ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି ନଜର ପଡୁନାହିଁ। ଏହି ସାହିରେ ୩୦ରୁ ଊର୍ଦ୍ଧ୍ୱ ଗରିବ ମୁଣ୍ଡା ଓ ମହାନ୍ତ ସମ୍ପ୍ରଦାୟର ପରିବାର ବସବାସ କରିଆସୁଛନ୍ତି। ତେବେ ୩ ମାସ ତଳେ ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର ଅଚଳ ହୋଇଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ନିୟମିତ ବିଦ୍ୟୁତ୍‌ ବିଲ୍‌ ପୈଠ କରିଆସୁଥିଲେ ହେଁ ଏବେ ସଜଡ଼ା ଯାଉ ନ ଥିବାରୁ ଅନ୍ଧାରରେ ରାତି କାଟିବାକୁ ପଡୁଛି ବୋଲି ସେମାନେ କହିଛନ୍ତି। ଉକ୍ତ ଗ୍ରାମଟି ଜଙ୍ଗଲ ପରିବେଷ୍ଟିତ ଥିବାରୁ ସବୁବେଳେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଭୟ ଲାଗିରହୁଛି। ଅନେକ ସମୟରେ ହାତୀ ଗ୍ରାମ ଭିତରକୁ ପଶି ଆସୁଥିବାରୁ ଅନ୍ଧାରରେ ସେମାନେ ଭୟଭୀତ ହୋଇ ରହୁଥିବା କହିଛନ୍ତି। ବିଦ୍ୟୁତ୍‌ କାଟ୍‌ ଯୋଗୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। କିରୋସିନି ମୂଲ୍ୟ ବହୁ ଅଧିକ ଥିବାରୁ କିଣି ବ୍ୟବହାର କରିପାରୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଟ୍ରାନ୍ସଫର୍ମର ସଜାଡ଼ିବାକୁ ନିବେଦନ କରିବାକୁ ପ୍ରାୟ ୧୦୦ କିମି ଦୂରରୁ ହରିହର ମୁଣ୍ଡା, ଟିକାରାମ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମୁଣ୍ଡା, ମହେଶ୍ୱର ମୁଣ୍ଡା, ଲିପୁନ ମହାନ୍ତ ପ୍ରମୁଖ ଆସି ଆଜି ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି ୧,୦୮,୫୯୦ ବସ୍ତା ଧାନ

ଭେଡ଼େନ,୧୯।୬(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭେଡ଼େନ ବ୍ଲକରେ ମେ’ ୧୨ରୁ ରବିଧାନ କିଣା ଆରମ୍ବ ହୋଇଛି। ତେବେ ରବିବାର...

୧୫ରୁ ଜିଲାରେ ଖରିଫ ଧାନ ସଂଗ୍ରହ, ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାଲେଶ୍ୱର ଅଫିସ, ୯।୧୨: ଖରିଫ ଋତୁ ୨୦୨୧-୨୨ପାଇଁ ଆସନ୍ତା ଡିସେମ୍ବର ୧୫ରୁ ବାଲେଶ୍ୱର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିଲାଗି...

ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା

ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।...

ଆସିଲେନି କେହି: ଜଗୁଆଳି ବୃଦ୍ଧାଙ୍କ ଅନ୍ତିମ ସତ୍କାର କଲା ଉନ୍ନୟନ ସମିତି

କୋକସରା,୧୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଡୋକରିଚଞ୍ଚରାରେ ଦୀର୍ଘ ୧୦ ବର୍ଷ ହେଲା ଏକ ଅସହାୟ...

ପୁରୀରେ ମୁଖ୍ୟ ଶାସନ ସଚିବ,ଡିଜିପି

ପୁରୀ ଅଫିସ,୪।୪: ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଡିଜିପି ସୁନୀଲ ବଂଶଲ...

ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପଦ୍ମପୁର,୬।୧୨(ବ୍ୟୁରୋ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ରାଜଘରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତଦେହ ନିକଟସ୍ଥ ମହାପାତ୍ର ସାହି ପୋଖରୀରୁ ସୋମବାର ଜବତ କରାଯାଇଛି। ମୃତ...

ବର୍ଷାଙ୍କ ସାକ୍ଷ୍ୟଗ୍ରହଣ, ଓଡ଼ିଆରେ ଉତ୍ତର ଦେଲେ

କଟକ ଅଫିସ, ୨୧ା୧୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ମଙ୍ଗଳବାର...

ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯନ୍ତ୍ରୀ

ଉମରକୋଟ,୯।୫(ସ୍ବ.ପ୍ର.): ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଯନ୍ତ୍ରୀ। ସେ ହେଲେ ଛତିଶଗଡ଼ ଦୁର୍ଗ୍‌ ଜିଲା ଅମ୍ଲେଶର ଏକେଏସ୍‌ ସ୍କାର୍ଟ ସିଟିର ଆଦିତ୍ୟ ମୋହନ ସିଂ।...

Advertisement
Archives

Model This Week