ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ

ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଜମାହୋଇ ରହୁଛି। ଫଳରେ ଖଡ଼ଇଣ୍ଟା, ବଡ଼ପଡ଼ା, କଖାରୁଣି, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ବଡ଼ମହନପୁର ଆଦି ପଞ୍ଚାୟତର ଗଁାଗୁଡ଼ିକର ଚାଷଜମିରେ ପଡ଼ିଥିବା ତଳିଘେରା ବୁଡ଼ିବା ଆରମ୍ଭ କରିଛି। ସେହିପରି ଦୁହୁଡିପୁର, ଦୋସିଆ, ବିଲିକଣା ଆଦି ଗ୍ରାମର ଚାଷଜମି ମଧ୍ୟ ବୁଡ଼ିରହିଛି। ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ବଡ଼ପଡ଼ା ପଞ୍ଚାୟତର ପାରେଶ୍ୱର ସେଠୀ କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ପାଗଯୋଗ ଆଦୌ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ତଳି ବିହନ ପକା, ତା’ ମଧ୍ୟରୁ ଅନେକ ବିହନ ଗଜା ହେଲା ନାହିଁ। ପୁଣି ଯେତିକି ତଳି ଉତୁରିଥିଲା, ତା’ ମଧ୍ୟରୁ ନୂଆକରି ପୋତାଯାଇଥିବା ତଳିଗୁଡ଼ିକ ଲଗାଣ ବର୍ଷାରେ ବୁଡ଼ିରହିଛି। ରୁଆ ପୋତା ବିଳମ୍ବ ପାଇଁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଅଧିକ ରାସାୟନିକ ସାର ଜମିରେ ପ୍ରୟୋଗ କରି ଯେତିକି ତଳି ଉତାରିଥିଲେ ତାହା ମଧ୍ୟ ବର୍ଷାରେ ବୁଡ଼ି ପଚିବାକୁ ବସିଲାଣି। ଉତିକଣ ଭେଡ଼ାରେ ଥିବା ପାଟନାଳିଗୁଡିକରେ ଦଳ ଭର୍ତ୍ତିହୋଇ ରହିଛି। ଅଧିକାଂଶ ପାଟନାଳି ପୋତି ହୋଇପଡ଼ିବାରୁ ଉଦ୍‌ବୃତ ବର୍ଷାପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ସେହିପରି ମାନବାଧିକାର କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ତଳିଗୁଡ଼ିକ ବର୍ଷାପାଣିରେ ବୁଡିରହିଛି। କଖାରୁଣିଠାରୁ ବାହାରି ଦୋସିଆ ଦେଇ ଚହଳିବାଙ୍କ ଓ ଓସଙ୍ଗରା ସାହୁପଡା ଡ୍ରେନେଜ୍‌ କଟ୍‌ ଦେଇ ଖଡ଼ଇଣ୍ଟା, ଅରଡ଼ପଲ୍ଲି, କଖାରୁଣି ପଞ୍ଚାୟତର ଉଦ୍‌ବୃତ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ତାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତିହୋଇ ରହିଛି। ଅନ୍ୟପକ୍ଷରେ ନୟନଯୋରି ଜବରଦଖଲରେ ରହିଛି। ଫଳରେ ଖାଲୁଆ ଚାଷଜମିର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ପ୍ରତବର୍ଷ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ଲାଗି ୧୦ ବର୍ଷ ଧରି ଏସବୁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଅନଶନ କରାଯାଉଥିଲେ ମଧ୍ୟ ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉନାହିଁ। କୃଷକ ନେତା ବିଜୟ ଦାସ କୁହନ୍ତି, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଥିବା ଉତିକଣ ଅଞ୍ଚଳର ଚାଷୀମାନଙ୍କ ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଯଦି ଧାନ ଫସଲ କ୍ଷତି ଘଟେ ତେବେ ଚାଷୀମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ କ୍ଷତି ଭରଣା କରିବାକୁ ସକ୍ଷମ ହେବେ ନାହିଁ। ଏଭଳି ପରିସ୍ଥିତିରେ ସମବାୟ ସଂସ୍ଥା ଓ ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ନେଇ ଚାଷ କରିଥିବା ଚାଷୀମାନେ ଜଟିଳ ପରିସ୍ଥିତିକୁ ସାମ୍‌ନା କରିବେ। ତେଣୁ ସରକାରୀ ସଂସ୍ଥାରୁ ଋଣ ନେଇଥିବା ଚାଷୀମାନଙ୍କୁ ଋଣ ଛାଡ଼ ସହ ବୀମାରାଶି ପ୍ରଦାନ ଓ ଜଳକର ଛାଡ଼ ପାଇଁ ଦାବି ହେଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଉପରୋକ୍ତ ପଞ୍ଚାୟତ ଦେଇ ଯାଇଥିବା କେନାଲରେ ଜଳପ୍ରବାହ ବନ୍ଦ କରିଦିଆଯାଇଛି। ତୁରନ୍ତ ଉକ୍ତ ବାଟ ଦେଇ ବର୍ଷାପାଣି ନିଷ୍କାସନ ହେବାରେ କୌଣସି ସମସ୍ୟା ରହିବ ନାହଁି ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?