ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗରେ ଦୁର୍ନୀତି

ଡେରାବିଶ, ୨୭।୭ (ସ୍ବ.ପ୍ର.): କୋମଳମତି ଶିଶୁଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହେବାରେ ଲାଗିଛି। ରାଜ୍ୟ ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ଶିଶୁମାନଙ୍କ ଯତ୍ନ ପାଇଁ କେନ୍ଦ୍ରକୁ ବିଭିନ୍ନ ପ୍ରକାର ଖେଳଣା, ପୋଷାକ, ପୁଷ୍ଟିକର ଖାଦ୍ୟ ସହ ସ୍ବାସ୍ଥ୍ୟ ପାଇଁ ଔଷଧ କିଟ୍‌ ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଶିଶୁମାନଙ୍କ ପାଇ ଆସୁଥିବା ଅର୍ଥକୁ ବିଭାଗୀୟ ଅଧିକାରୀ କେତେଜଣ ଏଜେଣ୍ଟଙ୍କ ଜରିଆରେ ହଡ଼ପ କରୁଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ନିକଟରେ ହୋଇଥିବା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଙ୍ଗନୱାଡି ବ୍ଲକ ସଂଘ ସଭାନେତ୍ରୀ ବଉଳ ସେଠୀଙ୍କ ନେତୃତ୍ୱରେ କେତେଜଣ କର୍ମୀ ବିଭିନ୍ନ ଯୋଜନାରେ କେନ୍ଦ୍ରକୁ ଶିଶୁଙ୍କ ପାଇଁ ଆସୁଥିବା ଅର୍ଥରାଶିକୁ ସିଡିପିଓ କିଭଳି ସିଧାସଳଖ ହଡ଼ପ କରୁଛନ୍ତି ସେ ବିଷୟରେ ଅଭିଯୋଗ କରିଥିଲେ। ଘଟଣାକୁ ଇତିମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରା ନ ଯିବା ନେଇ କର୍ମୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଶୁଙ୍କ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ଝୁଲଣା, ଲୁଡ଼ୁ, କଳାପଟା ଓ ମ୍ୟାଟ୍‌ ବାବଦରେ ୭୦୦୦ ଟଙ୍କା କେନ୍ଦ୍ରର ଜମାଖାତାକୁ ବିଭାଗ ପକ୍ଷରୁ ଆସିଥିଲା। ଏହି ଅର୍ଥରାଶିରେ କେନ୍ଦ୍ରର କର୍ମୀମାନେ ଉପରୋକ୍ତ ଜିନିଷ କ୍ରୟ କରିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ସିଡିପିଓଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ଓ ସହଯୋଗୀ କମ୍‌ ଦାମ୍‌ର ଝୁଲଣା ଏବଂ ମ୍ୟାଟ୍‌ ପରିବର୍ତ୍ତେ କେବଳ ଏକ ଲୁଡ଼ୁ ଯୋଗାଇ ଦେଇ ତାଙ୍କଠାରୁ ଅର୍ଥରାଶି ନେଇଥିବା ଅଙ୍ଗନୱାଡି ବ୍ଲକ ସଂଘ ସଭାନେତ୍ରୀ ବଉଳ ସେଠୀ ପ୍ରକାଶ କରିଛନ୍ତି। ବଉଳଙ୍କ ସୂଚନା ଅନୁଯାୟୀ, ଝୁଲଣା ୩୦୦୦ ଟଙ୍କାରେ କ୍ରୟ କରିବାକୁ ଥିବା ବେଳେ ୧୦୦୦ ଟଙ୍କାର ଏକ ଝୁଲଣା ଓ ମ୍ୟାଟ୍‌ ପାଇଁ ୧୦୦୦ ଟଙ୍କା ଥିବା ବେଳେ ୬୦ ଟଙ୍କାର ଲୁଡ଼ୁ ଯୋଗାଯାଇଛି। ସିଡିପିଓ ଡ୍ରାଇଭର ଓ ତାଙ୍କ ସହଯୋଗୀ କେନ୍ଦ୍ରର କର୍ମୀମାନଙ୍କଠାରୁ ୫୦୦୦ଟଙ୍କା ନେଇଥିବା ବଉଳ କହିଛନ୍ତି। ସେହିପରି ବ୍ଲ୍ଳକ ଅଧୀନରେ ଥିବା ୩୨୪ଟି କେନ୍ଦ୍ର ପାଇଁ ଖେଳଣା କିଟ୍‌ ବାବଦରେ ଆସିଥିବା ୨୫୦୦ ଟଙ୍କା ଓ ଔଷଧ କିଟ୍‌ ପାଇଁ ଆସିଥିବା ୧୫୦୦ ଟଙ୍କାରେ କର୍ମୀମାନେ ସେସବୁକୁ କ୍ରୟ କରିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ସିଡିପିଓଙ୍କ ଦ୍ୱାରା ଦୁଇଜଣ ଭେଣ୍ଡର ପ୍ରତ୍ୟେକ କେନ୍ଦ୍ରକୁ ୧୦୦୦ ଟଙ୍କାର ଖେଳଣା ଯୋଗାଇ ୨୫୦୦ ଟଙ୍କାର ରସିଦ୍‌ ଦେବା ଓ ୫୦୦ ଟଙ୍କାର ଔଷଧ କିଟ୍‌ ଦେଇ ୧୫୦୦ ଟଙ୍କାର ରଶିଦ୍‌ ଦେବା ଭଳି ଦୁର୍ନୀତିକୁ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ବିଷୟରେ ଜଣାପଡିବା ପରେ କେନ୍ଦ୍ରକୁ କିଟ୍‌ ଯୋଗାଇଥିବା ଭେଣ୍ଡରମାନେ ଯାଇ ଖେଳଣା ଓ ଔଷଧ କିଟ୍‌ ପାଇଁ ଆସିଥିବା ସମସ୍ତ ଅର୍ଥରେ କିଟ୍‌ ଯୋଗାଯାଇଛି ବୋଲି କର୍ମୀମାନଙ୍କଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। କେତେଜଣ କର୍ମୀ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିଛନ୍ତି। ଏ ବିଷୟରେ ସିଡିପିଓଙ୍କ ନିକଟରେ ଯେଉଁ କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ସେହି କର୍ମୀଙ୍କୁ ସିଡିପିଓ ଦୁର୍ବ୍ୟବହାର କରିବା ସହ ସୁପରଭାଇଜରଙ୍କ ଜରିଆରେ ସମ୍ପୃକ୍ତ କେନ୍ଦ୍ରର ଖାତା ସବୁ ଯାଞ୍ଚ କରିବା ନେଇ ସଂଘ ସଭାପତି ବଉଳ ପ୍ରକାଶ କରିଛନ୍ତି। ଏଭଳି ଦୁର୍ନୀତି ଓ ସରକାରୀ ଅର୍ଥକୁ ସିଧାସଳଖ ହଡ଼ପର ତଦନ୍ତ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଭାଜପା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ କହିଛନ୍ତି, ଏଭଳି ଦୁର୍ନୀତି ଚାଲିଥିବା ବେଳେ ପ୍ରଶାସନ କାହିଁକି ନୀରବ ରହୁଛି ଏବଂ ଏହି ଘଟଣାର ତଦନ୍ତ କିପରି ହେଉନାହିଁ ଏହା ସମସ୍ତଙ୍କୁ ଚକିତ କରିଛି। ଏହାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ସିଡିପିଓ ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଡ୍ରାଇଭର ଓ ଭେଣ୍ଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ସ୍ନେହଲତା ସାହୁଙ୍କୁ ପଚାରିବାରୁ ଖେଳଣା ଓ ଔଷଧ କିଟ୍‌ ଯୋଗାଇବାକୁ କୌଣସି ଭେଣ୍ଡରଙ୍କୁ ସେ ନିଯୁକ୍ତି ଦେଇନାହାନ୍ତି। କର୍ମୀଙ୍କ ଜମାଖାତାକୁ ଯାଇଥିବା ଅର୍ଥ ରାଶିରେ କର୍ମୀମାନେ ଖେଳଣା ଓ ଔଷଧ କିଣି ତା’ର ରଶିଦ୍‌ ତାଙ୍କୁ ଦେବା କଥା। ମାତ୍ର ଏଯାଏ କୌଣସି କର୍ମୀ ତାଙ୍କୁ ରଶିଦ୍‌ ଦେଇନାହାନ୍ତି। ଅପରପକ୍ଷରେ ଝୁଲଣା, ଲୁଡ଼ୁ ଯୋଗାଣ ବିଷୟରେ ସିଡିପିଓ ସାହୁଙ୍କୁ ପଚାରିବାରୁ ସେ ଏହାର କୌଣସି ଉତ୍ତର ଦେଇ ନ ଥିଲେ। ଅନ୍ୟପକ୍ଷରେ ଜିଲା ସମାଜମଙ୍ଗଳ ଅଧିକାରୀ ଶଙ୍କର ଜେନାଙ୍କୁ ପଚାରିବାରେ ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ବିଷୟରେ ସେ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?