ଆମ ଜିଲା ଖବର

ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଦାଖଲ ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେବା…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ,…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି ନୀଳଗିରି ରେଞ୍ଜରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା ଘଟଣା ବିସ୍ଫୋରକ ରୂପ ଧାରଣ କରିଛି। କମଳାଙ୍କ ମୃତଶରୀର କଟକ ବଡ ମେଡିକାଲରୁ…

ନିଶା ସେବନକୁ ବିରୋଧ କଲେ ପୁଅ, କୀଟନାଶକ ପିଇଦେଲେ ବାପା: ଆଉ ତା’ପରେ…

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏଭଳି ଘଟଣା…

ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହତ

ଝାରସୁଗୁଡା/ବେଲପାହାଡ,୧୨।୫(ଆଶିଷ ରଞ୍ଜନ ଦାଶ/ସୁବାସ ପ୍ରଧାନ): ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୋଲିସ ଦୁଇ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚାନ୍ଦ ନଛୋର୍‌ ଓ ସୁନିଲ ମହାନନ୍ଦଙ୍କ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ ମନ୍ଦିର ଝାଁକରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଉଛନ୍ତି…

ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ଭୁବନେଶରସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର ବହୁ ସମସ୍ୟା ଓ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ…

ମୁଣ୍ଡରେ ପଗଡ଼ି ଭିଡ଼ି ଟ୍ରାକ୍ଟର ଚଳାଇଲେ ବିଧାୟକ: ଆଉ ତା’ପରେ ଘଟିଲା…

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ଏହାର ଶୁଭାରମ୍ଭ କରିବା ଅବସରରେ ପୂଜାପାଠ କରିବା ସହିତ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଣ୍ଡରେ ପଗଡ଼ି ଭିଡ଼ି ଧାନ…

ବିକ୍ରି ହୋଇନି ଖରିଫ୍‌ ଧାନ: ଇଚ୍ଛାମୃତ୍ୟୁ ଆବେଦନ କଲେ ରୋହିତ

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାରରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ କିଛି ମାତ୍ରାରେ ଚିହ୍ନଟ କରଯାଇଛି l ସେମାନଙ୍କୁ ଧରିବା ପାଇଁ ୬ଟି ପୋଲିସ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି। ଏହି କ୍ରମରେ ଜିଲା ପ୍ରଶାସନ, ଉପଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?