ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ

ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ ପ୍ରକଳ୍ପ ଆଗଉନାହିଁ। ଅନ୍ୟପଟେ ଯେଉଁ ଠିକାସଂସ୍ଥା ଧୋକାଦେଇ ଅଧାରୁ କାମ ଛାଡ଼ି ଚାଲିଯାଇଥିଲା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚଏଆଇ) ଏବେ ପୁନର୍ବାର ତାହାରି ଉପରେ ଭରସା କରିଛି। ଦୃଢ଼ ଆଭିମୁଖ୍ୟ ପୋଷଣ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦରଦ ଦେଖାଉଛି। ଏଭଳି ସ୍ଥିତିରେ ଢେଙ୍କାନାଳ ଜିଲାବାସୀଙ୍କ ଜୀବନରେଖା ଭାବେ ପରିଚିତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେମିତି ସରିବ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

କଟକ-ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରିବା ଲାଗି ପ୍ରସ୍ତାବ ମଞ୍ଜୁର ହେବା ପରେ ୨୦୧୮ରୁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାର୍ଯ୍ୟ। ଏହି ପ୍ରକଳ୍ପର ଗୁରୁଦାୟିତ୍ୱ ନେଇଥିବା ଠିକାସଂସ୍ଥା ୩୦ ମାସ ମଧ୍ୟରେ ଅର୍ଥାତ୍‌ ୨୦୨୦ ସେପ୍ଟମ୍ବର ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ଚୁକ୍ତିବଦ୍ଧ ହୋଇଥିଲା। କରୋନା ମହାମାରୀ ପାଇଁ ୩ ମାସ କାମ ବନ୍ଦ ରହିବାରୁ ପୁନର୍ବାର ୨୦୨୧ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଠିକାସଂସ୍ଥା ଅବହେଳା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମାତ୍ର ୨୫% କାମ ସମ୍ପୂର୍ଣ୍ଣ ହୋଇପାରିଥିଲା। ଅପରପକ୍ଷେ ମରାମତି କରାଯାଉ ନ ଥିବାରୁ ପୁରୁଣା ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି। ଶୋଚନୀୟ ହୋଇପଡ଼ିଥିବା ଜାତୀୟ ରାଜପଥ ସମ୍ପର୍କରେ ସ୍ଥାନୀୟ ଏମ୍‌ପି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୨୦୨୨ ଜୁନ୍‌ ୩୦ ସୁଦ୍ଧା ରାସ୍ତା କାମ ସରିବ ବୋଲି କେନ୍ଦ୍ରରୁ ପ୍ରତିଶ୍ରୁତି ମଧ୍ୟ ମିଳିଛି। ତେବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ପ୍ରକଳ୍ପ କାମ ଆଗକୁ ବଢ଼ିପାରୁନି। ଢେଙ୍କାନାଳ ମେରାମଣ୍ଡଳୀ ନିକଟରେ ରାସ୍ତାକାମ ନିମ୍ନମାନର ହୋଇଛି। ଲଗାଣ ବର୍ଷାରେ ସଡ଼କରେ ୪ ଫୁଟ ଉଚ୍ଚତାର ପାଣି ଚାଲୁଛି। ଯାନବାହନ ଚଳାଚଳ ବିପଦସଙ୍କୁଳ ହୋଇପଡ଼ିଛି। କେବଳ ମେରାମଣ୍ଡଳୀ ନୁହେଁ, ବିଭିନ୍ନ ସ୍ଥାନରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି।

ଠିକାସଂସ୍ଥା କାମ ଅଧାରୁ ଛାଡ଼ି ପଳାଇବା ଯୋଗୁ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଉକ୍ତ ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ଚୁକ୍ତିନାମା ବାତିଲ କରିବା ବଦଳରେ ପୁନର୍ବାର କାମ ଦିଆଯାଇଛି। ବିଶ୍ୱାସ ହରାଇଥିବା ଠିକାସଂସ୍ଥାକୁ କାର୍ଯ୍ୟାନ୍ତର କରି ନୂତନ ଟେଣ୍ଡର କରିବା, ବର୍ଦ୍ଧିତ ମୂଲ୍ୟ ଅର୍ଥ ଅଭିଯୁକ୍ତ ଠିକାଦାରଙ୍କଠାରୁ ଆଦାୟ କରିବା ପାଇଁ ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri