ଜଳବନ୍ଦୀ ଜୀବନ ବିତାଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୧୫ା୮ ( ଡି.ଏନ.ଏ.):୫ବର୍ଷର ଅବଧି ଶେଷ ହୋଇ ଯାଇଥିଲେ ହେଁ ନିର୍ମାଣ ସରୁନି ଚବେରି ନଦୀ ପୋଲ ନିର୍ମାଣ। ଜିଲା ଏବଂ ବ୍ଲକ ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ମଧୁବିଶାଳୀ ଗ୍ରାମବାସୀ ଜଳବନ୍ଦୀ ଜୀବନ ବିତାଉଛନ୍ତି । କୋରାପୁଟ ଜିଲା ଦଶମନ୍ତପୁର ବ୍ଳକରେ ଏପରି ଦେଖିବାକୁ ମିଳିଛି। ୭୬.୦୫ ମିଟର ବିଶିଷ୍ଟ ଏହି ହାଇଲେବଲ ପୋଲ ପାଇଁ ସରକାରଙ୍କ ପକ୍ଷରୁ ୨ କୋଟି ୭୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ନିର୍ମାଣ କାର୍ଯ୍ୟ ଏନବିସିସି ଠିକାସଂସ୍ଥାର ମା’ଭଗବତୀ କନଷ୍ଟ୍ରକସନ କରୁଛି। ଏହି ପୋଲ କାର୍ଯ୍ୟ ୭ା୮ା୨୦୧୭ରେ ଆରମ୍ଭ ହୋଇଥିବା ବେଳେ ୬ା୧୨୦୧୯ରେ ସରିବାକୁ ସୂଚନା ଫଳକରେ ଦର୍ଶାଯାଇଛି। ପୋଲ ନିର୍ମାଣରେ ମନ୍ଥରତା ଯୋଗୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଗମନାଗମନ ସହ ଅନ୍ୟାନ୍ୟ ଯୋଜନାରୁ ସେମାନେ ଉପକୃତ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଧୁବିଶାଳୀ ଗ୍ରାମ ଦେଇ ପୋଲ ଉପରେ ଯାତାୟାତ ଲାଗି ୭ ଖଣ୍ଡ ଗ୍ରାମବାସୀ ନିର୍ଭର କରୁଛନ୍ତି। ଏହି ନଦୀ ବ୍ୟତୀତ ଯାତାୟାତର ସୁବିଧା ଅନ୍ୟ କିଛି ନ ଥିବାରୁ ନଥିବାରୁ ଜରୁରୀ କାର୍ଯ୍ୟ ପଡ଼ିଲେ ବର୍ଷା ଦିନେ ନଦୀରେ ଜୀବନକୁ ବାଜି ଲଗାଇ ଲେକେ ଯାତାୟାତ କରିଥାନ୍ତି। ଗ୍ରାମରେ କୌଣସି ଗର୍ଭବତୀ ଓ ପ୍ରସୂତି ମହିଳା କିମ୍ବା ଅନ୍ୟକେହି ରୋଗରେ ପୀଡିତ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଜଣାଇଛନ୍ତି। ତେବେ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଖୁବ ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ସେମାନେ ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଚାରିବାକୁ ବିଭାଗୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ସେହିପରି କାର୍ଯ୍ୟସ୍ଥଳରେ କର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜରଙ୍କୁ ପଚାରିବାରୁ ସେ କ ମୁଁ କ’ଣ କରିବି ବୋଲି କହି ନିଜର ଅସହାୟତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?