେ ମଦ ଆଡ୍ଡା ଜମୁଥିବା ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ...

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା...

Advertisement
Archives

Model This Week