ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବିବାର ପାଳିତ ହେବାକୁ ଥିବା “ଆନ୍ତର୍ଜାତୀୟ ଯୋଗ ଦିବସ” ଅବ୍ୟବହିତ ପୂର୍ବରୁ ଶନିବାର ଦିନ କଲେଜର ଜାତୀୟ ସେବା ଯୋଜନା (NSS) ୟୁନିଟ, ଯୁବ ରେଡକ୍ରସ୍ ଏବଂ ଭାରତ ସ୍କାଉଟ ଏବଂ ଗାଇଡ ଶାଖାର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବ୍ରହ୍ମପୁର ସ୍ଥିତ ଡେକାନ କଲେଜର ଶାରୀରିକ ଶିକ୍ଷା ପ୍ରଶିକ୍ଷକ ମହାଦେବ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଯୋଗ ଓ ପ୍ରାଣାୟାମର ମହତ୍ତ୍ଵ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଉଦବୋଧନ ଦେଇଥିଲେ। ଯୋଗ,ପ୍ରାଣାୟାମ ଜୀବାତ୍ମାକୁ ପରମାତ୍ମାଙ୍କ ସହ ଯୋଗ କରିଥାଏ। ଯୋଗ ପ୍ରାଣାୟାମ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ସୁସ୍ଥ ଓ ସୁସଂଯତ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରଥ କଲେଜର ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ, ଆସନ ଏବଂ ପ୍ରାଣାୟମ ସମ୍ପର୍କରେ ପ୍ରାୟୋଗିକ ତାଲିମ ପ୍ରଦାନ କରିଥିଲେ।

ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଇତିପ୍ରଭା, ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ପ୍ରଶିକ୍ଷକ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼ ପ୍ରମୁଖ ଏହି ସମଗ୍ର କାର୍ଯ୍ୟକ୍ରମର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟାମ

ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ  ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ…

ବିକାଶଧାରା ଓଡ଼ିଶା ସାରା ମହାସମାବେଶ: ସରକାରଙ୍କ ୨ ବର୍ଷର ଶାସନ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୦।୬ (ଅରୁଣ ସାହୁ): ଓଡ଼ିଶାରେ ଭାଜପା ସରକାରଙ୍କ ଦୁଇ ବର୍ଷର ଶାସନ ପୂର୍ତ୍ତି ଅବସରରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri