ଭତ୍ତା ଅପେକ୍ଷାର ଅନ୍ତ ହେଉନି

ରାସୋଳ, ୨୫।୮(ଡି.ଏନ୍‌.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ ଦେଲା। ଅକାଳରେ ଚାଲିଗଲେ ବଡ଼ପୁଅ। ସାନପୁଅ ନିଜ ପରିବାର କଥା ଦେଖିଲେ। ଏବେ ଏକା ଏକା ଜୀବନ। ସେଥିରେ ଦାଉ ସାଧିଛି ବାତରୋଗ। ବଙ୍କେଇ ଯାଇଛି ଦୁଇ ଗୋଡ଼। ଆଉ ଆଗ ପରି ଖଟିପାରୁନାହାନ୍ତି। ସକାଳ ହେଲେ କେମିତି ପେଟ ପୂରିବ ସେହି ଚିନ୍ତାରେ ଦିନ କଟୁଛି। ଦୀର୍ଘ ୮ବର୍ଷ ହେଲା ଦିବ୍ୟାଙ୍ଗ ଭତ୍ତା ପାଇଁ ଦୌଡୁଥିବାବେଳେ ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବୁହାଳିପାଳ ପଞ୍ଚାୟତ ବାଙ୍କଟିଆ ଗ୍ରାମର ୭୦ ବର୍ଷୀୟା ରସେଇ ଗୋଚ୍ଛାୟତ।
ରସେଇଙ୍କ କହିବା କଥା, ତାଙ୍କର ବିବାହ ସଦର ବ୍ଲକ ଓସ୍ତପାଳ ଗ୍ରାମରେ ହୋଇଥିଲା। ଦୁଇ ପୁଅ ଜନ୍ମ ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ିଦେଲେ। ଏହାପରେ ସେ ଦୁଇ ଛୁଆଙ୍କୁ ଧରି ଚାଲିଆସିଲେ ବାପଘର ବାଙ୍କଟିଆକୁ। ସରକାରୀ ଅଧିକାରୀଙ୍କୁ ନିବେଦନ ପରେ ବଡ଼କଷ୍ଟରେ ତାଙ୍କ ପାଇଁ ମଞ୍ଜୁର ହୋଇଛି ମାତ୍ର ୫ କେଜି ଚାଉଳ। ସେତକ ସମ୍ବଳରେ ଚଳିବା କଷ୍ଟକର ହୋଇପଡୁଛି। ଔଷଧ କିଣିପାରୁନାହାନ୍ତି। ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାର ପଦସ୍ଥ ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ସ୍ବାମୀ ପରିତ୍ୟକ୍ତା ବୋଲି ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ତାଙ୍କୁ ସବୁଠି ନିରାଶ ହେବାକୁ ପଡ଼ିଛି। ସରକାର ଗରିବଙ୍କ ପାଇଁ ଏତେ ସବୁ ଯୋଜନା କରିଥିବାବେଳେ ୮ବର୍ଷ ହେଲା ଜଣେ ସ୍ବାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ବାରଦୁଆର ହେବା ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀନେଶ ସାମଲ କୁହନ୍ତି, ମହିଳା ଜଣକ ଆବଶ୍ୟକ କାଗଜପତ୍ର ଦାଖଲ କରିନାହାନ୍ତି। ତେଣୁ ତାଙ୍କର ଆବେଦନପତ୍ର ଫେରି ଆସିଛି। ତାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ କରାଯିବା ଲାଗି ପଦକ୍ଷେପ ନିଆଯାଉଛି। ଏହାପରେ ତାଙ୍କୁ ଭତ୍ତା ମିଳିବ ବୋଲି ପିଇଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?