ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀ ସୁବ୍ରତ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆଇଆଇସି ସୁମିତ୍ରା ପାତ୍ର କହିଛନ୍ତି, ବ୍ରହ୍ମପୁରର ସୁବ୍ରତଙ୍କୁ ସେହି ଅଞ୍ଚଳର ଦୀପ୍ତିମୟୀ ସାହୁ ଗତ ଫେବୃୟାରୀରେ ଅନୁଗୋଳ କୋର୍ଟରେ ବିବାହ କରିଥିଲେ। କିଛିଦିନ ଭଲରେ ସଂସାର ଚାଲିବା ପରେ ସୁବ୍ରତ ଶ୍ୱଶୁର ଘରୁ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଜିଦ୍‌ କରିଥିଲେ। କିନ୍ତୁ ଦୀପ୍ତୀମୟୀ ଏହାକୁ ବାରଣ କରିବାକୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିଲା। ଗତ ୩୦ ତାରିଖରେ ଦୀପ୍ତିମୟୀଙ୍କୁ ମାରଧର କରିବା ସହ ସୁବ୍ରତ ବିଷ ପିଆଇ ଦେଇଥିଲେ। ପରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସ୍ବାମୀ ସୁବ୍ରତ ଅନୁଗୋଳର ଏକ ଘରୋଇ ମେଡିକାଲରେ ଚିକିତ୍ସା କରିଥିଲେ ହେଁ ୨ ତାରିଖରେ ଦୀପ୍ତିମୟୀଙ୍କ ମୃତ୍ୟୁ ହୋଇଯାଇଥିଲା। ଉପଯୁକ୍ତ ଚିକିସତ୍ା ଯୋଗାଇ ନ ଦେବା ସହ ଯୌତୁକ ପାଇଁ ଦୀପ୍ତିମୟୀଙ୍କୁ ତାଙ୍କ ସ୍ବାମୀ ବିଷ ପିଆଇ ମାରିଦେଇଥିବା ମହିଳାଙ୍କ ଭାଇ ଜିତେନ୍ଦ୍ର ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବା ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ...

କଂଗ୍ରେସ ସହ ମେଣ୍ଟ କରି କ୍ଷତିର ସମ୍ମୁଖୀନ ସିପିଆଇ

ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ...

ନିର୍ବନ୍ଧ ସରିଥିଲା, ୨୩ରେ ହୋଇଥାନ୍ତା ବାହାଘର

ବରୀ,୨୦।୫(ଡି.ଏନ.ଏ.): ନିର୍ବନ୍ଧ ହୋଇ ସରିଥିଲା। ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଆସନ୍ତା ୨୩ ତାରିଖ ରବିବାର ହୋଇଥାନ୍ତା ବାହାଘର। ମାତ୍ର ବିବାହର ଦିନ କେଇଟା ପୂର୍ବରୁ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଓଲଟିଲା ମିନିବସ୍‌: ୫ଶିଶୁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୮ ଗୁରୁତର

ପୁରୁଷୋତ୍ତମପୁର, ୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ଛକ ନିକଟରେ ଥିବା ଭୁବନେଶ୍ବରୀ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଶନିବାର...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

ବାସୁଦେବପୁର ବ୍ଲକ ଜିଆର୍‌ଏସ୍‌ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା...

୨୪ ହଜାର ଚାରାରୁ ବଞ୍ଚିଛି ୨୪ ଶହ

ଆନନ୍ଦପୁର/କଣ୍ଟିପାଳ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.): ବନ ବିଭାଗ ପକ୍ଷରୁ ବନୀକରଣ କରାଇ ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ଏ ନେଇ ବହୁ କୋଟି ଟଙ୍କା ବ୍ୟୟ...

ଦାରିଙ୍ଗବାଡ଼ିରେ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୬।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ...

Advertisement
Archives

Model This Week