ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର
ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ…
କେନାଲରେ ୨୦ ଫୁଟର ଘାଇ: ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ
ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବଗାଡ ନିକଟରେ ଶନିବାର ସନ୍ଧ୍ୟାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ନିକଟରେ ଥିବା ପ୍ରାୟ ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ପାଣି ମାଡ଼ି ଯିବାରୁ ଧାନଚାଷ…
କେନ୍ଦୁପଡ଼ାରେ ଝାଡ଼ାବାନ୍ତି ଆତଙ୍କ
ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର କେନ୍ଦୁପଡ଼ାରେ ୨ ଦିନ ହେବ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୃତ…
ହିଞ୍ଜିଳିକାଟୁରେ ଖୋଲିବ ସିନିୟର ଡିଭିଜନ ସିଭିଲ କୋର୍ଟ
ହିଞ୍ଜିଳିକାଟୁ,୩ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ସିନିୟର ଡିଭିଜନ ସିଭିଲ କୋର୍ଟ ଖୋଲିବା ପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ନଂ – ୯୬୫୭ ପ୍ରକାଶ ପାଇଛି । ଏହି କୋର୍ଟଟି ବର୍ତ୍ତମାନ ରହିଥିବା ଜେଏମ୍ଏଫ୍ସି କୋର୍ଟ ପରିସରରେ ଖୋଲାଯିବ।…
ଜିଲାପରିଷଦ-ବିଧାୟକ ମୁହାଁମୁହିଁ ଘଟଣା: ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଜିଲାପରିଷଦ ସଭ୍ୟ
ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଗତ ଅଗଷ୍ଟ ୩୦ରେ ହୋଇଥିବା ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ୩ ନଂ ଜୋନ୍ ଜିଲାପରିଷଦ ସଭ୍ୟା ଅସୀମା ମିଶ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦୀୟ…
ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…
ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର ୩ ମହଲାରେ ପ୍ରସୂତି ବିଭାଗର ବାରଣ୍ଡାରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟାହ୍ନରେ ଖାଇବା ସମୟରେ…
ବିଚାରପତିଙ୍କ ମୃତ୍ୟୁର ଭିନ୍ନ ମୋଡ଼
କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସୁବାସଙ୍କ ପରିବାର ମା’ ଓ ଭାଇ ତାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଆତ୍ମହତ୍ୟା ନୁହେଁ,…
କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା
ଭଞ୍ଜନଗର,୩ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ…
ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା, ୨ ଗୁରୁତର
ବଡ଼ମ୍ବା,୩।୯(ଡି.ଏନ୍.ଏ.): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି…
ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ
ଝାରସୁଗୁଡ଼ା ଅଫିସ,୩ା୯: ଝାରସୁଗୁଡ଼ା ଜିଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ଝାରସୁଗୁଡ଼ା ସହରର ବାଲିଯୁରିସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ। ପରେ ପରେ ଜିଲା ଖଣିଜପାଣ୍ଠି କକ୍ଷରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲା ପ୍ରଶାସନର…
ସାଦା ପୋଷାକରେ ଯାଇ ବାନ୍ଧିଲା ବନ ବିଭାଗ
ନୟାଗଡ଼ ଅଫିସ,୩।୯: ନୟାଗଡ଼ ଜିଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା…
ଆଶ୍ରମ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ: ରାତିଅଧରେ ଡେଇଁଲେ ପାଚେରି
କୋରୁକୋଣ୍ଡା,୩।୯(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କୁ ଅନେକ ଥର ଜଣାଇଲେ ମଧ୍ୟ ସେମାନେ ଶୁଣୁ ନ…

