ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ସରକାରୀ ଜମି

ପଟ୍ଟାମୁଣ୍ଡାଇ,୨୭।୭ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଶତାଧିକ ଏକର ମୂଲ୍ୟବାନ ସରକାରୀ ଜମି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ହାତେଇ ନେଇଛନ୍ତି। ସରକାରୀ ଜମିକୁ ଦୀର୍ଘମିଆଦୀ ସୂତ୍ରରେ ଲିଜ୍‌ ନେବା ପରେ ବିକ୍ରି କରାଯାଉଛି। ଆଉ କେଉଁଠି କେତେଜଣ ଅସାଧୁ ଅଧିକାରୀଙ୍କ ନିଜସ୍ବ ସ୍ବାର୍ଥ ସାଧନ ପାଇଁ ବହୁ ମୂଲ୍ୟବାନ ସରକାରୀ ଜମିକୁ ସହରର ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ପଟ୍ଟା କରି ଦେଇଛନ୍ତି। ପଟ୍ଟାମୁଣ୍ଡାଇ ରାଜସ୍ବ ବିଭାଗ ଏବଂ ପୌର ପ୍ରଶାସନର ଚରମ ନିଷ୍କ୍ରିୟତାର ସୁଯୋଗ ନେଇ ଜବରଦଖଲ ସହରକୁ ଗ୍ରାସ କରି ଚାଲିଛି। ରାଜସ୍ବ ବିଭାଗର ଟାଳଟୁଳ ନୀତିର ଫାଇଦା ନେଇ ଅନ୍ୟ ବ୍ୟକ୍ତିମାନେ ଏବେ ସରକାର ଜମି ମାଡ଼ି ବସି କୋଠବାଡି କରିଚାଲିଛନ୍ତି। ଅଥଚ ସାଧାରଣ ସହରବାସୀ ବର୍ଷ ବର୍ଷ ଧରି ସରକାରଙ୍କ ତହବିଲକୁ ରାଜସ୍ବ ଦେଇ ମଧ୍ୟ ଘର ଜମି ପଟ୍ଟା ହାସଲ କରି ନ ପାରି ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସାମାଜିକ କର୍ମୀ କ୍ଷୀରୋଦ ମଲିକ କହିଛନ୍ତି, ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ପଟ୍ଟାମୁଣ୍ଡାଇ ପ୍ରଶାସନର ନୀତି ଅସ୍ପଷ୍ଟ ରହିଛି। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ ଜମି ଅସାମାଜିକ ଲୋକଙ୍କ କବ୍‌ଜାକୁ ଚାଲି ଯିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇଯାଉଛି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ରାଜସ୍ବ ବିଭାଗ ଜାଣତରେ ଚାଲିଛି। ପୋଖରିଆପଡା ମୌଜାର ଗୋବରୀ ନଦୀ ସାବକ ନଦୀ କିସମ ଓ ଅନାବାଦୀ ସରକାରୀ ଜମି ଲିଜ୍‌ ନେଇ ଜବରଦଖଲକାରୀମାନେ ବିକ୍ରି ପଟ୍ଟା କରୁଛନ୍ତି। ସରକାର ଜମି ଲିଜ୍‌ ନେଇ କେମିତି ବିକ୍ରି କରାଯାଇ ପଟ୍ଟା ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ନଦୀ କିସମ ଦର୍ଶାଯାଉଥିବା ଜମିଗୁଡ଼ିକରେ କେତେଜଣ ଲୋକ ଘରବାଡ଼ି କରି ଦୀର୍ଘଦିନରୁ ରହିଗଲେଣି। ଏହାକୁ ନେଇ ସରକାର ଓ ସହରବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଟଣାଓଟରା ଚାଲିଛି। ସରକାରୀ ଜମିକୁ କେତେଜଣ ଜମି ମାଫିଆ ଏକାଧିକ ବାର ବିକିବା ଆରମ୍ଭ କରିଥିବା ବେଳେ ପ୍ଲଟିଂ କରି କୋଟି କୋଟି ଟଙ୍କା ହାତେଇବାରେ ଲାଗିଛନ୍ତି। ତହସିଲ ଚାରି ପାଖରେ ସରକାରୀ ଜମି କିଣାବିକା ଚାଲିଛି। ତହସିଲଠାରୁ ଆରମ୍ଭ କରି ଜିଲାର ରାଜସ୍ବ ବିଭଗ ଅଧିକାରୀ ସବୁ ଜାଣି ଚୁପ୍‌ ହୋଇବସିଛନ୍ତି। କେନ୍ଦ୍ରାପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଛନ୍ତି, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବାକୁ ୨୦୧୭ରେ ଜାଗା ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହିକ୍ରମରେ ରାଜ୍ୟରେ ପ୍ରାୟ ୭୦ ହଜାର ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଏବଂ ପ୍ରାୟ ୧ ଲକ୍ଷ ୫ ହଜାର ପରିବାରଙ୍କୁ ଜମି ହକଦାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ହେଲେ ଏହି ଯୋଜନା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସେତେଟା ସଫଳ ହୋଇପାରିନାହିଁ। ପୌରପରିଷଦ ପକ୍ଷରୁ ହୋଇଥିବା ଡ୍ରୋନ ସର୍ଭେରେ ୨୦୯ଜଣ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ୩୬ ପରିବାର ଏହି ଯୋଜନାରେ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ଦୀର୍ଘବର୍ଷ ହେଲା ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ପ୍ଲଟ୍‌ କରି ଦିଆଯାଇଥିବା ଜମିର ମାଲିକାନା ସାଧାରଣ ଲୋକଙ୍କୁ ମିଳିନାହିଁ। ଶତାଧିକ ଲୋକ ତହସିଲଦାରଙ୍କଠାରୁ ସରକାରୀ ଜମି ନେଇ ରାଜସ୍ବ ପୈଠ କରିଥିଲେ। ଏବେ ବି ଘର ମାଲିକଙ୍କ ନାମରେ ଜମି ପଟ୍ଟା ହୋଇପାରିଲା ନାହିଁ। ଅଥଚ ଶହଶହ ଏକର ସରକାରୀ ଜମି ଏବେ ମୁଷ୍ଟିମେୟ ଲୋକ ନିଜ କବ୍‌ଜାରେ ରଖିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସହରବାସୀଙ୍କ ସମସ୍ୟା ସମାଧାନ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି ହେଉଛି। ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରେ ଆଗାମୀଦିନରେ ଜିଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ଏ ଘଟଣା ବିଗତ ଦିନମାନଙ୍କରେ ଘଟିଛି। ପବ୍ଲିକ ପିଟିସନ ଦେଲେ ଆମେ ଏହାର ତଦନ୍ତ କରି ସମାଧାନ ବାଟ କାଢିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri