ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ଆବେଦନକୁ ଆଜି ବର୍ଷା ପ୍ରତ୍ୟାହାର କରିନେଇଛନ୍ତି।

ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ ବର୍ଷା ଖୁବ୍‌ଶୀଘ୍ର ଅନୁଭବଙ୍କ ଘର ଛାଡ଼ିବେ। ଏନେଇ ସେ କୋର୍ଟଙ୍କୁ ଜଣାଇସାରିଛନ୍ତି। ଏସ୍‌ଡିଜେଏମ୍‌ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ଥିବା ବେଳେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ କୋର୍ଟ। ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ଏ ବାବଦରେ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଡିଜେଏମ୍‌ଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲା ଜଜ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

କଟକ ଅଫିସ,୮ା୧: ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ...

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର...

ଇ-ଅଫିସ ଆରମ୍ଭ କଲା ଗଞ୍ଜାମ ପୋଲିସ: ଲୋକଙ୍କୁ ମିଳିବ ଉତ୍ତମ ସେବା

ଛତ୍ରପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବୁଧବାର ଇ-ଅଫିସର ଶୁଭାରମ୍ଭ ହୋଇଛି। ଏହାଫଳରେ ଜନସାଧାରଣଙ୍କୁ ଖୁବ୍‌ଶୀଘ୍ର ଉତ୍ତମ ସେବା ମିଳିପାରିବ ବୋଲି ଏକ ଖବରଦାତା ସମ୍ମିଳନୀରେ...

ଧରାକୋଟ : ଜରାଜୀର୍ଣ୍ଣ ସ୍ଥିତିରେ ଗୋଦାମଗୃହ

ଧରାକୋଟ,୨୦ା୯(ଡି.ଏନ.ଏ.)- କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସେବା ସମବାୟ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଦୀର୍ଘଦିନରୁ ସମବାୟ ସମିତି ଓ ଗ୍ରେନ୍‌ଗୋଲା(ସମବାୟ ମଣ୍ଡି)ରାଜ୍ୟପାଳଙ୍କ ଅନୁମୋଦନରେ କାର୍ଯ୍ୟ...

ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ...

ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ

ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ...

ମମତା ସହାୟତା ପ୍ରଦାନରେ ଅବହେଳା , ୧୬ ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ

ଛତ୍ରପୁର,୧୮ା୧୨(ଡି.ଏନ.ଏ)- ମମତା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନରେ ଅବହେଳା ଗଞ୍ଜାମ ଜିଲାର ୧୬ ସିଡିପିଓଙ୍କୁ ମହଙ୍ଗା ପଡିଛି। କାର୍ଯ୍ୟାନୁଷ୍ଠାନ ସ୍ବରୁପ ଜିଲାପାଳ ବିଜୟ ଅମୃତା...

Advertisement
Archives

Model This Week