ଶ୍ରୀମନ୍ଦିରରେ ହବିଷିଆଳିଙ୍କୁ ମାଡ଼

ପୁରୀ ଅଫିସ,୧୩ା୧୦: ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି। ଏଠାରେ ୩ହଜାରରୁ ଊର୍ଦ୍ଧ୍ୱ ହବିଷିଆଳି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବୃନ୍ଦାବତୀ ନିବାସ ସମେତ ୫ଟି କେନ୍ଦ୍ରରେ ରହିଛନ୍ତି। ହବିଷିଆଳିଙ୍କ ସୁରକ୍ଷିତ ରହଣି ଓ ମହାପ୍ରଭୁଙ୍କ ଦର୍ଶନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ବୁଧବାର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବୃନ୍ଦାବତୀ ନିବାସରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ହବିଷିଆଳିଙ୍କୁ ଶ୍ରୀମନ୍ଦିରରେ ମାଡ଼ ମରାଯିବା ସହ ଦୁର୍ବ୍ୟବବାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ବ୍ରହ୍ମଗିରି ବ୍ଲକ ଅଧୀନ ସାମପୁରର ୭୨ବର୍ଷୀୟା କୁମାରୀ ନାୟକ ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ ଆଣି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛନ୍ତି। ଏପରିକି ତାଙ୍କ ଅଭିଯୋଗକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଜିଲା ପ୍ରଶାସନ ଦ୍ବାରା ବସ୍‌ ଯୋଗେ ହବିଷିଆଳିମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ହବିଷିଆଳିଙ୍କ ଦାୟିତ୍ୱରେ ଥିବା ସ୍ବେଚ୍ଛାସେବୀ ବାଇଶି ପାହାଚ ପାଖରେ ଅଟକି ଯାଇଥିଲେ। ସେଠାରୁ ହବିଷିଆଳିମାନେ ସାତପାହାଚ ପର୍ଯ୍ୟନ୍ତ ଯାଇଥିଲେ। ସାତପାହାଚ ପାଖରେ ଗହଳି ମଧ୍ୟରେ ଜଣେ ସେବାୟତ କୁମାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଦୂରେଇ ଠିଆ ହେବାକୁ କହିଥିଲେ। କୁମାରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଗଣାଖିଆ ବୋଲି କହି ସେବାୟତ ଜଣକ ଧକ୍କା ମାରି ତାଙ୍କ ପ୍ରମାଣପତ୍ରକୁ ଭିଡ଼ିଥିଲେ। ଫଳରେ କୁମାରୀ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ବେକ ଉପରେ ସେବାୟତ ଜଣକ ଚଢ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଭକ୍ତମାନେ ଏହା ଦେଖି କୁମାରୀଙ୍କୁ କୌଣସି ପ୍ରକାରେ ଉଦ୍ଧାର କରିଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ସେବାୟତ ଖସି ପଳାଇଥିଲେ। କୁମାରୀ ଏ ସମ୍ପର୍କରେ ସ୍ବେଚ୍ଛାସେବୀଙ୍କୁ ଜଣାଇଥିଲେ ମଧ୍ୟ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରି ନ ଥିଲେ। ଆକ୍ରମଣରେ କୁମାରୀଙ୍କ ବାମ ଗୋଡ଼ରେ ଆଘାତ ଲାଗି ଫୁଲି ଯାଇଥିବାବେଳେ ବେକରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କୁମାରୀ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ, ବରଂ ଅଭିଯୋଗକୁ ଚପାଇ ଦେବାକୁ ବସିଛି। ନିୟମ ଅନୁଯାୟୀ, ଅଭିଯୋଗ ଆଧାରରେ ଏତଲା ହୋଇ ତଦନ୍ତ କରାଯିବା କଥା, ମାତ୍ର ସ୍ବେଚ୍ଛାସେବୀ ଓ ପ୍ରଶାସନ କାହିଁକି ଏହାକୁ ଅଣଦେଖା କଲେ ତାହାକୁ ନେଇ କୁମାରୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୋତେ ଚୁପ୍‌ କରାଇ ଦିଆଗଲା। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମୋ’ କଥା କେହି ଶୁଣିଲେ ନାହିଁ। ମୋତେ ବିନା କାରଣରେ ଗାଳିଗୁଲଜ କରାଯିବା ସହ ମାଡ଼ ମରାଗଲା। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁ ଓ ହବିଷିଆଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କେତେଜଣ ସେବାୟତଙ୍କ ଏଭଳି ଆଚରଣ ପାଇଁ ଶ୍ରୀମନ୍ଦିର ବଦ୍‌ନାମ ହେଉଥିବା ସେମାନେ କହିଛନ୍ତି। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ବୁଦ୍ଧିଜୀବୀ ଚିନ୍ମୟ ଦାଶ କହିଛନ୍ତି, ହବିଷିଆଳିଙ୍କୁ ପ୍ରାଥମିକତା ଦେଇ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ଏହି ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଦରକାର। ବିଶେଷ କରି ପୋଲିସ ପ୍ରଶାସନ ଏମାନଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଉଚିତ। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଗହଳି ରହୁଥିବାରୁ ଏଭଳି ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ସେବାୟତମାନଙ୍କୁ ପୋଲିସ ଓ ପ୍ରଶାସନ ସଚେତନ କରାଇବା ଉଚିତ, ଯାହାଫଳରେ ସେମାନେ ହବିଷିଆଳିଙ୍କୁ ଉତ୍ତମ ବ୍ୟବହାର କରିବେ। ଅନ୍ୟପକ୍ଷରେ ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୃକ୍ତା ମହିଳାଙ୍କ ସହ ଶ୍ରୀମନ୍ଦିର ଭିତରେ କ’ଣ ଘଟିଛି ତାହାର ଯାଞ୍ଚ କରାଯାଉଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ମହିଳାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେ ସୁସ୍ଥ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri