ପୋତି ହେଲାଣି ଡ୍ରେନ୍‌, ହଟାଯାଉନି ଅଳିଆ

ଜଟଣୀ,୨୬।୩(ଡି.ଏନ୍‌.ଏ): ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଜଟଣୀ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏପରି କି, ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ଯୋଗୁ ପୌରାଞ୍ଚଳବାସୀ ସୁଫଳ ପାଇପାରୁନାହାନ୍ତି। ଜଟଣୀ ପୌରାଞ୍ଚଳ ଅଧୀନ ରାଜାବଜାର (ସୀତାରାମ କଲୋନୀ) ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅପରିଷ୍କାର ଡ୍ରେନ୍‌, ସଂକୀର୍ଣ୍ଣ ରାସ୍ତା ଓ ପାର୍କିଂ ସମସ୍ୟା ଯୋଗୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ଦୀର୍ଘବର୍ଷ ଧରି ସାହିବସ୍ତିରେ ଥିବା ଡ୍ରେନ୍‌ଗୁଡିକ ସଫା କି ମରାମତି ହୋଇନାହିଁ। ଫଳରେ ଡ୍ରେନ୍‌ଗୁଡ଼ିିକରେ ବାଲି, ଗୋଡ଼ିି, ଜରି ପ୍ରଭୃତି ଅଳିଆ ଆବର୍ଜନା ପଡ଼ିରହି ପୋତି ହୋଇ ଗଲାଣି। ମଇଳା ପାଣି ନିଷ୍କାସନ ହୋଇ ନ ପାରି ଉଦ୍‌ବୃତ୍ତ ହୋଇ ଘରେ ପଶୁଛି। ଫଳରେ ଲୋକେ ହଇରାଣ ହେଉଛନ୍ତି। ଓ୍ବାର୍ଡ ନମ୍ବର-୪ ରାଜାବଜାର ସୀତାରାମ କଲୋନୀ ରାସ୍ତାରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଥିଲେ ବି ପୌର ପ୍ରଶାସନ ପକ୍ଷରୁ ତାହାକୁ ହଟାଯାଉନାହିଁ। ଏଥିଯୋଗୁ ଦୁର୍ଗନ୍ଧ ହେବା ସହିତ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜଟଣୀ ପୌରାଞ୍ଚଳର ପ୍ରାୟ ସବୁ ଓ୍ବାର୍ଡରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। କେବଳ ମୁଖ୍ୟ ସ୍ଥାନଗୁଡ଼ିକରୁ ଅଳିଆ ଆବର୍ଜନା ସଫା କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନେକ ସମୟରେ ମୁକୁଳା ଓ ଭଙ୍ଗା ଡ୍ରେନ୍‌ରେ ଗୋରୁଙ୍କ ସହିତ ଲୋକେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏହାସତ୍ତ୍ୱେ ଡ୍ରେନ୍‌ଗୁଡ଼ିକୁ ମରାମତି କରାଯାଉନାହିଁ।
ପୌରପରିଷଦ ପକ୍ଷରୁ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପ୍ରତି ଓ୍ବାର୍ଡରେ ସଫେଇ କାର୍ଯ୍ୟ ତଦାରଖ କରିବା ଲାଗି ଓ୍ବାର୍ଡ ଅଫିସର, ସାନିଟାରୀ କର୍ମଚାରୀଙ୍କ ସହିତ ସ୍ବଛସାଥୀ ନିୟୋଜିତ ହୋଇଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ଓ୍ବାର୍ଡରେ କୁଢକୁଢ ଆବର୍ଜନା ପଡ଼ିିରହିବା ଜଟଣୀ ପୌରପରିଷଦର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୪ନମ୍ବର ଓ୍ବାର୍ଡର ମୁଖ୍ୟ ଡ୍ରେନ୍‌ ବେଙ୍ଗଲୀ କ୍ଲବ୍‌ଠାରୁ ଆରମ୍ଭ ହୋଇ ସୀତାରାମ କଲୋନୀ ଓ ରାଜାବଜାର ଦେଇ ମାଛ ମାକେର୍ଟସ୍ଥ ରେଲଓ୍ବେ ଡ୍ରେନ୍‌ରେ ମିଶିଛି। ତେବେ ଉକ୍ତ ମୁଖ୍ୟ ଡ୍ରେନ୍‌ ନିର୍ମାଣ ପରଠୁ ଆଉ ମରାମତି ହୋଇ ନ ଥିବା ଓ୍ବାର୍ଡବାସିନ୍ଦା କହିଛନ୍ତି। ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଡ୍ରେନ୍‌ ଭାଙ୍ଗିଯାଇ ପୋତି ହୋଇଗଲାଣି। ବିଭିନ୍ନ ସାହିବସ୍ତିର ରାସ୍ତାରେ ଖାଲଖମା ହୋଇଛି। ପାନୀୟଜଳ ସମସ୍ୟା ମଧ୍ୟ ଲାଗିରହିଛି। ସୀତାରାମ କଲୋନୀରେ ସର୍ବସାଧାରଣ ଜମି ଜବରଦଖଲ ଯୋଗୁ ଶୌଚାଳୟ ହୋଇପାରୁନାହିଁ। ଜଟଣୀ ଯୁବ ଫେଡେରେଶନର ସଭାପତି ପ୍ରଶାନ୍ତ ପାଇକରାୟ କହିଛନ୍ତି, ପୌରପ୍ରଶାସନ ବିଭିନ୍ନ ଟିକସ ଆକାରରେ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ମୌଳିକ ସେବା ଯୋଗାଇ ପାରୁନାହିଁ। ପ୍ରତ୍ୟେକ ଓ୍ବାର୍ଡରେ ଖାଲଖମା ରାସ୍ତା, ଅପରିଷ୍କାର ପରିବେଶ ଓ ଭଙ୍ଗାଦଦରା ଡ୍ରେନ୍‌ ଦେଖିବାକୁ ମିଳୁଛି। ସୀତାରାମ କଲୋନୀ ଦେଇଯାଇଥିବା ମୁଖ୍ୟ ଡ୍ରେନ୍‌ ପ୍ରାୟ ୩୦ବର୍ଷ ହେବ ମରାମତି ହୋଇନାହିଁ। ପ୍ରଶାସନିକ ଅବହେଳା ପାଇଁ ଲୋକେ ସମସ୍ୟା ଭୋଗୁଛନ୍ତି। ତେବେ ଏନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କୁ ପଚାରିବାରେ କହିଛନ୍ତି, କର୍ମଚାରୀଙ୍କୁ ପଠାଇ ଅଭିଯୋଗ ଆସୁଥିବା ସ୍ଥାନ ତଦାରଖ କରାଯାଇ କାମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri