ସ୍ମୃତିରେ ନ ଅଟକୁ ସ୍ମୃତି ଭବନ

ବଇଣ୍ଡା,୧୫ା୮(ପରିକ୍ଷିତ ସାହୁ):ମହାତ୍ମାଙ୍କ ଆଗମନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ହୋଇଛି ଅନେକ ବ୍ୟବସ୍ଥା। ଗାନ୍ଧୀ ସ୍ମୃତିଭବନ, ଡାକବଙ୍ଗଳା ନିର୍ମାଣ ସହ ବାପୁଙ୍କ ବ୍ରୋଞ୍ଚ ପ୍ରତିମର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗାନ୍ଧୀଙ୍କ ଅନେକ ବାର୍ତ୍ତା ବହନ କରୁଥିବା ଏହି ସ୍ଥାନର ଉନ୍ନତୀକରଣ, ଶୋଭାବଦ୍ଧର୍ର୍ନ ଓ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ପ୍ରଶାସନ ସେପରି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ଦୀର୍ଘ ୩୨ ବର୍ଷ ତଳେ ନିର୍ମିତ ସ୍ମୃତି ଭବନ ଜରାଜୀର୍ଣ୍ଣ ହୋଇପଡ଼ିଛି। ଖୋଲା ଆକାଶ ତଳେ ଥିବା ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉପରେ ଛାତଟିଏ କରାଯାଉ ନାହିଁ। ଆଲୋକୀକରଣ ସହ ପାର୍କ ସ୍ଥାପନ ଦାବିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ। ପ୍ରଶାସନର ଏପରି ଅବହେଳାକୁ ନେଇ ବାମୁରବାସୀ କ୍ଷୋଭ ପ୍ରକାଶ କରିବା ସହ ଗାନ୍ଧୀ ସ୍ମୃତିଭବନ କେବଳ ସ୍ମୃତିରେ ଅଟକି ନ ଯାଉ ବୋଲି ପ୍ରକାଶ କରିଛନ୍ତି।
ବାମୁରବାସୀଙ୍କ କହିବା ଅନୁଯାୟୀ, ୧୯୩୪ରେ ମହାତ୍ମା ଗାନ୍ଧୀ ଝାରସୁଗୁଡାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ସା ହୋଇଯିବାରୁ ବାମୁରଠାରେ ଥିବା ବଙ୍ଗଳାର ମାଟି ଘରେ ରା଼ତ୍ରି ଯାପନ କରିଥିଲେ। ସେଠାରେ ଗ୍ରାମବାସୀଙ୍କୁ ସମାଜରେ ପ୍ରଚଳିତ କୁସଂସ୍କାର, ଅନ୍ଧ ବିଶ୍ୱାସ ଓ ଅସ୍ପୃଶ୍ୟତାର ଦୂରୀକରଣ ସହ ନିଶା ନିବାରଣ ସମ୍ପର୍କରେ ନାନା ପରାମର୍ଶ ଦେଇଥିଲେ। ତାଙ୍କ ସହ ରାଜ୍‌କ୍ରିଷ୍ଣ ବୋଷ, ଘନଶ୍ୟାମ ଦାସ ବିରଳା ଓ ମୀରା ଦେଈଙ୍କ ପରି କେତେଜଣ ସଂଗ୍ରାମୀ, ଗାନ୍ଧୀବାଦୀ ସାମିଲ ହୋଇଥିଲେ। ମହାତ୍ମାଙ୍କ ବାମୁର ରହଣିକୁ ସ୍ମରଣୀୟ କରିବାକୁ ୧୯୮୯ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟ୍ରଷ୍ଟ ଗଠନ ସହ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କରାଯାଇଥିଲା। ୧୯୯୦ ଜାନୁୟାରୀ ୩୦ରେ ତତ୍କାଳୀନ ଢେଙ୍କାନାଳ ଜିଲାପାଳ ଡ. କେ.ଏସ୍‌. ଗଣେଶନ ଏହାର ଉଦ୍‌ଘାଟନ କରିଥିଲେ। ଏଥିସହ ବାମୁର ଡାକ ବଙ୍ଗଳା ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ସେହିବର୍ଷଠାରୁ ଗାନ୍ଧିଜୀଙ୍କ ଜୟନ୍ତୀ, ମହାପ୍ରୟାଣ ଦିବସ, ରହଣି ସ୍ମୃତି ସଭା, ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଉଛି। ତେବେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ପୁରୁଣା ପ୍ରତିମୂର୍ତ୍ତିକୁ ଉକ୍ତ ସ୍ଥାନରୁ ହଟାଯାଇ ୨୦୨୦-୨୦୨୧ରେ ସାମାନ୍ୟ ଦୂରରେ ଆକର୍ଷଣୀୟ ମଣ୍ଡପ ସହିତ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହେଲେ ଛାତ ନିର୍ମାଣ କରାଯାଇ ନ ଥିବାରୁ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ରହିଛି। ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ଡାକ ବଙ୍ଗଳା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଉଦ୍‌ଘାଟନ କରାଯାଉ ନାହିଁ। ସ୍ମୃତିଭବନର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ। ପ୍ରତିମୂର୍ତ୍ତି ନିକଟରେ ଥିବା ସରକାରୀ ଜମିରେ ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟ ଓ ଆଲୋକୀକରଣ ପାଇଁ ହେଉଥିବା ଦାବିପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ତୁରନ୍ତ ଏ ନେଇ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri