ଭତ୍ତା ଅପେକ୍ଷାର ଅନ୍ତ ହେଉନି

ରାସୋଳ, ୨୫।୮(ଡି.ଏନ୍‌.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ ଦେଲା। ଅକାଳରେ ଚାଲିଗଲେ ବଡ଼ପୁଅ। ସାନପୁଅ ନିଜ ପରିବାର କଥା ଦେଖିଲେ। ଏବେ ଏକା ଏକା ଜୀବନ। ସେଥିରେ ଦାଉ ସାଧିଛି ବାତରୋଗ। ବଙ୍କେଇ ଯାଇଛି ଦୁଇ ଗୋଡ଼। ଆଉ ଆଗ ପରି ଖଟିପାରୁନାହାନ୍ତି। ସକାଳ ହେଲେ କେମିତି ପେଟ ପୂରିବ ସେହି ଚିନ୍ତାରେ ଦିନ କଟୁଛି। ଦୀର୍ଘ ୮ବର୍ଷ ହେଲା ଦିବ୍ୟାଙ୍ଗ ଭତ୍ତା ପାଇଁ ଦୌଡୁଥିବାବେଳେ ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବୁହାଳିପାଳ ପଞ୍ଚାୟତ ବାଙ୍କଟିଆ ଗ୍ରାମର ୭୦ ବର୍ଷୀୟା ରସେଇ ଗୋଚ୍ଛାୟତ।
ରସେଇଙ୍କ କହିବା କଥା, ତାଙ୍କର ବିବାହ ସଦର ବ୍ଲକ ଓସ୍ତପାଳ ଗ୍ରାମରେ ହୋଇଥିଲା। ଦୁଇ ପୁଅ ଜନ୍ମ ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ିଦେଲେ। ଏହାପରେ ସେ ଦୁଇ ଛୁଆଙ୍କୁ ଧରି ଚାଲିଆସିଲେ ବାପଘର ବାଙ୍କଟିଆକୁ। ସରକାରୀ ଅଧିକାରୀଙ୍କୁ ନିବେଦନ ପରେ ବଡ଼କଷ୍ଟରେ ତାଙ୍କ ପାଇଁ ମଞ୍ଜୁର ହୋଇଛି ମାତ୍ର ୫ କେଜି ଚାଉଳ। ସେତକ ସମ୍ବଳରେ ଚଳିବା କଷ୍ଟକର ହୋଇପଡୁଛି। ଔଷଧ କିଣିପାରୁନାହାନ୍ତି। ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାର ପଦସ୍ଥ ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ସ୍ବାମୀ ପରିତ୍ୟକ୍ତା ବୋଲି ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ତାଙ୍କୁ ସବୁଠି ନିରାଶ ହେବାକୁ ପଡ଼ିଛି। ସରକାର ଗରିବଙ୍କ ପାଇଁ ଏତେ ସବୁ ଯୋଜନା କରିଥିବାବେଳେ ୮ବର୍ଷ ହେଲା ଜଣେ ସ୍ବାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ବାରଦୁଆର ହେବା ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀନେଶ ସାମଲ କୁହନ୍ତି, ମହିଳା ଜଣକ ଆବଶ୍ୟକ କାଗଜପତ୍ର ଦାଖଲ କରିନାହାନ୍ତି। ତେଣୁ ତାଙ୍କର ଆବେଦନପତ୍ର ଫେରି ଆସିଛି। ତାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ କରାଯିବା ଲାଗି ପଦକ୍ଷେପ ନିଆଯାଉଛି। ଏହାପରେ ତାଙ୍କୁ ଭତ୍ତା ମିଳିବ ବୋଲି ପିଇଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିସ୍କୋପ୍‌ ଲେନ୍ସରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଶିକ୍ଷା

କର୍ଲାମୁଣ୍ଡା,୩।୪(ଡି.ଏନ୍‌.ଏ.): ମହାକାଶ ବିଜ୍ଞାନ ପ୍ରତି ଗ୍ରାମାଞ୍ଚଳ ଛାତ୍ରୀଛାତ୍ର କିପରି ଆକର୍ଷିତ ହେବେ ସେନେଇ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପିଏଚ୍‌ଡି (କୋଷ ବିଜ୍ଞାନ) ଛାତ୍ର...

ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି।...

ଲାଞ୍ଚ ମାମଲା: ପୂର୍ବତନ ଆର୍‌ଆଇଙ୍କୁ ୨ ବର୍ଷ ଜେଲ

ବାରିପଦା ଅଫିସ,୧।୧୨- ମୟୁରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶରତ କୁମାର ଦେହୁରୀ ଶନିବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨...

ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ...

କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି...

‘ମଗଜି’କୁ ମାନ୍ୟତା ଆଶା ବଢ଼ିଲା

ଢେଙ୍କାନାଳ ଅଫିସ, ୮।୧୨: ଢେଙ୍କାନାଳର ନିଜସ୍ବ ମିଠା ମଗଜି ଲଡୁକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା ଆଶା ବଢ଼ିଛି। ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ବାଦରେ ସ୍ବତନ୍ତ୍ର...

ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି...

କାର୍ଯ୍ୟକାରୀ ହୋଇନି ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଛତ୍ରପୁର,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଧାନ ମଣ୍ଡି ସବୁ ସ୍ଥାନରେ ଖୋଲି ନ ଥିବା ଏବଂ ବିଭାଗୀୟ ପଦାଧିକାରୀମାନଙ୍କ ଦ୍ୱାରା ଧାନ କିଣାରେ ଅନିୟମିତତା ହେଉଥିବା ନେଇ ଋଷିକୁଲ୍ୟା...

Advertisement
Archives

Model This Week