ଆମ ଜିଲା ଖବର

କୃଷ୍ଣସାଗର ଡାହାଣ କେନାଲ ମରାମତି କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୨୫ା୬(ଡି.ଏନ୍‌.ଏ.): ଗଜପତି ଜିଲାରେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଇଛି। ଚଳିତଥର କୃଷ୍ଣ ସାଗର ଡାହାଣ କେନାଲରେ ଜଳ ଲୁଟି ନେବାକୁ ମସୁଧା କରିଛି। ଗୋଷାଣୀ ବ୍ଲକର ଜଙ୍ଗଲପାଡୁ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆନ୍ଧ୍ର ପ୍ରଶାସନର…

ସନ୍ଦେହରେ ରାଜ୍ୟ ବାହାର ବି.ଏଡ୍‌. ଡିଗ୍ରୀଧାରୀ ଶିକ୍ଷକ

ଯାଜପୁର ଅଫିସ,୨୫ା୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌. ପାସ୍‌ କରିଥିବା ଯୁବତୀ, ଯୁବକ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। କର୍ନାଟକର ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର କାନପୁର ବିଶ୍ୱବିଦ୍ୟାଳୟରୁ ସେମାନେ ଶିକ୍ଷାଗତ ଯୋଗ୍ୟତା…

ଭିଏଲ୍‌-ଏସ୍‌ଆର୍‌ ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୫ା୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍‌ଆରଏସ୍‌ଏଏମ୍‌’ର ଉତ୍‌କ୍ଷେପଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର…

ବିବାହ ଦୁଇଦିନ ପୂର୍ବରୁ ଯୁବତୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୬: ଜଣେ ଉଚ୍ଚଶିକ୍ଷିତା ଯୁବତୀ ବିବାହ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଲୋନୀ ମହାପାତ୍ର (୨୬)। ଛତିଶଗଡ଼ ଜାମୁନିପଲି ଥାନା ଅନ୍ତର୍ଗତ ସୁକାମର ଗ୍ରାମର ମୂଳନିବାସୀ ସାଲୋନୀଙ୍କ ବ୍ରହ୍ମପୁରରେ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ତେଣୁ…

ଛାତ୍ରକୁ ମାଡ଼ ଘଟଣା: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଖଇରା, ୨୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଧୋବାଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀ ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀ ମାଳତୀ ମହାପାତ୍ରଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।…

ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ ଅଫିସ, ୨୪।୬: ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଭଦ୍ରକ ଟାଉନ ପୋଲିସ ଗିରଫ କରିଛି।…

ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

ପୁରୀ ଅଫିସ,୨୪।୬: ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ରାଇମୋହନ ପରିଡ଼ା। ପୁରୀ ସ୍ବର୍ଗଦ୍ୱାରଠାରେ ଶୁକ୍ରବାର ରାତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନ ଝିଅ ଉଦିତା ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ପୂର୍ବାହ୍ନରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ ପ୍ରାଚୀ ବିହାରସ୍ଥିତ…

ସୀମାନ୍ତରୁ ଧରାପଡିଲେ ୫ ମାଓବାଦୀ

ମାଲକାନଗିରି,୨୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୋଲିସ ଏବଂ ସିଆରପିଏଫ-୧୫୧ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଜାରପାଲି ଜଙ୍ଗଲରୁ ୫ ଜଣ ମାଓବାଦୀ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି। ଅନ୍ୟ ୩ ଜଣ ହେଲେ କୁଞ୍ଜାମ…

ପୁରୀରେ ପୁଣି ବୋମାମାଡ଼

ପୁରୀ ଅଫିସ, ୨୪ା୬: ପୁଣି ପୁରୀ ସହରରେ ବୋମାମାଡ଼। ଶୁକ୍ରବାର ରାତି ପ୍ରାୟ ୯ଟାରେ ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ଥିବା ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। ଦୁଇଜଣ ଦୁର୍ବୃତ୍ତ…

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ଲାଞ୍ଚ ନେଲା ବେଳେ…

ଭବାନୀପାଟଣା,୨୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଜିପିଏପ୍‌ କରେଇଦେବା ନେଇ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଧରାପଡ଼ିଲେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ବରପାଲି,୨୪।୬(ଡି.ଏନ.ଏ): ବରଗଡ଼ ଜିଲା ବରପାଲି ଥାନା ପୋଲିସ ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗକୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ ମହାନନ୍ଦ(୨୨), ଗୁପେ ଓରଫ ପୂର୍ଣ୍ଣଚନ୍ଦ୍ର ସାହୁ(୨୨) ଏବଂ ବିଶ୍ୱନାଥ ମହାନନ୍ଦ(୧୯)। ସେମାନଙ୍କ ବିରୋଧରେ ବରପାଲି…

ବିବାହକୁ ଥିଲା ଆଉ ଦୁଇଦିନ, ଆଖି ବୁଜିଦେଲେ ଯୁବତୀ

ବ୍ରହ୍ମପୁର ଅଫିସ,୨୪ା୬: ବିବାହକୁ ଥିଲା ଆଉ ଦୁଇଦିନ। ଏଭଳି ସ୍ଥତିରେ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଘଟିଛି ବ୍ରହ୍ମପୁର ସହର ବ୍ୟାଙ୍କ କଲୋନୀ ଫାଷ୍ଟ ଲାଇନରେ। ମୃତ ଯୁବତୀ ଜଣକ ହେଲେ ସାଲୋନୀ ମହାପାତ୍ର(୨୬)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?