ବର୍ଷା ଅଭାବରୁ ଉଜୁଡିବ ଧାନଚାଷ: ଚିନ୍ତାରେ ଚାଷୀ

କୁଚିଣ୍ଡା,୫ା୮(ଡି.ଏନ୍‌.ଏ.): ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି। ହେଲେ ବର୍ଷାର ଦେଖା ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠପ୍‌ ହୋଇଯାଇଛି। ତଳି ସବୁ ପାଚି ଲାଲ ହୋଇଯାଇଥିବା ବେଳେ ବୁଣାଧାନ ମରିବା ସ୍ଥିତିରେ ପହଞ୍ଚିଛି। ଏ ହେଉଛି ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ବାସ୍ତବ ଚିତ୍ର। ଏଭଳି ପରିସ୍ଥିତିକୁ ନେଇ ଚାଷୀ ମହଲରେ ଭାଲେଣି ପଡିଲାଣି।
କୁଚିଣ୍ଡା ଉପଖଣ୍ଡର କୁଚିଣ୍ଡା, ବାମରା, ଜମନକିରା ବ୍ଲକ ସାଙ୍ଗକୁ କୁଚିଣ୍ଡା ଏନ୍‌ଏସିରେ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରତିକୂଳ ସ୍ଥିତି ଦେଇ ଗତି କରୁଛି। ଉପଖଣ୍ଡରେ ଜୁଲାଇ ଶେଷ ସୁଦ୍ଧା ହେବାକୁ ଥିବା ୧୨୮୭.୧୫ମି.ମି. ସ୍ବାଭାବିକ ବର୍ଷାଠାରୁ ମାତ୍ର ୪୮୬ମି.ମି. ବର୍ଷା ହୋଇଥିବା କୃଷି ବିଭାଗ ରେକର୍ଡରୁ ଜଣାପଡିଛି। ଖରିଫ ଧାନ ଫସଲ ପାଇଁ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ ଚାଷୀ ଋଣ କରି ଏବେ ଚିନ୍ତାରେ ପଡିଛନ୍ତି। ଚାଷ ପାଇଁ ସାର ଗଚ୍ଛିତ ରଖିଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ। ନଈଗୁଡିକ ଶୁଖିଲା ପଡିଥିବାରୁ ବିଭିନ୍ନ ସ୍ଥାନରେ ହୋଇଥିବା ଉଠାଜଳସେଚନ ଓ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ। ୨୦୨୧ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ଘୋଷଣା ହୋଇଥିଲେ ହେଁ ଏଯାବତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିପାରି ନାହିଁ। ଚଳିତ ବର୍ଷରେ ପୁଣି ମରୁଡି ହେବାର ଆଭାସ ମିଳୁଥିଲେ ହେଁ ଫସଲବୀମା ମିଳିବା ନେଇ ଚାଷୀ ଦ୍ବନ୍ଦ୍ୱରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବେପାର କରି ପୋଲିସ ହାତରେ ଶିକ୍ଷକ ଧରାପଡ଼ିବା ଘଟଣା: ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜିଲା ମଙ୍ଗଳ ଅଧିକାରୀ

ମୋରଡ଼ା,୨ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଦାନ୍ତିଆମୁହଁାସ୍ଥିତ ବିଦେଶୀ ମଦ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ମଦ ଆଣି ପୋଲିସ ହାତରେ ଧରାପଡ଼ିଥିବା ଜଣେ ଶିକ୍ଷକଙ୍କୁ...

ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ...

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

ଖୋର୍ଦ୍ଧା ଅଫିସ୍‌,୨।୯: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗରେ ତାଙ୍କୁ...

କିଶୋରନଗର ବ୍ଲକରେ ଅଘୋଷିତ ବିଦ୍ୟୁତ କାଟ, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ

ବଇଣ୍ଡା,୬।୮ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ଧରଡ଼ପାଳ, ନତଡା, କ୍ଷେତି ଅଞ୍ଚଳରେ ଗତ କିଛିଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଫଳରେ ଗ୍ରାହକଙ୍କ...

ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ର, ମହିଳା

ଜଟଣୀ,୩ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ମୁକାବିଲା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଷ୍ଟମଶ୍ରେଣୀ ଛାତ୍ର ମହେଶ ମହେନ୍ଦ୍ର ଏବଂ ସାମାଜିକ କର୍ମୀ ଗୌରୀ ସାହୁ। ଦୁହେଁ ଶୁକ୍ରବାର...

ଚାଲିଛି ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ

କେନ୍ଦୁଝର, ୧୭ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ ଚାଲିଛି। ୭୨ ଫୁଟ ଉଚ୍ଚ ବିଶ୍ୱର ସର୍ବୋଚ୍ଚ ରଥ ଭାବରେ କେତେକ...

ମହାନଦୀ ପାଇଁ କଟକକୁ ଭୂକମ୍ପ ଭୟ

କଟକ ଅଫିସ,୩୧।୭: ଦେଶର ଯେଉଁ ୩୦ଟି ସହରକୁ ଭୂକମ୍ପ ଭୟ ରହିଛି, ସେହି ତାଲିକାରେ କଟକର ନାମ ସ୍ଥାନ ପାଇଛି। ମହାନଦୀର ତ୍ରିକୋଣ ଭୂମିରେ କଟକ...

ପଜିଟିଭ୍‌ ଚିହ୍ନଟ ପରେ ସାନିଟାଇଜ ହେଲା ରାଇକିଆ

ରାଇକିଆ,୧୧ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହରରୁ ଶୁକ୍ରବାର ୨ଜଣ ପଜିଟିଭ୍‌ ଚିହ୍ନଟ ପରେ ଶନିବାର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକାଲ କେସ ହୋଇଥିବାରୁ...

Advertisement
Archives

Model This Week