ବଢ଼ୁଛି ଝାଡ଼ାବାନ୍ତି: ଆଶା, ଅଙ୍ଗନୱାଡିଙ୍କ ଭରସାରେ ରୋଗୀ

ତେନ୍ତୁଳିଖୁଣ୍ଟି, ୧୫।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଏଠାକୁ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚତ୍ ପାରୁନାହିଁ। ଗାଁର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସମ୍ପର୍କରେ ଖବର ସଂଗ୍ରହ କରି ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଉଛନ୍ତି। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର ୩ରୁ ୪କିମି ମଧ୍ୟରେ ଥିବା ଏହି ଗାଁ ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ନ ପଡ଼ିବାକୁ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଗାଁରେ ପ୍ରାୟ ୧୫ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଅଛନ୍ତି। କେତେଜଣ ଆକ୍ରାନ୍ତ ବହିର୍ବିଭାଗରେ ନାମ ପଞ୍ଜୀକରଣ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ଚିକିତ୍ସିତ ହେବାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟକୁ ପଠାଯାଉଛି। ଗାଁରେ ଏତେ ସଂଖ୍ୟକ ଆକ୍ରାନ୍ତ ଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗୀୟ ଟିମ୍‌ ଘରକୁ ଘର ବୁଲି ଚିକିତ୍ସା କରୁନାହାନ୍ତି। ଦିନେ ଅଧେ ରହି ପଳାଇ ଆସୁଛନ୍ତି। ସେମାନେ ଗ୍ରାମର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି। ଏଥିସହ ଗ୍ରାମର ଡ୍ରେନ୍‌ଗୁଡ଼ିକ ମାସ ମାସ ଧରି ସଫା ହେଉନି। ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ ରହୁଛନ୍ତି। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଲୋକଙ୍କୁ ସଚେତନ କଲେ ମଧ୍ୟ ସେମାନେ ଶୁଖିଲା କରଡ଼ି, ଛତୁ, ଆମ୍ବ ଟାକୁଆ ଆଦି ଖାଇବା ବନ୍ଦ କରୁନାହାନ୍ତି। ଏପରି ସ୍ଥଳେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗ୍ରାମକୁ ଗସ୍ତ କରି ସମସ୍ତଙ୍କୁ ଚିକିତ୍ସା ନ କଲେ ଝାଡ଼ାବାନ୍ତି ବଢ଼ିବାର ଆଶଙ୍କା ରହିଛି। ଗାଁର ମକୁନ୍ଦ ସାନ୍ତା ଗତ ସପ୍ତାହରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେହିଭଳି ଗାଁର ଯଦୁ ସାନ୍ତା, ଲୋଚିଆ ସାନ୍ତା, ସଦା ସାନ୍ତା ତେନ୍ତୁଳିଖୁଣ୍ଟିରେ ଚିକିତ୍ସତ ହେଉଛନ୍ତି। ରବିବାର ଗୁଣ୍ଡୁରୁ ସାନ୍ତା ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ତାଙ୍କୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଓ ପରେ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ଟଙ୍କଧର ସାନ୍ତା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ସମଲାଇ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ଖୁଣ୍ଟିପଦର ଗ୍ରାମର ୨ଜଣ ଯୁବକଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି। ଶନିବାର ଜଣେ ଓ ରବିବାର ମଧ୍ୟ ଜଣେ ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଗାଁକୁ ଯାଇଥିବା ମେଡିକାଲ ଟିମ୍‌କୁ ରିପୋର୍ଟ ମାଗିବି ବୋଲି ସେ କହିଛନ୍ତି। ରବିବାର ମେଡିକାଲ ଟିମ୍‌ ଗାଁକୁ ଯାଇଥିଲା। ସୋମବାର ଗାଁ ସଫେଇ କରାଯିବ ବୋଲି ଟିମ୍‌ କହିଛି। ସିଡିଏମ୍‌ଓ, ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ...

ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ତାଳ ମେଳ ରହୁନି

ନାଉଗାଁ,୨୬।୩(ସ୍ବ.ପ୍ର): ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କର ଗ୍ରେଡେଶନ ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଗ୍ରେଡେଶନ ତାଲିକା ଜିଲା ଶିକ୍ଷାଧିକାରୀ ଓ...

ପୋଲିସର ଯାନବାହନ ଯାଞ୍ଚ

ସୋରଡା,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୂକ୍ରବାରଠାରୁ ଆରମ୍ଭ ହୋଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ ଚାଳକମାନଙ୍କୁ...

ଧାନ କିଣା ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୪।୩ – ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇ ପଡ଼ିଛନ୍ତି। ଟୋକନ ଅବଧି...

ମଦନପୁର କଲେଜ ଛକରେ ରାସ୍ତାରୋକୋ

ପଟ୍ଟମୁଣ୍ଡାଇ/ରାଜନଗର, ୨୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ...

ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ

ସୁନ୍ଦରଗଡ଼,୨୯ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ...

ବାଇକ୍‌ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍‌

ଛତ୍ରପୁର,୧୨ା୬(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଆବାସିକ କଲୋନୀ ସମ୍ମୁଖ ରାସ୍ତାରେ ରବିବାର ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ...

Advertisement
Archives

Model This Week