ବିଲୁପ୍ତି ପଥେ ତାଳପତ୍ର ଜାତକ

ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି। ମୁନିଋଷିମାନେ ମଧ୍ୟ ତାଳପତ୍ର ଓ ଲେଖନୀକୁ ବ୍ୟବହାର କରି ରାମାୟଣ, ମହାଭାରତ, ପୁରାଣ, ଶାସ୍ତ୍ର ଆଦି ବହୁ ମୂଲ୍ୟବାନ୍‌ ଗ୍ରନ୍ଥ ରଚନା କରିଛନ୍ତି। ଭାରତର ବିଭିନ୍ନ ଗ୍ରନ୍ଥାଗାରରେ ତାଳପତ୍ରରେ ଖୋଦିତ ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୦୦ରୁ ଊର୍ଦ୍ଧ୍ୱ ତାଳପତ୍ର ପୋଥି ସଂରକ୍ଷିତ ଅବସ୍ଥାରେ ରହିଛି। ପୂର୍ବରୁ ଜାତକ ତାଳପତ୍ରରେ ଲେଖାଯାଉଥିବା ବେଳେ ଏବେ କମ୍ପ୍ୟୁଟରରେ କରାଯାଉଛି। ଫଳରେ ତାଳପତ୍ରର ଚାହିଦା ଦିନକୁଦିନ କମିବାରେ ଲାଗିଛି। କମ୍ପ୍ୟୁଟର ମାଧ୍ୟମରେ କମ୍‌ ସମୟରେ ଜାତକ ପ୍ରସ୍ତୁତ କରାଯାଉଛି। ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରି ଆସୁଥିବା ତାଳପତ୍ର ଜାତକ କ୍ରମଶଃ ବିଲୁପ୍ତି ହେବାକୁ ବସିଛି।
ପରିବାରରେ ଶିଶୁଟିଏ ଜନ୍ମ ହେଲେ ପ୍ରଥମେ ତା’ର ଜାତକ ପ୍ରସ୍ତୁତି ନିମନ୍ତେ ଜ୍ୟୋତିଷ ଖୋଜାପଡ଼ନ୍ତି। ତେବେ ସମୟ ବଦଳିଛି। ତାଳପତ୍ରର ସ୍ଥାନ କମ୍ପ୍ୟୁଟର ନେଇଛି। ତଥାପି ତାଳପତ୍ର ଜାତକର ଚାହିଦା କମିନି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଖୋର୍ଦ୍ଧା ଜିଲା ତଣ୍ଡାଳ ଗ୍ରାମରେ। ଗ୍ରାମର ଜ୍ୟୋତିଷ କୃଷ୍ଣ ଚନ୍ଦ୍ର ଗ୍ରହାଚାର୍ଯ୍ୟଙ୍କ ପାଖରେ ତାଳପତ୍ରରେ ଜାତକ ପ୍ରସ୍ତୁତି, ବିବାହ ପାଇଁ ଜାତକ ମିଳନ, ମାଙ୍ଗଳିକ କାର୍ଯ୍ୟର ଶୁଭଦିନ ପାଇଁ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗି ରହିଥାଏ। କମ୍ପ୍ୟୁଟରରେ ଜାତକ ପ୍ରସ୍ତୁତ କଲେ ମଧ୍ୟ ତାଳପତ୍ର ଜାତକ ପ୍ରସ୍ତୁତି ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି। ତାଳପତ୍ରରେ ପ୍ରସ୍ତୁତ ଜାତକ ବହୁ ବର୍ଷ ଧରି ଅକ୍ଷୁଣ୍ଣ ଅବସ୍ଥାରେ ରହିଥାଏ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ସେହିପରି ଜ୍ୟୋତିର୍ବିଦ୍‌ ନିରଞ୍ଜନ ପଣ୍ଡା କହିଛନ୍ତି, ଜାତକରୁ ଜଣେ ବ୍ୟକ୍ତିଙ୍କ କ’ଣ ଗ୍ରହ ଦୋଷ ରହିଛି, ଗ୍ରହ ଚଳଣ ସ୍ଥିତି କିପରି ରହିଛି; ତିଥି, ନକ୍ଷତ୍ର ଚଳଣକୁ ଦେଖି ତାଙ୍କ ଭବିଷ୍ୟତ ସମ୍ପର୍କରେ ଜାଣିହୁଏ। କାଗଜରେ ପ୍ରସ୍ତୁତ ଜାତକ ନଷ୍ଟ ହୋଇଯିବ। କିନ୍ତୁ ତାଳପତ୍ରରେ ପ୍ରସ୍ତୁତ ଜାତକ ବର୍ଷ ବର୍ଷ ଧରି ରହିବ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଯେତେବେଳେ ଛାପା, କାଳି ନ ଥିଲା, ସେତେବେଳେ ତାଳପତ୍ରରେ ଲେଖନୀ ମୁନରେ ଖୋଦେଇ କରି ବହୁ ପ୍ରାଚୀନ ଗ୍ରନ୍ଥ, ଶାସ୍ତ୍ର ଲେଖାଯାଇଛି। ଭାରତୀୟ ସଂସ୍କୃତି ପରମ୍ପରା ସହିତ ତାଳପତ୍ରର ବ୍ୟବହାର ଜଡ଼ିତ ରହିଛି। ତାଳପତ୍ରରେ ଲେଖାଯାଇଥିବା ବହୁ ପ୍ରାଚୀନ ଗ୍ରନ୍ଥ ଶାସ୍ତ୍ର ଆଜି ମଧ୍ୟ ରହିଛି। ଏହାର ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି। ବର୍ଷ ବର୍ଷର ବହୁ ପ୍ରାଚୀନ ପରମ୍ପରା ଆଧୁନିକତାର ବିଜ୍ଞାନ ଯୁଗରେ ହଜି ନ ଯାଉ ସେଥିଲାଗି ଚିନ୍ତା କରିବାର ସମୟ ଆସିଛି। ଗାଁ ଗାଁରେ ବହୁ ଭାଗବତ ଟୁଙ୍ଗିରେ ଏବେ ମଧ୍ୟ ତାଳପତ୍ରରେ ଖୋଦିତ ଭାଗବତ ପୋଥି ରହିଛି। ଏହାକୁ ପୂଜାର୍ଚ୍ଚନା କରାଯାଉଛି। ଏଥିରେ ବହୁ ମୂଲ୍ୟବାନ୍‌ ତଥ୍ୟ ଦିଆଯାଇଛି। ଏହାର ସଂରକ୍ଷଣ ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ମଦମୃତ୍ୟୁ ଘଟଣା: ଜିଲାପାଳ, ଏସ୍‌ପିଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

କଟକ ଅଫିସ,୧୭।୭: ଭଦ୍ରକ ଜିଲାରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହି ଘଟଣା ସମ୍ପର୍କରେ ରିପୋର୍ଟ...

ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ...

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ...

ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର

ଧର୍ମଶାଳା,୧୮।୫(ଡି.ଏନ.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ନେଉଳପୁରଠାରେ ଶନିବାର ଅପରାହ୍ନ ୪ଟାରେ ବସ୍‌, ଟ୍ରକ୍‌ ସହ କାରର ମୁହଁାମୁହଁି ଧକ୍କା ହେବା...

ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର...

ସୂର୍ଯ୍ୟଙ୍କ ଚାରିପଟେ ବିରଳ ବଳୟ

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ବର୍ଷା ସମ୍ଭାବନାରେ ବିଭିନ୍ନ ସଙ୍କେତ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଥା ବେଙ୍ଗ ବୋବାଇବା, ଝିଙ୍କାରି ବୋବାଇବା, ଆକାଶରେ ଖଣ୍ଡ ଖଣ୍ଡ ମେଘ ପ୍ରବାହିତ ହେବା...

ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି...

Advertisement
Archives

Model This Week