ନିଯୁକ୍ତି ପ୍ରତିଶ୍ରୁତି ଦେଇ ନକଲି ତାଲିମ

ଯାଜପୁର ଅଫିସ,୧୧ା୮: ଦକ୍ଷତା ବିକାଶ କିମ୍ବା ମାର୍କେଟିଂ ପ୍ରଶିକ୍ଷଣ କଥା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ହେଲେ କାହାକୁ କେଉଁ ଶ୍ରେଣୀରେ କେତେ ନିଯୁକ୍ତି ମିଳିଲା ତାହା ବୁଝିବାକୁ ସମୟ ନାହିଁ। ଏହାର ସୁଯୋଗ ନେଇ କେତେକ ଅଣ ପଞ୍ଜୀକୃତ ଠକ ସଂସ୍ଥା ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ନାମରେ ନିରୀହ ଶିକ୍ଷିତ ଯୁବତୀଯୁବକଙ୍କୁ ଭୁଆଁ ବୁଲାଇ ବହୁ ଟଙ୍କା ଠକି ନେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନ ପାଖରେ କୌଣସି ଖବର ନାହିଁ। ନିଯୁକ୍ତି ସୁଯୋଗ ମିଳିବା ପ୍ରତିଶ୍ରୁତି ଦେଇ ଶିଳ୍ପ ଓ ମାର୍କେଟିଂ ଭଳି ବିଭିନ୍ନ କ୍ଷେତ୍ରରେ ତାଲିମ ବାବଦରେ ମୁଣ୍ଡପିଛା ୧୫ ରୁ ୨୦ ହଜାର ଟଙ୍କା ଆଦାୟ କରାଯାଉଛି। ଏପରି କି ଚେନ୍‌ ସିଷ୍ଟମରେ ସମ୍ପୃକ୍ତ ଠକ ସଂସ୍ଥା ମାଲାମାଲ ହେଉଛନ୍ତି। ଏହିକ୍ରମରେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରର ସାପଗଡ଼ିଆ ଗାୟତ୍ରୀବିହାର ଏବଂ ଷ୍ଟାଡିୟମ ରାସ୍ତାରେ ଥିବା ଅସମ୍ପୂର୍ଣ୍ଣ ବିପଦସଙ୍କୁଳ କୋଠାରେ ୨ ହଜାରରୁ ଊର୍ଦ୍ଧ୍ୱ ବେକାର ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଛି। ସେହି ଯୁବତୀଯୁବକମାନେ ବାହାର ଜିଲାର ବୋଲି ଜଣାପଡିଛି। ଆଶ୍ଚର୍ଯ୍ୟର କଥା ସେହି ଯୁବତୀଯୁବକମାନଙ୍କୁ ଏପରି ଭାବେ ତାଲିମ ଦିଆଯାଇଛି ଯେ, କିଛି ପ୍ରଶ୍ନ କଲେ ବି ଉତ୍ତର ମିଳୁନାହିଁ। ତାଲିମ ଦିଆଯାଉଥିବା ସ୍ଥାନରେ କୌଣସି ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଂପୃକ୍ତ ସହରବାସୀ ଥାନାର ଦ୍ୱାରସ୍ଥ ହେଉଥିଲେ ହେଁ ସୁଫଳ ମିଳିନାହିଁ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ସମୁଦାୟ ୧୫,୪୫,୨୬୬ ଜଣ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ପ୍ରଦାନ ତଥା ସ୍ବରୋଜଗାରକ୍ଷମ କରାଯାଇଛି । ଏହାବାଦ୍‌ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ପ୍ଲେସ୍‌ମେଣ୍ଟ ଲିଙ୍କ୍‌ ଟ୍ରେନିଂ ପ୍ରୋଗ୍ରାମ ଅଧୀନରେ ବିଗତ ୫ ବର୍ଷରେ ୪୧,୦୪୮ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ସେଥିରୁ ୩୧,୩୪୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାବଦରେ ବିଗତ ୪ ବର୍ଷରେ ୫୮ କୋଟି ୯୯ ଲକ୍ଷ ୨୧ ହଜାର ୬୦ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ୨ ହଜାର ୪୬୮ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଡାଲମିଆ ଭାରତ ଫାଉଣ୍ଡେଶନ, ଏଆଇଏସଇସିଟି, ଏସ୍‌ଏସ୍‌ଇପିଏଲ ସ୍କିଲ ପ୍ରା.ଲି. କୁଇଭାନ ସ୍କିଲ, ହାଇଦ୍ରାବାଦ ଆଏ ଇନ୍‌ଷ୍ଟିଚ୍ୟୁଟ ଭଳି ଶତାଧିକ ପ୍ରଶିକ୍ଷଣ ସଂସ୍ଥାଗୁଡିକୁ ନିୟୋଜିତ କରାଯାଇଛି। ତେବେ ବ୍ୟାସନଗର ସହରରେ କେଉଁ ସଂସ୍ଥା ଏଭଳି ପ୍ରଶିକ୍ଷଣ ଦେଉଛନ୍ତି ସେ ନେଇ କୌଣସି ସୂଚନା ଫଳକ ଲାଗିନାହିଁ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବତୀଯୁବକଙ୍କୁ ସୁଯୋଗ ମିଳୁନାହିଁ।

ଚର୍ଚ୍ଚାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଯୁବତୀଯୁବକ ପ୍ରଶିକ୍ଷଣ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମୁଣ୍ଡପିଛା ପ୍ରାୟ ୧୫ ହଜାର ଟଙ୍କା ଦେଉଛନ୍ତି। ପୁଣି ସେହି ଯୁବତୀଯୁବକ ମଧ୍ୟରୁ ଜଣେ ଅନ୍ୟ ୩ ଜଣଙ୍କୁ ଆଣି ପାରିଲେ ଉକ୍ତ ଅର୍ଥ ଫେରସ୍ତ କରାଯାଉଛି। ସେହି ୩ ଜଣ ଅନ୍ୟ ୩ ଜଣ ଲେଖାଏଁ ଯୁବତୀଯୁବକଙ୍କୁ ଏଠାକୁ ଆଣୁଛନ୍ତି। ଏଭଳି ଭାବେ ଚେନ୍‌ ସିଷ୍ଟମରେ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଆଶା ଦେଖା ଲୁଟ୍‌ କରାଯାଉଛି। ସେମାନଙ୍କୁ ଭଲ ଭାବେ ଖାଇବା ପିଇବାକୁ ଦିଆଯାଉନାହିଁ। ଏହି ସହରରେ ପ୍ରାୟ ୫ ବର୍ଷ ହେଲା ଏଭଳି ପ୍ରକ୍ରିୟା ଜାରି ରହିଛି। ୨୦୧୯ ଜୁନରେ ଏଭଳି ସଂସ୍ଥାର କେତେଜଣଙ୍କୁ କେନ୍ଦୁଝର ଜିଲା ପୋଲିସ ଗିରଫ କରିଥିଲା। କିନ୍ତୁ ଅନ୍ୟ କୌଣସି ଜିଲାରେ ପୋଲିସ ଏନେଇ ନୀରବ ବସି ରହିଛି। ପୋଲିସ ଏବଂ ଏଭଳି ଠକ ସଂସ୍ଥା ମଧ୍ୟରେ ଭିତିରିଆ ବୁଝାମଣା ଥିବାରୁ କୌଣସି ଅଭିଯୋଗ କାମରେ ଲାଗୁ ନ ଥିବା ଅଭିଯୋଗ ହେଉଛି।

ଜିଲା ବାହାରର ଯୁବତୀଯୁବକମାନେ ସକାଳ ପ୍ରାୟ ସାଢେ ୫ଟାରେ ରାସ୍ତାରେ ଲମ୍ବାଧାଡ଼ି କରି ପ୍ରଶିକ୍ଷଣ ସ୍ଥଳକୁ ଯାଉଛନ୍ତି। କଳିଙ୍ଗନଗରରେ ପ୍ରତିଷ୍ଠିତ ବଡ ଶିଳ୍ପ କମ୍ପାନୀ ବାହାର ରାଜ୍ୟର ଯୁବତୀଯୁବକଙ୍କୁ ଅଧିଗ୍ରହଣ କରୁଥିବାରୁ ସ୍ଥାନୀୟ ନିଯୁକ୍ତି କ୍ଷେତ୍ର ଅବହେଳିତ ହୋଇଛି। ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହାକୁ ବିରୋଧ କରିବା ବଦଳରେ ପରୋକ୍ଷରେ ସହଯୋଗ କରୁଥିବାରୁ ଜିଲାର ଶିକ୍ଷିତ ବେକାର ଯୁବତୀଯୁବକ ରାଜ୍ୟ ତଥା ଦେଶ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ୨୦୧୪ରୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କାର୍ଯ୍ୟକାରୀ କରିଛନ୍ତି। ଯୁବତୀ ଯୁବକଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଉଥିଲେ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ପରାହତ ହୋଇଛି।

ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ ଏହାକୁ ସ୍ବୀକାର କରିଛନ୍ତି। ଏନେଇ ପୋଲିସ ଏବଂ ଶ୍ରମ ବିଭାଗକୁ ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?