ଆମ ଜିଲା ଖବର

କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀ। ସରକାର ପ୍ରଦାନ କରିଥିବା ଗୁଣ୍ଠିକିଆ ଜମି ହଡ଼ପ କରି ସେଠାରେ ବେଆଇନ ଭାବେ…

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।…

ଆଉ କିଛିଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…

ବୁଗୁଡ଼ା ଅଞ୍ଚଳରେ ବୁଢୁଛି ଚୋରା ମଦ କାରବାର

ବୁଗୁଡ଼ା,୨୫।୪(ଡି.ଏନ.ଏ.): ବୁଗୁଡ଼ା ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରାବାର ବୃଦ୍ଧି ପାଉଛି। ବୁଗୁଡା ଅବକାରୀ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଚୋରା କାରାବାର ବହୁଳ ଭାବରେ ଚାଲୁଛି। ଏପରିକି ବିଭାଗ ପକ୍ଷରୁ ଅନୁମତି ମିଳିଥିବା…

୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ

ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା ପରେ ୪୦ରୁ ଉଦ୍ଧର୍‌ବ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଉପରେ…

ଜି.ଉଦୟଗିରି ସହରର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଜି.ଉଦୟଗିରି,୨୫।୪(ଡି.ଏନ.ଏ.): ପାନୀୟ ଜଳ ଯୋଗାଣ ବିଭାଗର ଖାମଖିଆଲ ନୀତି ଯୋଗୁ ଜି.ଉଦୟଗିରି ସହରର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ପାନୀୟ ଜଳ ଯୋଗାଣ ପାଇଁ ସହରରେ ବିଛା ଯାଇଥିଲା ପାଇପ୍‌। ଏହାର କାମ ସରିଲାଣି। କିନ୍ତୁ ଖୋଳିଥିବା ରାସ୍ତାକୁ ମରାମତି କରିବାକୁ ଭୁଲିଗଲା…

ବିଦ୍ୟୁତ୍‌ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍‌କାଟ ଓ ଲୋ ଭୋଲ୍‌ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ୨ ଗ୍ରାମର ଉପଭୋକ୍ତା ମିଶି ୮ ଜଣ…

ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉ ମହାନଦୀ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲାରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦୀର୍ଘବର୍ଷର ଜନଦାବି ଋଷିକୂଲ୍ୟା ସହ ସଂଯୋଗୀକରଣ ହୋଇପାରୁନି ମହାନଦୀ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏ କ୍ଷେତ୍ରରେ ଆଖି ବୁଜି…

ବାପ ଝିଅ ବିଷ ପିଇବା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ସୋର,୨୫।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜନୈକା ନାବାଳିକାଙ୍କୁ ଏକତରଫା ପ୍ରେମ କରି ଜଣେ ଯୁବକ ତାଙ୍କ ସହଯୋଗୀଙ୍କ ସହ ଅପହରଣ ଉଦ୍ୟମ କରିଥିଲେ। ଏନେଇ ନାବଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ…

ମସଜିଦ୍‌ ଦାନବାକ୍ସ ଚୋରି ଘଟଣା: ଘରୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଆପାଳ,୨୫।୪(ସ୍ବ.ପ୍ର)-ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ମସଜିଦ ଦାନବାକ୍ସ ଚୋରି ମାମଲାରେ ଜଡ଼ିତ କରି ଜଣେ ଯୁବକଙ୍କୁ ଘରୁ ଡାକିନେଇ ତାଙ୍କ ବେକରେ ଦଉଡ଼ି ବାନ୍ଧି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଦଉଡ଼ି ଛିଣ୍ଡି ଯିବାରୁ ଯୁବକ ଜଣକ ନିଜ ଘରକୁ ଦଉଡ଼ି ପଳାଇଯାଇଥିଲେ।…

ପେଭର ବ୍ଲକ ବଢ଼ାଉଛି ଉତ୍ତାପ

କେନ୍ଦୁଝର, ୨୫।୪ (ସ୍ବ.ପ୍ର.): ଥଣ୍ଡା ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା କେନ୍ଦୁଝର ଜିଲାରେ ଗତ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ ଓ ବହୁ ମାତ୍ରାରେ କଙ୍କ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଏହାର ପୁରୁଣା ଗୌରବ ହ୍ରାସ ପାଇବାକୁ ବସିଛି।…

କାଞ୍ଜିପାଣି ଘାଟିରେ ନିଆଁ

କେନ୍ଦୁଝର, ୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ଘାଟି ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ବ୍ୟାପକ ଜଙ୍ଗଲ ପୋଡ଼ି ଯାଇଛି। କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବାବେଳେ ଏଭଳି ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri