ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ

ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ ପ୍ରକଳ୍ପ ଆଗଉନାହିଁ। ଅନ୍ୟପଟେ ଯେଉଁ ଠିକାସଂସ୍ଥା ଧୋକାଦେଇ ଅଧାରୁ କାମ ଛାଡ଼ି ଚାଲିଯାଇଥିଲା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚଏଆଇ) ଏବେ ପୁନର୍ବାର ତାହାରି ଉପରେ ଭରସା କରିଛି। ଦୃଢ଼ ଆଭିମୁଖ୍ୟ ପୋଷଣ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦରଦ ଦେଖାଉଛି। ଏଭଳି ସ୍ଥିତିରେ ଢେଙ୍କାନାଳ ଜିଲାବାସୀଙ୍କ ଜୀବନରେଖା ଭାବେ ପରିଚିତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେମିତି ସରିବ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

କଟକ-ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରିବା ଲାଗି ପ୍ରସ୍ତାବ ମଞ୍ଜୁର ହେବା ପରେ ୨୦୧୮ରୁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାର୍ଯ୍ୟ। ଏହି ପ୍ରକଳ୍ପର ଗୁରୁଦାୟିତ୍ୱ ନେଇଥିବା ଠିକାସଂସ୍ଥା ୩୦ ମାସ ମଧ୍ୟରେ ଅର୍ଥାତ୍‌ ୨୦୨୦ ସେପ୍ଟମ୍ବର ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ଚୁକ୍ତିବଦ୍ଧ ହୋଇଥିଲା। କରୋନା ମହାମାରୀ ପାଇଁ ୩ ମାସ କାମ ବନ୍ଦ ରହିବାରୁ ପୁନର୍ବାର ୨୦୨୧ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଠିକାସଂସ୍ଥା ଅବହେଳା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମାତ୍ର ୨୫% କାମ ସମ୍ପୂର୍ଣ୍ଣ ହୋଇପାରିଥିଲା। ଅପରପକ୍ଷେ ମରାମତି କରାଯାଉ ନ ଥିବାରୁ ପୁରୁଣା ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି। ଶୋଚନୀୟ ହୋଇପଡ଼ିଥିବା ଜାତୀୟ ରାଜପଥ ସମ୍ପର୍କରେ ସ୍ଥାନୀୟ ଏମ୍‌ପି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୨୦୨୨ ଜୁନ୍‌ ୩୦ ସୁଦ୍ଧା ରାସ୍ତା କାମ ସରିବ ବୋଲି କେନ୍ଦ୍ରରୁ ପ୍ରତିଶ୍ରୁତି ମଧ୍ୟ ମିଳିଛି। ତେବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ପ୍ରକଳ୍ପ କାମ ଆଗକୁ ବଢ଼ିପାରୁନି। ଢେଙ୍କାନାଳ ମେରାମଣ୍ଡଳୀ ନିକଟରେ ରାସ୍ତାକାମ ନିମ୍ନମାନର ହୋଇଛି। ଲଗାଣ ବର୍ଷାରେ ସଡ଼କରେ ୪ ଫୁଟ ଉଚ୍ଚତାର ପାଣି ଚାଲୁଛି। ଯାନବାହନ ଚଳାଚଳ ବିପଦସଙ୍କୁଳ ହୋଇପଡ଼ିଛି। କେବଳ ମେରାମଣ୍ଡଳୀ ନୁହେଁ, ବିଭିନ୍ନ ସ୍ଥାନରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି।

ଠିକାସଂସ୍ଥା କାମ ଅଧାରୁ ଛାଡ଼ି ପଳାଇବା ଯୋଗୁ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଉକ୍ତ ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ଚୁକ୍ତିନାମା ବାତିଲ କରିବା ବଦଳରେ ପୁନର୍ବାର କାମ ଦିଆଯାଇଛି। ବିଶ୍ୱାସ ହରାଇଥିବା ଠିକାସଂସ୍ଥାକୁ କାର୍ଯ୍ୟାନ୍ତର କରି ନୂତନ ଟେଣ୍ଡର କରିବା, ବର୍ଦ୍ଧିତ ମୂଲ୍ୟ ଅର୍ଥ ଅଭିଯୁକ୍ତ ଠିକାଦାରଙ୍କଠାରୁ ଆଦାୟ କରିବା ପାଇଁ ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri