ଶ୍ରୀମନ୍ଦିରରେ ହବିଷିଆଳିଙ୍କୁ ମାଡ଼

ପୁରୀ ଅଫିସ,୧୩ା୧୦: ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି। ଏଠାରେ ୩ହଜାରରୁ ଊର୍ଦ୍ଧ୍ୱ ହବିଷିଆଳି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବୃନ୍ଦାବତୀ ନିବାସ ସମେତ ୫ଟି କେନ୍ଦ୍ରରେ ରହିଛନ୍ତି। ହବିଷିଆଳିଙ୍କ ସୁରକ୍ଷିତ ରହଣି ଓ ମହାପ୍ରଭୁଙ୍କ ଦର୍ଶନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ବୁଧବାର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବୃନ୍ଦାବତୀ ନିବାସରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ହବିଷିଆଳିଙ୍କୁ ଶ୍ରୀମନ୍ଦିରରେ ମାଡ଼ ମରାଯିବା ସହ ଦୁର୍ବ୍ୟବବାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ବ୍ରହ୍ମଗିରି ବ୍ଲକ ଅଧୀନ ସାମପୁରର ୭୨ବର୍ଷୀୟା କୁମାରୀ ନାୟକ ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ ଆଣି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛନ୍ତି। ଏପରିକି ତାଙ୍କ ଅଭିଯୋଗକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଜିଲା ପ୍ରଶାସନ ଦ୍ବାରା ବସ୍‌ ଯୋଗେ ହବିଷିଆଳିମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ହବିଷିଆଳିଙ୍କ ଦାୟିତ୍ୱରେ ଥିବା ସ୍ବେଚ୍ଛାସେବୀ ବାଇଶି ପାହାଚ ପାଖରେ ଅଟକି ଯାଇଥିଲେ। ସେଠାରୁ ହବିଷିଆଳିମାନେ ସାତପାହାଚ ପର୍ଯ୍ୟନ୍ତ ଯାଇଥିଲେ। ସାତପାହାଚ ପାଖରେ ଗହଳି ମଧ୍ୟରେ ଜଣେ ସେବାୟତ କୁମାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଦୂରେଇ ଠିଆ ହେବାକୁ କହିଥିଲେ। କୁମାରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଗଣାଖିଆ ବୋଲି କହି ସେବାୟତ ଜଣକ ଧକ୍କା ମାରି ତାଙ୍କ ପ୍ରମାଣପତ୍ରକୁ ଭିଡ଼ିଥିଲେ। ଫଳରେ କୁମାରୀ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ବେକ ଉପରେ ସେବାୟତ ଜଣକ ଚଢ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଭକ୍ତମାନେ ଏହା ଦେଖି କୁମାରୀଙ୍କୁ କୌଣସି ପ୍ରକାରେ ଉଦ୍ଧାର କରିଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ସେବାୟତ ଖସି ପଳାଇଥିଲେ। କୁମାରୀ ଏ ସମ୍ପର୍କରେ ସ୍ବେଚ୍ଛାସେବୀଙ୍କୁ ଜଣାଇଥିଲେ ମଧ୍ୟ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରି ନ ଥିଲେ। ଆକ୍ରମଣରେ କୁମାରୀଙ୍କ ବାମ ଗୋଡ଼ରେ ଆଘାତ ଲାଗି ଫୁଲି ଯାଇଥିବାବେଳେ ବେକରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କୁମାରୀ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ, ବରଂ ଅଭିଯୋଗକୁ ଚପାଇ ଦେବାକୁ ବସିଛି। ନିୟମ ଅନୁଯାୟୀ, ଅଭିଯୋଗ ଆଧାରରେ ଏତଲା ହୋଇ ତଦନ୍ତ କରାଯିବା କଥା, ମାତ୍ର ସ୍ବେଚ୍ଛାସେବୀ ଓ ପ୍ରଶାସନ କାହିଁକି ଏହାକୁ ଅଣଦେଖା କଲେ ତାହାକୁ ନେଇ କୁମାରୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୋତେ ଚୁପ୍‌ କରାଇ ଦିଆଗଲା। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମୋ’ କଥା କେହି ଶୁଣିଲେ ନାହିଁ। ମୋତେ ବିନା କାରଣରେ ଗାଳିଗୁଲଜ କରାଯିବା ସହ ମାଡ଼ ମରାଗଲା। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁ ଓ ହବିଷିଆଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କେତେଜଣ ସେବାୟତଙ୍କ ଏଭଳି ଆଚରଣ ପାଇଁ ଶ୍ରୀମନ୍ଦିର ବଦ୍‌ନାମ ହେଉଥିବା ସେମାନେ କହିଛନ୍ତି। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ବୁଦ୍ଧିଜୀବୀ ଚିନ୍ମୟ ଦାଶ କହିଛନ୍ତି, ହବିଷିଆଳିଙ୍କୁ ପ୍ରାଥମିକତା ଦେଇ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ଏହି ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଦରକାର। ବିଶେଷ କରି ପୋଲିସ ପ୍ରଶାସନ ଏମାନଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଉଚିତ। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଗହଳି ରହୁଥିବାରୁ ଏଭଳି ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ସେବାୟତମାନଙ୍କୁ ପୋଲିସ ଓ ପ୍ରଶାସନ ସଚେତନ କରାଇବା ଉଚିତ, ଯାହାଫଳରେ ସେମାନେ ହବିଷିଆଳିଙ୍କୁ ଉତ୍ତମ ବ୍ୟବହାର କରିବେ। ଅନ୍ୟପକ୍ଷରେ ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୃକ୍ତା ମହିଳାଙ୍କ ସହ ଶ୍ରୀମନ୍ଦିର ଭିତରେ କ’ଣ ଘଟିଛି ତାହାର ଯାଞ୍ଚ କରାଯାଉଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ମହିଳାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେ ସୁସ୍ଥ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?