ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି

ପୁରୀ ଅଫିସ, ୭ା୯:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିଥିଲେ। ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋଇଥିଲା। ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ। ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଯାଇଥିଲା। ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ ହୋଇଥିଲା। ପୂଜାପଣ୍ଡା କୋରା, କ୍ଷୀର ଓ ଲହୁଣି ମଣୋହି ଏବଂ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ମହାଜନେ ଠାକୁରଙ୍କୁ ବିଜେ କରାଇ ଜୟବିଜୟ ଦ୍ୱାର ତଳେ ଠିଆ ହୋଇଥିଲେ। ଏଠାରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବାମନ ମୂର୍ତ୍ତି ପଟି ଦିଆଯିବା ପରେ ଠାକୁରଙ୍କୁ ବଟଦ୍ୱାର ଦେଇ ମାଜଣା ମଣ୍ଡପ ଖଟରେ ବିଜେ କରାଯାଇଥିଲା। ଆଜ୍ଞାମାଳ ପ୍ରଦାନ ପରେ, ଉକ୍ତ ମଣ୍ଡପ ଖଟରେ ଦୁର୍ଗା ପ୍ରତିମା ବିଜେ କରିଥିଲେ। ଏଠାରେ ପୂଜାପଣ୍ଡା ବସୁଧାରା କରିବା ପରେ ଯଜ୍ଞ ପବିତ୍ରା ଦେଇଥିଲେ। ପାଣି ପଡ଼ି ଶୀତଳ ଭୋଗ ପନ୍ତି ହୋଇଥିଲା। ଦୁଧ ମଣୋହି ସରି ପ୍ରସାଦ ଲାଗି ପରେ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ବନ୍ଦାପନା ଓ ପ୍ରସାଦ ଲାଗି ହୋଇ କୃଷ୍ଣ ଦକ୍ଷିଣ ଘରକୁ ଏବଂ ଦୁର୍ଗା ଭଣ୍ଡାର ଘରକୁ ବିଜେ କରିଥିଲେ। ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମାଡ଼ ମାରି ସାତବେଣ୍ଟିଆ କରି ବୁଲାଇଲେ

ମଙ୍ଗୁଳି,୨୧ା୭(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ହାଟବଜାରରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟବସାୟୀଙ୍କ ପକେଟ୍‌ରୁ ମନିପର୍ସ ଚୋରି କରିବା ଅଭିଯୋଗରେ ଜଣେ...

‘ଦଳଗତ ପ୍ରୟାସ ଜାରି ରଖ’

ଢେଙ୍କାନାଳ ଅଫିସ, ୨୮।୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା...

ମୋଗଲ ଆକ୍ରମଣଠୁ ବଳିଗଲା କରୋନା ସଂକ୍ରମଣ

ବ୍ରହ୍ମଗିରି, ୨୪ା ୪(ଡି.ଏନ.ଏ.):  ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ କରୋନା ଯୋଗୁ ଭକ୍ତଙ୍କୁ ଦେଉନାହାନ୍ତି ଦର୍ଶନ। ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠ...

ଡାବୁଗାଁ-କୋଡ଼ିଙ୍ଗା ରାସ୍ତା ମରଣଯନ୍ତା

ପାପଡାହାଣ୍ଡି, ୨୬।୫(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତ ଦେଇଯାଇଥିବା ଗ୍ରାମ୍ୟ ଉନୟନ ବିଭାଗର ଡାବୁଗାଁ ଠାରୁ କୋଡ଼ିଙ୍ଗା ରାସ୍ତା ଦୀର୍ଘ ଦିନ ହେଲା ମରାମତି...

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସଚିବ

ଜୟପୁର,୨ା୫(ନି.ପ୍ର.): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର୍‌ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ସଚିବ ରସିଦ୍‌ ଖାନ୍‌ ଶନିବାର ଜୟପୁରସ୍ଥିତ...

ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ...

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଟଣୀ,୧୪।୩(ଡି.ଏନ.ଏ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୫୮ ବର୍ଷୀୟ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ...

Advertisement
Archives

Model This Week