ଆମ ଜିଲା ଖବର

ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ…

ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ ବି ବିଭାଗ ପକ୍ଷରୁ ଏହି ବ୍ରିଜକୁ ସୁରକ୍ଷା ଦେବାକୁ ଯାଇ ଜେନାପୁର ପାର୍ଶ୍ୱରେ ଏକ…

ରେଲ୍‌ଓ୍ବେ ଜମି ଜବରଦଖଲ ମୁକ୍ତ କରି ଉନ୍ନୟନ କାର୍ଯ୍ୟ ହେଉ

ଗୁଣପୁର,୩୦।୬(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅର୍ନ୍‌ଗତ ବିଶାଖାପାଟଣା ଡିଭିଜନର ଡିଆର୍‌ଏମ୍‌ ଅନୁପ କୁମାର ଶତପଥୀ ବୁଧବାର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଗୁଣପୁର ଗସ୍ତକରି ଏଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ପାଣି ଟାଙ୍କି ନିର୍ମାଣ, ରନିଂ ରୁମ୍‌, ଷ୍ଟେଶନ…

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ବରୀ,୩୦ା୬(ଡି.ଏନ.ଏ.): ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ହେଲେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ…

ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣର ଶିକାର

ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ବିଟ ଜୟପୁର ଗ୍ରାମରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗୁରୁବାର ସକାଳୁ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଭାଲୁ ଆକ୍ରମଣରେ ଗୁରୁତର ବ୍ୟକ୍ତି…

୫୦ ଫୁଟ୍‌ ରାସ୍ତା ପାଇଁ ୫ ଲକ୍ଷ ବ୍ୟୟ ଅଟକଳ

କାଳିଆପାଣି,୩୦ା୬(ଡି.ଏନ.ଏ.): କଂକ୍ରିଟ୍‌ ରାସ୍ତା ନିର୍ମାଣ ନାମରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅର୍ଥ ବେଆଇନ୍‌ ଭାବେ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି। ମାତ୍ର ୫୦ ଫୁଟ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ…

କହ୍ନେୟାଲାଲ୍‌ ହତ୍ୟା ଘଟଣାର ପ୍ରତିବାଦ

କେନ୍ଦୁଝର,୩୦ା୬(ସ୍ବ.ପ୍ର.): ରାଜସ୍ଥାନର ଉଦୟପୁରଠାରେ କହ୍ନେୟାଲାଲ୍‌ ହତ୍ୟା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ଜିଲା ମୁଖ୍ୟାଳୟରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହିନ୍ଦୁ ହତ୍ୟାକାରୀଙ୍କୁ…

ମେଶିନରେ ହେଉଛି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ

ଆଳି,୩୦ା୬(ଡି.ଏନ.ଏ.): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦେଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାକୁ ବାଟମାରଣା କରିବାରେ…

ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ। ଏହି ଗାଁର ପରିବାର ସଂଖ୍ୟା ୩୫। ଜନସଂଖ୍ୟା ୨ଶହରୁ ଊର୍ଦ୍ଧ୍ୱ। ଆଦିବାସୀମାନଙ୍କ ନିଜସ୍ବ ଚାଷ…

ଡାକ୍ତରଙ୍କୁ ମାଡ଼

ପଦ୍ମପୁର,୩୦ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳା ରୋଗୀଙ୍କ ସମ୍ପର୍କୀୟ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ଜଣକ ରୋଗୀଙ୍କୁ ଡାକ୍ତର…

ମଶାମରାରେ ବିଫଳ ବିଏମ୍‌ସି

ବ୍ରହ୍ମପୁର ଅଫିସ,୩୦।୬: ବ୍ରହ୍ମପୁରର ନାଳ ନର୍ଦ୍ଦମାରୁ ବର୍ଷା ପାଣି ତ୍ୱରିତ ନିଷ୍କାସନ ହୋଇପାରୁ ନ ଥିବାରୁ ମଶା ବଂଶ ବଢ଼ିବାରେ ଲାଗିଛି। ମଇଳା ପାଣି ଜମି ରହୁଥିବା ତଳିଆ ଓ ଖାଲୁଆ ଅଞ୍ଚଳରେ ଦିନରେ ମଧ୍ୟ ମଶା କାମୁଡ଼ୁଛନ୍ତି। ଅପରପକ୍ଷରେ ନର୍ଦ୍ଦମାରେ…

ବାରିପଦା ରଥଯାତ୍ରା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ,ଏସ୍‌ପି

ବାରିପଦା ଅଫିସ,୩୦।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନେଇ ପ୍ରଶାସନ ପକ୍ଷରୁ ତତ୍ପତ୍ରତା ପ୍ରକାଶ ପାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ଋଷିକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?