ମହିଳା, ଶିଶୁଙ୍କଠାରେ ବଢୁଛି ରକ୍ତହୀନତା

କେନ୍ଦ୍ରାପଡ଼ା ଅଫିସ, ୨୭।୭: ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍‌ଏଚ୍‌ଏଫ୍‌ଏସ୍‌- ୪ ତୁଳନାରେ ଗତ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ଅଧିକ ଶିକାର ହୋଇଥିବା ବେଳେ ଶିଶୁଙ୍କ ସଂଖ୍ୟା ୩୨.୮ ପ୍ରତିଶତ ବଢ଼ିଛି। ଏନ୍‌ଏଚ୍‌ଏଫ୍‌ଏସ୍‌- ୪ ସର୍ଭେରେ ଜିଲାରେ ଶିଶୁଙ୍କ ରକ୍ତହୀନତା ସଂଖ୍ୟା ହାର ୨୮.୭ ପ୍ରତିଶତ ଥିବା ବେଳେ ଏନ୍‌ଏଚ୍‌ଏଫ୍‌ଏସ୍‌- ୫ରେ ଏହାର ସଂଖ୍ୟା ହାର ୬୧.୫ ପ୍ରତିଶତ ହୋଇଛି। ସେହିପରି ନ୍ୟାଶନାଲ ହେଲଥ ସିଷ୍ଟମ ରିସୋର୍ସ ସେଣ୍ଟରର ୨୦୨୧ ହେଲଥ ଡୋସିଅର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲାରେ ଏବେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୬୦ ଅଛି। ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଉଦ୍‌ବେଗ ସ୍ଥିତିରେ ଅଛି। ୬୪.୭ ପ୍ରତିଶତ ମହିଳା ଏଥିପ୍ରତି ବୀତସ୍ପୃହତା ଦେଖାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୯୬.୭ ପ୍ରତିଶତ ମହିଳା ଶିଶୁ ଜନ୍ମ କରୁଥିଲେ ମଧ୍ୟ ୬.୫ ପ୍ରତିଶତ ଶିଶୁଙ୍କୁ ଟୀକାକରଣ ହୋଇପାରୁନାହିଁ। ଉପକୂଳ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲାରେ ମହିଳା ଓ ଶିଶୁଙ୍କ ଏହି ସ୍ବାସ୍ଥ୍ୟ ରିପୋର୍ଟ ଉଦ୍‌ବେଗଜନକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ସାମାଜିକ କର୍ମୀ ବାନାମ୍ବର ସାହୁ, ଜ୍ୟୋତିପ୍ରକାଶ ନାୟକ, ପିନାକୀ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଏହି ସର୍ଭେ ରିପୋର୍ଟରେ ଜିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନ ଥିବା ଏଠାରେ ଦର୍ଶାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହିତ ରାଜ୍ୟ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାଙ୍କ ପାଇଁ ସ୍ବାବଲମ୍ବୀ ଯୋଜନା ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବିନିଯୋଗ କରାଯାଉଛି। ଏହାସତ୍ତ୍ୱେ ଜିଲାରେ ରକ୍ତହୀନତାରେ ମହିଳା ଓ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଖାଦ୍ୟ ସୁରକ୍ଷାରେ ରାଶନ ସାମଗ୍ରୀ ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରନ୍ଧା, ଶୁଖିଲା ଖାଦ୍ୟ ବିତରଣ, ଆଇରନ ଫୋଲିକ ଏସିଡ ଆଦି ରକ୍ତହୀନତାରୁ ନିସ୍ତାର ପାଇଁ ମହିଳାଙ୍କୁ ଦିଆଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦର୍ଶାଉଛି। ବାସ୍ତବ ତଥ୍ୟ ହେଉଛି ଯେ, ଏହି ଜିଲାର ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୨୧ଟି ମେଡିକାଲ ଶଯ୍ୟା ଅଛି। ସେହିପରି ଡାକ୍ତର ପଦବୀ ପାଇଁ ୨୨୪ଟି ସ୍ଥାନ ସୃଷ୍ଟି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ପୂରଣ ହୋଇନାହିଁ। ତୃଣମୂଳସ୍ତରରେ ସେବା ଯୋଗାଇ ଦେଉଥିବା ୨୨୬ ସବ୍‌ସେଣ୍ଟର ମଧ୍ୟରୁ କେତେକ ସ୍ଥାନରେ ଏଏନ୍‌ଏମ୍‌ ନାହାନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନ ହେଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ଗତ କରୋନା ସଂକ୍ରମଣ ସମୟରେ ରାଜ୍ୟ ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଶନ ସାମଗ୍ରୀ ଦ୍ୱିଗୁଣ ବଣ୍ଟନ ହୋଇଥିଲା। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରକ୍ତହୀନତାରେ ଅଧିକ ମହିଳା ଓ ଶିଶୁ ଅଛନ୍ତି। ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଗତ ୬ ବର୍ଷ ମଧ୍ୟରୁ ୨ ବର୍ଷ କରୋନା ସଂକ୍ରମଣ ଭୟ ରହିଥିଲା। ଏହି ସମୟରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ସ୍ବାସ୍ଥ୍ୟ, ଅଙ୍ଗନୱାଡି କର୍ମୀମାନେ ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ରକ୍ତହୀନତା ରୋଗରୁ ବଞ୍ଚତ୍ବା ପାଇଁ ଫୋଲିକ ଏସିଡ ଓ ଅନ୍ୟ ଔଷଧ ବିତରଣ କରିଛନ୍ତି। ତେବେ ଏହି ଔଷଧର ବ୍ୟବହାର ଉପରେ ସନ୍ଦେହ ଅଛି। ସରକାରୀ ଯୋଜନାରେ ମିଳିଥିବା ଔଷଧକୁ ମହିଳାମାନେ ବ୍ୟବହାର କରିଥିଲେ, ଏ ପ୍ରକାର ସ୍ଥିତି ଦେଖାଯାଇ ନ ଥାନ୍ତା। ଏହାବ୍ୟତୀତ ଉପାନ୍ତ ଅଞ୍ଚଳରେ ବହୁ ବଙ୍ଗଭାଷୀ ମହିଳାଙ୍କୁ ଏ ନେଇ ସଚେତନନା ସୃଷ୍ଟି କରିବା ସମୟ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri