ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ

ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଜମାହୋଇ ରହୁଛି। ଫଳରେ ଖଡ଼ଇଣ୍ଟା, ବଡ଼ପଡ଼ା, କଖାରୁଣି, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ବଡ଼ମହନପୁର ଆଦି ପଞ୍ଚାୟତର ଗଁାଗୁଡ଼ିକର ଚାଷଜମିରେ ପଡ଼ିଥିବା ତଳିଘେରା ବୁଡ଼ିବା ଆରମ୍ଭ କରିଛି। ସେହିପରି ଦୁହୁଡିପୁର, ଦୋସିଆ, ବିଲିକଣା ଆଦି ଗ୍ରାମର ଚାଷଜମି ମଧ୍ୟ ବୁଡ଼ିରହିଛି। ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ବଡ଼ପଡ଼ା ପଞ୍ଚାୟତର ପାରେଶ୍ୱର ସେଠୀ କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ପାଗଯୋଗ ଆଦୌ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ତଳି ବିହନ ପକା, ତା’ ମଧ୍ୟରୁ ଅନେକ ବିହନ ଗଜା ହେଲା ନାହିଁ। ପୁଣି ଯେତିକି ତଳି ଉତୁରିଥିଲା, ତା’ ମଧ୍ୟରୁ ନୂଆକରି ପୋତାଯାଇଥିବା ତଳିଗୁଡ଼ିକ ଲଗାଣ ବର୍ଷାରେ ବୁଡ଼ିରହିଛି। ରୁଆ ପୋତା ବିଳମ୍ବ ପାଇଁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଅଧିକ ରାସାୟନିକ ସାର ଜମିରେ ପ୍ରୟୋଗ କରି ଯେତିକି ତଳି ଉତାରିଥିଲେ ତାହା ମଧ୍ୟ ବର୍ଷାରେ ବୁଡ଼ି ପଚିବାକୁ ବସିଲାଣି। ଉତିକଣ ଭେଡ଼ାରେ ଥିବା ପାଟନାଳିଗୁଡିକରେ ଦଳ ଭର୍ତ୍ତିହୋଇ ରହିଛି। ଅଧିକାଂଶ ପାଟନାଳି ପୋତି ହୋଇପଡ଼ିବାରୁ ଉଦ୍‌ବୃତ ବର୍ଷାପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ସେହିପରି ମାନବାଧିକାର କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ତଳିଗୁଡ଼ିକ ବର୍ଷାପାଣିରେ ବୁଡିରହିଛି। କଖାରୁଣିଠାରୁ ବାହାରି ଦୋସିଆ ଦେଇ ଚହଳିବାଙ୍କ ଓ ଓସଙ୍ଗରା ସାହୁପଡା ଡ୍ରେନେଜ୍‌ କଟ୍‌ ଦେଇ ଖଡ଼ଇଣ୍ଟା, ଅରଡ଼ପଲ୍ଲି, କଖାରୁଣି ପଞ୍ଚାୟତର ଉଦ୍‌ବୃତ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ତାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତିହୋଇ ରହିଛି। ଅନ୍ୟପକ୍ଷରେ ନୟନଯୋରି ଜବରଦଖଲରେ ରହିଛି। ଫଳରେ ଖାଲୁଆ ଚାଷଜମିର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ପ୍ରତବର୍ଷ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ଲାଗି ୧୦ ବର୍ଷ ଧରି ଏସବୁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଅନଶନ କରାଯାଉଥିଲେ ମଧ୍ୟ ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉନାହିଁ। କୃଷକ ନେତା ବିଜୟ ଦାସ କୁହନ୍ତି, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଥିବା ଉତିକଣ ଅଞ୍ଚଳର ଚାଷୀମାନଙ୍କ ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଯଦି ଧାନ ଫସଲ କ୍ଷତି ଘଟେ ତେବେ ଚାଷୀମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ କ୍ଷତି ଭରଣା କରିବାକୁ ସକ୍ଷମ ହେବେ ନାହିଁ। ଏଭଳି ପରିସ୍ଥିତିରେ ସମବାୟ ସଂସ୍ଥା ଓ ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ନେଇ ଚାଷ କରିଥିବା ଚାଷୀମାନେ ଜଟିଳ ପରିସ୍ଥିତିକୁ ସାମ୍‌ନା କରିବେ। ତେଣୁ ସରକାରୀ ସଂସ୍ଥାରୁ ଋଣ ନେଇଥିବା ଚାଷୀମାନଙ୍କୁ ଋଣ ଛାଡ଼ ସହ ବୀମାରାଶି ପ୍ରଦାନ ଓ ଜଳକର ଛାଡ଼ ପାଇଁ ଦାବି ହେଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଉପରୋକ୍ତ ପଞ୍ଚାୟତ ଦେଇ ଯାଇଥିବା କେନାଲରେ ଜଳପ୍ରବାହ ବନ୍ଦ କରିଦିଆଯାଇଛି। ତୁରନ୍ତ ଉକ୍ତ ବାଟ ଦେଇ ବର୍ଷାପାଣି ନିଷ୍କାସନ ହେବାରେ କୌଣସି ସମସ୍ୟା ରହିବ ନାହଁି ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri