ସିଡିପିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୨୪।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ପ୍ରଶାସନ ଆନ୍ତରିକତା ଦେଖାଉନାହିଁ। ଫଳରେ କେନ୍ଦ୍ର ଅଧୀନରେ ଥିବା ଶିଶୁଙ୍କ ପ୍ରାକ୍‌ଶିକ୍ଷା ଏବଂ ଗ୍ରାମର ଗର୍ଭବତୀ ଓ ପ୍ରସୂତି ସରକାରୀ ସୁବିଧାର ବଞ୍ଚତ୍ତ ରହିଛନ୍ତି। ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ଶୁକ୍ରବାର ଗ୍ରାମର ମହିଳାମାନେ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସିଡିପିଓ ପ୍ରଜ୍ଞା ବାରିକଙ୍କୁ ଘେରିଥିଲେ। କେବେ କେନ୍ଦ୍ର ଖୋଲିବ ସେ ନେଇ ପ୍ରଶ୍ନ କରିଥିଲେ। ଏହି ମାମଲା ବିବାଦୀୟ ଥିବାରୁ ଉପରିସ୍ଥ ଅଧିକାରୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୋମବାର ବଲାଙ୍ଗୀରରେ ଏଡିଏମକୁ ସାକ୍ଷାତ କରିବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ ।
କନ୍ଦାଜୁରୀ ପଞ୍ଚାୟତ ସଦର ଗାଁ ୧ନଂ ଅଙ୍ଗନୱାଡି କେନ୍ଦ୍ରର ହେଲପର ଅବସର ନେବା ପରେ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ୨୦୨୦ ଡିସେମ୍ବରରେ ଏହି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗ୍ରାମର ୩ଜଣ ମହିଳା ଆବେଦନ କରିଥିଲେ। ୨୦୨୧ ଫେବୃୟାରୀରେ ହେଲପର ଚୟନ ପାଇଁ ଭୋଟିଂ ହୋଇଥିଲା । ଆବେଦନକାରୀ ୩ଜଣଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ୨୧ଖଣ୍ଡ , ସସ୍ମିତା ପଧାନଙ୍କୁ ୭ ଏବଂ ପଦ୍ମିନୀ ସିଂଙ୍କ ସପକ୍ଷରେ ଖଣ୍ଡିଏ ଭୋଟ ପଡିଥିଲା । ହେଲେ ପକ୍ଷପାତିତା କରି ଏକମାତ୍ର ଭୋଟ ପାଇଥିବା ମହିଳାଙ୍କୁ ବିଭାଗ ପକ୍ଷରୁ ହେଲପର ନିଯୁକ୍ତୁ ଦିଆଯାଇଥିଲା। ଏହାକୁ ନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା  । ସେବେଠାରୁ ଉକ୍ତ କେନ୍ଦ୍ରକୁ ଅଭିଭାବକମାନେ ଶିଶୁଙ୍କୁ ଛାଡୁ ନାହାନ୍ତି କିମ୍ବା କେନ୍ଦ୍ର ଅଧୀନ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ଗ୍ରହଣ କରୁନାହାନ୍ତି। ଉକ୍ତ ବିବାଦର ସମାଧାନ ପାଇଁ ଗ୍ରାମବାସୀ ବହୁବାର ଉଦ୍ୟମ କରି ବିଫଳ ହୋଇଛନ୍ତି। ଅପରପକ୍ଷେ ପ୍ରଶାସନ ମଧ୍ୟ ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ଆନ୍ତରିକତା ଦେଖାଉନାହିଁ। ଶୁକ୍ରବାର ମହିଳାମାନେ କାର୍ଯ୍ୟାଳୟକୁ ଆସିବା ସମୟରେ ସିଡିପିଓ ଅଫିସରେ ନଥିଲେ। ପରବର୍ତ୍ତି ସମୟରେ ସିଡିପିଓ ପହଞ୍ଚତ୍ବା ପରେ ଆମ ଶିଶୁଙ୍କୁ ଶିକ୍ଷା ଦିଅ, ସ୍ବାସ୍ଥ୍ୟସେବା ଦିଅ କହି କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri