ମହିଳା, ଶିଶୁଙ୍କଠାରେ ବଢୁଛି ରକ୍ତହୀନତା

କେନ୍ଦ୍ରାପଡ଼ା ଅଫିସ, ୨୭।୭: ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍‌ଏଚ୍‌ଏଫ୍‌ଏସ୍‌- ୪ ତୁଳନାରେ ଗତ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ଅଧିକ ଶିକାର ହୋଇଥିବା ବେଳେ ଶିଶୁଙ୍କ ସଂଖ୍ୟା ୩୨.୮ ପ୍ରତିଶତ ବଢ଼ିଛି। ଏନ୍‌ଏଚ୍‌ଏଫ୍‌ଏସ୍‌- ୪ ସର୍ଭେରେ ଜିଲାରେ ଶିଶୁଙ୍କ ରକ୍ତହୀନତା ସଂଖ୍ୟା ହାର ୨୮.୭ ପ୍ରତିଶତ ଥିବା ବେଳେ ଏନ୍‌ଏଚ୍‌ଏଫ୍‌ଏସ୍‌- ୫ରେ ଏହାର ସଂଖ୍ୟା ହାର ୬୧.୫ ପ୍ରତିଶତ ହୋଇଛି। ସେହିପରି ନ୍ୟାଶନାଲ ହେଲଥ ସିଷ୍ଟମ ରିସୋର୍ସ ସେଣ୍ଟରର ୨୦୨୧ ହେଲଥ ଡୋସିଅର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲାରେ ଏବେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୬୦ ଅଛି। ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଉଦ୍‌ବେଗ ସ୍ଥିତିରେ ଅଛି। ୬୪.୭ ପ୍ରତିଶତ ମହିଳା ଏଥିପ୍ରତି ବୀତସ୍ପୃହତା ଦେଖାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୯୬.୭ ପ୍ରତିଶତ ମହିଳା ଶିଶୁ ଜନ୍ମ କରୁଥିଲେ ମଧ୍ୟ ୬.୫ ପ୍ରତିଶତ ଶିଶୁଙ୍କୁ ଟୀକାକରଣ ହୋଇପାରୁନାହିଁ। ଉପକୂଳ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲାରେ ମହିଳା ଓ ଶିଶୁଙ୍କ ଏହି ସ୍ବାସ୍ଥ୍ୟ ରିପୋର୍ଟ ଉଦ୍‌ବେଗଜନକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ସାମାଜିକ କର୍ମୀ ବାନାମ୍ବର ସାହୁ, ଜ୍ୟୋତିପ୍ରକାଶ ନାୟକ, ପିନାକୀ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଏହି ସର୍ଭେ ରିପୋର୍ଟରେ ଜିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନ ଥିବା ଏଠାରେ ଦର୍ଶାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହିତ ରାଜ୍ୟ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାଙ୍କ ପାଇଁ ସ୍ବାବଲମ୍ବୀ ଯୋଜନା ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବିନିଯୋଗ କରାଯାଉଛି। ଏହାସତ୍ତ୍ୱେ ଜିଲାରେ ରକ୍ତହୀନତାରେ ମହିଳା ଓ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଖାଦ୍ୟ ସୁରକ୍ଷାରେ ରାଶନ ସାମଗ୍ରୀ ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରନ୍ଧା, ଶୁଖିଲା ଖାଦ୍ୟ ବିତରଣ, ଆଇରନ ଫୋଲିକ ଏସିଡ ଆଦି ରକ୍ତହୀନତାରୁ ନିସ୍ତାର ପାଇଁ ମହିଳାଙ୍କୁ ଦିଆଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦର୍ଶାଉଛି। ବାସ୍ତବ ତଥ୍ୟ ହେଉଛି ଯେ, ଏହି ଜିଲାର ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୨୧ଟି ମେଡିକାଲ ଶଯ୍ୟା ଅଛି। ସେହିପରି ଡାକ୍ତର ପଦବୀ ପାଇଁ ୨୨୪ଟି ସ୍ଥାନ ସୃଷ୍ଟି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ପୂରଣ ହୋଇନାହିଁ। ତୃଣମୂଳସ୍ତରରେ ସେବା ଯୋଗାଇ ଦେଉଥିବା ୨୨୬ ସବ୍‌ସେଣ୍ଟର ମଧ୍ୟରୁ କେତେକ ସ୍ଥାନରେ ଏଏନ୍‌ଏମ୍‌ ନାହାନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନ ହେଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ଗତ କରୋନା ସଂକ୍ରମଣ ସମୟରେ ରାଜ୍ୟ ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଶନ ସାମଗ୍ରୀ ଦ୍ୱିଗୁଣ ବଣ୍ଟନ ହୋଇଥିଲା। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରକ୍ତହୀନତାରେ ଅଧିକ ମହିଳା ଓ ଶିଶୁ ଅଛନ୍ତି। ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଗତ ୬ ବର୍ଷ ମଧ୍ୟରୁ ୨ ବର୍ଷ କରୋନା ସଂକ୍ରମଣ ଭୟ ରହିଥିଲା। ଏହି ସମୟରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ସ୍ବାସ୍ଥ୍ୟ, ଅଙ୍ଗନୱାଡି କର୍ମୀମାନେ ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ରକ୍ତହୀନତା ରୋଗରୁ ବଞ୍ଚତ୍ବା ପାଇଁ ଫୋଲିକ ଏସିଡ ଓ ଅନ୍ୟ ଔଷଧ ବିତରଣ କରିଛନ୍ତି। ତେବେ ଏହି ଔଷଧର ବ୍ୟବହାର ଉପରେ ସନ୍ଦେହ ଅଛି। ସରକାରୀ ଯୋଜନାରେ ମିଳିଥିବା ଔଷଧକୁ ମହିଳାମାନେ ବ୍ୟବହାର କରିଥିଲେ, ଏ ପ୍ରକାର ସ୍ଥିତି ଦେଖାଯାଇ ନ ଥାନ୍ତା। ଏହାବ୍ୟତୀତ ଉପାନ୍ତ ଅଞ୍ଚଳରେ ବହୁ ବଙ୍ଗଭାଷୀ ମହିଳାଙ୍କୁ ଏ ନେଇ ସଚେତନନା ସୃଷ୍ଟି କରିବା ସମୟ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri