ସ୍ମୃତିରେ ନ ଅଟକୁ ସ୍ମୃତି ଭବନ

ବଇଣ୍ଡା,୧୫ା୮(ପରିକ୍ଷିତ ସାହୁ):ମହାତ୍ମାଙ୍କ ଆଗମନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ହୋଇଛି ଅନେକ ବ୍ୟବସ୍ଥା। ଗାନ୍ଧୀ ସ୍ମୃତିଭବନ, ଡାକବଙ୍ଗଳା ନିର୍ମାଣ ସହ ବାପୁଙ୍କ ବ୍ରୋଞ୍ଚ ପ୍ରତିମର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗାନ୍ଧୀଙ୍କ ଅନେକ ବାର୍ତ୍ତା ବହନ କରୁଥିବା ଏହି ସ୍ଥାନର ଉନ୍ନତୀକରଣ, ଶୋଭାବଦ୍ଧର୍ର୍ନ ଓ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ପ୍ରଶାସନ ସେପରି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ଦୀର୍ଘ ୩୨ ବର୍ଷ ତଳେ ନିର୍ମିତ ସ୍ମୃତି ଭବନ ଜରାଜୀର୍ଣ୍ଣ ହୋଇପଡ଼ିଛି। ଖୋଲା ଆକାଶ ତଳେ ଥିବା ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉପରେ ଛାତଟିଏ କରାଯାଉ ନାହିଁ। ଆଲୋକୀକରଣ ସହ ପାର୍କ ସ୍ଥାପନ ଦାବିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ। ପ୍ରଶାସନର ଏପରି ଅବହେଳାକୁ ନେଇ ବାମୁରବାସୀ କ୍ଷୋଭ ପ୍ରକାଶ କରିବା ସହ ଗାନ୍ଧୀ ସ୍ମୃତିଭବନ କେବଳ ସ୍ମୃତିରେ ଅଟକି ନ ଯାଉ ବୋଲି ପ୍ରକାଶ କରିଛନ୍ତି।
ବାମୁରବାସୀଙ୍କ କହିବା ଅନୁଯାୟୀ, ୧୯୩୪ରେ ମହାତ୍ମା ଗାନ୍ଧୀ ଝାରସୁଗୁଡାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ସା ହୋଇଯିବାରୁ ବାମୁରଠାରେ ଥିବା ବଙ୍ଗଳାର ମାଟି ଘରେ ରା଼ତ୍ରି ଯାପନ କରିଥିଲେ। ସେଠାରେ ଗ୍ରାମବାସୀଙ୍କୁ ସମାଜରେ ପ୍ରଚଳିତ କୁସଂସ୍କାର, ଅନ୍ଧ ବିଶ୍ୱାସ ଓ ଅସ୍ପୃଶ୍ୟତାର ଦୂରୀକରଣ ସହ ନିଶା ନିବାରଣ ସମ୍ପର୍କରେ ନାନା ପରାମର୍ଶ ଦେଇଥିଲେ। ତାଙ୍କ ସହ ରାଜ୍‌କ୍ରିଷ୍ଣ ବୋଷ, ଘନଶ୍ୟାମ ଦାସ ବିରଳା ଓ ମୀରା ଦେଈଙ୍କ ପରି କେତେଜଣ ସଂଗ୍ରାମୀ, ଗାନ୍ଧୀବାଦୀ ସାମିଲ ହୋଇଥିଲେ। ମହାତ୍ମାଙ୍କ ବାମୁର ରହଣିକୁ ସ୍ମରଣୀୟ କରିବାକୁ ୧୯୮୯ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟ୍ରଷ୍ଟ ଗଠନ ସହ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କରାଯାଇଥିଲା। ୧୯୯୦ ଜାନୁୟାରୀ ୩୦ରେ ତତ୍କାଳୀନ ଢେଙ୍କାନାଳ ଜିଲାପାଳ ଡ. କେ.ଏସ୍‌. ଗଣେଶନ ଏହାର ଉଦ୍‌ଘାଟନ କରିଥିଲେ। ଏଥିସହ ବାମୁର ଡାକ ବଙ୍ଗଳା ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ସେହିବର୍ଷଠାରୁ ଗାନ୍ଧିଜୀଙ୍କ ଜୟନ୍ତୀ, ମହାପ୍ରୟାଣ ଦିବସ, ରହଣି ସ୍ମୃତି ସଭା, ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଉଛି। ତେବେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ପୁରୁଣା ପ୍ରତିମୂର୍ତ୍ତିକୁ ଉକ୍ତ ସ୍ଥାନରୁ ହଟାଯାଇ ୨୦୨୦-୨୦୨୧ରେ ସାମାନ୍ୟ ଦୂରରେ ଆକର୍ଷଣୀୟ ମଣ୍ଡପ ସହିତ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହେଲେ ଛାତ ନିର୍ମାଣ କରାଯାଇ ନ ଥିବାରୁ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ରହିଛି। ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ଡାକ ବଙ୍ଗଳା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଉଦ୍‌ଘାଟନ କରାଯାଉ ନାହିଁ। ସ୍ମୃତିଭବନର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ। ପ୍ରତିମୂର୍ତ୍ତି ନିକଟରେ ଥିବା ସରକାରୀ ଜମିରେ ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟ ଓ ଆଲୋକୀକରଣ ପାଇଁ ହେଉଥିବା ଦାବିପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ତୁରନ୍ତ ଏ ନେଇ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri