ଆଉ ଜଣେ ତୀର୍ଥଯାତ୍ରୀ ମୃତ

କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଫଳରେ ମୋଟ୍‌ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲାର ୨ ଜଣ ଥିବାବେଳେ ଅନୁଗୋଳ ଜିଲା କଣିହାଁ ଅଞ୍ଚଳର ୩ ଜଣ ରହିଛନ୍ତି। ମସୁଣିହତା ଗ୍ରାମର ମେନକା ପ୍ରଧାନ ଓ କଂସମୁଣ୍ଡା ଗ୍ରାମର ମନୁ ବେହେରାଙ୍କ ଦୁର୍ଘଟଣା ଦିନ ମୃତ୍ୟୁ ହୋଇଥିଲା। କଂସମୁଣ୍ଡାର ଗୁରୁତର ବିନୋଦ ସାହୁ ତାଳଚେର ଶତାବ୍ଦୀ ନେହେରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ମେନକା ଓ ମନୁଙ୍କ ମୃତଦେହ ଝାଡ଼ଖଣ୍ଡରୁ ଆସି କଣିହାଁରେ ପହଞ୍ଚିବା ପରେ ଜନପ୍ରତିନିଧି, ପ୍ରଶାସନ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରକାଶ ଯେ, ଦୁର୍ଘଟଣା ଖବର ମିଳିବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏକ ଟିମ୍‌ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ସୋମବାର ବାରିପଦାଠାରେ ଝାଡ଼ଖଣ୍ଡ ପ୍ରଶାସନ ୨ ମୃତଦେହ ଅନୁଗୋଳ ଜିଲାର ଉକ୍ତ ଟିମ୍‌କୁ ହସ୍ତାନ୍ତର କରିଥିଲେ। ଉକ୍ତ ଟିମ୍‌ର ସଦସ୍ୟ ଥିବା କଣିହାଁ ତହସିଲଦାର ପତିତପାବନ ଦେବତା ଏକ ସ୍ବତନ୍ତ୍ର ବସ୍‌ରେ ଅନ୍ୟ ତୀର୍ଥଯାତ୍ରୀ ଓ ଆମ୍ବୁଲାସରେ ୨ ମୃତଦେହ ଆଣି କଣିହାଁରେ ପହଞ୍ଚିଥିଲେ। ୨ ମୃତଦେହ କଂସମୁଣ୍ଡା ଓ ମସୁଣିହତା ଗ୍ରାମରେ ପହଞ୍ଚିବା ପରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଭାଜପା ନେତା କାଳନ୍ଦୀ ସାମଲ, ଜିଲାପରିଷଦ ଉପସଭାପତି ରଶ୍ମିତା ସେଠୀ, ଜିଲାପରିଷଦ ସଦସ୍ୟ ରଞ୍ଜନ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଜନସାଧାରଣ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଉକ୍ତ ତୀର୍ଥଯାତ୍ରୀ ବସ୍‌ରେ କଣିହାଁ ବ୍ଲକ ଅଞ୍ଚଳର ୧୨ଜଣ ଯାଇଥିଲେ। ସେଥିରୁ ମନୁ ବେହେରା, ବିନୋଦ ସାହୁ ଓ ମେନକା ପ୍ରଧାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୯ ଜଣ ହେଉଛନ୍ତି ବାସନ୍ତୀ ବେହେରା, ଲତା ସାହୁ, ରତ୍ନାକର ସାହୁ, ସଞ୍ଜୁ ପ୍ରଧାନ, ପ୍ରମିଳା ସାହୁ, ସୋମ୍ୟ ସାହୁ, ମସୁଣିହତା ଗ୍ରାମର ନକୁଳ ପ୍ରଧାନ, ବଡହାର ଗ୍ରାମର ନରୋତ୍ତମ ପ୍ରଧାନ ଏବଂ ଟୋଲବେଡା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri