ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି, ଖଣି ସମେତ ସମସ୍ତ ସୁବିଧା ସୁଯୋଗ ଅତି ସହଜରେ ଉପଲବ୍ଧ କରାଉଛନ୍ତି। ସରକାରଙ୍କ ବଡ଼ ଆଶା ଓଡ଼ିଶାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ, ଅର୍ଥନୈତିକ ବିକାଶ ଘଟିବ। ହେଲେ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଥିଲେ ବି ନିଯୁକ୍ତି ତଦନୁଯାୟୀ ହୋଇପାରୁନାହିଁ। ଶିକ୍ଷିତ ଯୁବତୀଯୁବକମାନେ ମଧ୍ୟ ନିଯୁକ୍ତି ଆଶା ବି ହରାଇ ଦେଉଛନ୍ତି, ଯାହାକି ବିଭିନ୍ନ ଜିଲାର କର୍ମ ନିୟୋଜନ ସଂସ୍ଥାର ତଥ୍ୟରୁ ସ୍ପଷ୍ଟ ହେଉଛି। ଯାଜପୁର ଜିଲାର ତଥ୍ୟ ଅନୁଯାୟୀ, ୨୦୧୪ରେ ୪୦,୨୭୨ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ନିମନ୍ତେ ସେମାନଙ୍କ ନାମ ପଞ୍ଜୀକରଣକୁ ନବୀକରଣ କରିଥିଲେ। ୨୦୨୧ରେ ଉକ୍ତ ସଂଖ୍ୟା ୨୦,୪୪୧ରେ ପହଞ୍ଚିଛି। ଅର୍ଥାତ୍‌ ଏହି ୮ ବର୍ଷ ମଧ୍ୟରେ ନବୀକରଣ ପ୍ରାୟ ୫୦%କୁ ହ୍ରାସ ହୋଇଛି। ଅନ୍ୟପକ୍ଷରେ ୨୦୧୪ ସୁଦ୍ଧା ଯାଜପୁର ଜିଲାରେ ୧୨ ବୃହତ୍‌ ଷ୍ଟିଲ ଏବଂ କ୍ରୋମ୍‌ ଶିଳ୍ପ ପ୍ରତିଷ୍ଠା ହୋଇଥିଲା। ଇତିମଧ୍ୟରେ ଆଉ ୬ଟି ସିମେଣ୍ଟ କାରଖାନା, ଗୋଟିଏ ଟ୍ୟୁବ୍‌ କାରଖାନା ପ୍ରତିଷ୍ଠା ହୋଇଛି। ଜିଲାର କଳିଙ୍ଗନଗର ଏବଂ ଜାରକା ଶିଳ୍ପାଞ୍ଚଳରେ ପ୍ରାୟ ୧୦ଟି ଲୁହାପଥର ପ୍ୟୁରିଫିକେଶନ, ପିଚୁ ଆଦି ଛୋଟ ଶିଳ୍ପ ଗଢ଼ିଉଠିଛି। କିନ୍ତୁ କର୍ମ ନିୟୋଜନ ସଂସ୍ଥା ଜରିଆରେ ଜିଲାର କୌଣସି କାରଖାନାରେ ଏଯାଏ ଜଣଙ୍କୁ ବି ନିଯୁକ୍ତି ମିଳିପାରିନାହିଁ। ଅନ୍ୟତମ ଶିଳ୍ପବହୁଳ ଜିଲା ଅନୁଗୋଳରେ କର୍ମ ନିୟୋଜନ ସଂସ୍ଥା ଜରିଆରେ ଶିଳ୍ପରେ ନିଯୁକ୍ତି ମିଳିପାରିନାହିଁ। ଏ କ୍ଷେତ୍ରରେ ରାୟଗଡ଼ା ଜିଲାରେ ସାମାନ୍ୟ ଭିନ୍ନ ସ୍ଥିତି ରହିଛି। ସେଠାକାର କର୍ମ ନିୟୋଜନ ସଂସ୍ଥା ଦ୍ୱାରା ଆୟୋଜିତ ନିଯୁକ୍ତି ମେଳା ଜରିଆରେ ଚଳିତବର୍ଷ ୫୦ଜଣଙ୍କୁ କେତେକ ଶିଳ୍ପରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।

ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେଶନ ଅଫ୍‌ ଭାକାନ୍ସି ଆକ୍ଟ ୧୯୫୯ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ବ୍ୟବସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ଶିଳ୍ପ ସଂସ୍ଥାଗୁଡିକ ଉଲ୍ଲଂଘନ କରି ଚାଲିଛନ୍ତି। ଏହାପଛରେ ରାଜନୀତି ଏବଂ ରାଜ୍ୟ ପ୍ରଶାସନରେ ଶିଳ୍ପପତିମାନଙ୍କ ଅଖଣ୍ଡ ପ୍ରଭାବ ରହିଛି ବୋଲି ଯାଜପୁରର ବୈଷୟିକ ଡିଗ୍ରୀଧାରୀ ଦେବାଶିଷ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଡିଗ୍ରୀଧାରୀ ଆଲୋକ ରାଉତ, ଦେବେନ୍ଦ୍ର ବିଶ୍ୱାଳ ପ୍ରମୁଖ କୁହନ୍ତି, ଜିଲାର କାରଖାନାଗୁଡିକରେ ନିଯୁକ୍ତି ଆଶା ରଖି ବୈଷୟିକ ଶିକ୍ଷା ଗ୍ରହଣ କରିଛୁ। କିନ୍ତୁ ନିଯୁକ୍ତି ମିଳୁ ନ ଥିବାରୁ ବେକାର ଜୀବନ କାଟୁଛୁ। ଜଣେ ଓଡ଼ିଆ ପିଲା ରାଜ୍ୟ ବାହାରର ପରିଚୟ ଏବଂ ଅନୁଭୂତି ହାତେଇଲା ପରେ ଏଠାରେ ନିଯୁକ୍ତି ମିଳୁଛି ବୋଲି ସେମାନେ କହିଛନ୍ତି। ତଥ୍ୟ ଅନୁଯାୟୀ ବର୍ତ୍ତମାନ ଯାଜପୁରରେ ୧୬,୦୪୦ ଯୁବକ ଏବଂ ୩,୨୨୫ ଯୁବତୀଙ୍କୁ ମିଶାଇ ସମୁଦାୟ ୧୯,୨୬୫ ଜଣଙ୍କ ପଞ୍ଜୀକରଣ ବୈଧ ରହିଛି। ଏମାନଙ୍କୁ ଶିଳ୍ପସଂସ୍ଥାଗୁଡିକ ଉପେକ୍ଷା କରି ଚାଲିଛନ୍ତି। ଯେଉଁ କେତେଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା କୁହାଯାଉଛି, ସେଥିରୁ ପ୍ରାୟ ଅସ୍ଥାୟୀ ଓ ଠିକା ନିଯୁକ୍ତି, ଦିନମଜୁରିଆ ବର୍ଗର। ଜିଲା ପ୍ରଶାସନରୁ ମିଳିଥିବା ରିପୋର୍ଟ ଅନୁସାରେ ୨୦୨୦ ମେ ସୁଦ୍ଧା କଳିଙ୍ଗନଗର ଶିଳ୍ପାଞ୍ଚଳର ୧୪ କାରଖାନାରେ ଅଦ୍ୟାବଧି ୮,୭୩୩ ଜଣ ନିୟମିତ ନିଯୁକ୍ତି ପାଇଛନ୍ତି। ସେଥିରୁ ଓଡ଼ିଶାର ୬,୦୭୧ ଜଣ ରହିଥିବାବେଳେ ରାଜ୍ୟ ବାହାରର ୨,୬୬୨ ଜଣ ରହିଛନ୍ତି। ସେଥିମଧ୍ୟରେ ବଡ଼ ପଦବୀରେ ପ୍ରାୟତଃ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳୁଛି। ଅନ୍ୟପକ୍ଷରେ ୨୩,୭୮୭ ଜଣ ଠିକା ଶ୍ରମିକଙ୍କୁ ନିଯୁକ୍ତି ମିଳିଥିବାବେଳେ ସେଥିରୁ ଓଡ଼ିଶାର ୨୦,୫୯୪ ଏବଂ ରାଜ୍ୟ ବାହାରର ୩,୧୯୩ ଜଣ ରହିଛନ୍ତି। ଏହି ସବୁ ନିଯୁକ୍ତି କର୍ମ ନିୟୋଜନ ସଂସ୍ଥା ଦ୍ୱାରା ହେଉ ନ ଥିବାରୁ ଶ୍ରମ ଏବଂ ଦରମାରେ ବ୍ୟାପକ ଶୋଷଣ କରାଯାଉଛି। ପ୍ରତିବାଦ କଲେ ଚାକିରିରୁ ବିଦା କରିଦିଆଯାଉଛି। ଏଭଳି ପ୍ରସଙ୍ଗରେ ନେତା, ସାମାଜିକ ସଂଗଠନ, ପ୍ରଶାସନ ନୀରବ ରହିବା ଅର୍ଥ ଶିଳ୍ପପତିଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଥିବା ସ୍ପଷ୍ଟ ହେଉଛି ବୋଲି ଉପରୋକ୍ତ ଡିଗ୍ରୀଧାରୀମାନେ କହିଛନ୍ତି।

ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ତେବେ କେଉଁ କାରଣରୁ କର୍ମ ନିୟୋଜନ ସଂସ୍ଥା ଜରିଆରେ ଶିଳ୍ପ କାରଖାନାରେ ନିଯୁକ୍ତି ମିଳୁନାହିଁ ଏବଂ ପଞ୍ଜୀକରଣଗୁଡ଼ିକର ନବୀକରଣ ହ୍ରାସ ପାଇଛି ତାହାର ତଦନ୍ତ କରି ମତ ଦେଇପାରିବେ ବୋଲି ସେ କହିଛନ୍ତି।

ଅନୁଗୋଳ ଜିଲାରେ ୨୦୧୪ରେ ୪୧୨ଟି ଶିଳ୍ପ ରହିଥିଲା। ଅଦ୍ୟାବଧି ଏହି ସଂଖ୍ୟା ୫୫୬କୁ ବୃଦ୍ଧିପାଇଛି। ଜିଲା କର୍ମ ନିୟୋଜନ ସଂସ୍ଥାରେ ୨୦୧୪ରେ ୯୧୯ଜଣ ନାମ ପଞ୍ଜୀକରଣକୁ ନବୀକରଣ କରିଥିବାବେଳେ ୨୦୨୨ ବର୍ଷର ଏବେ ଯାଏ ୩୧୫ଜଣ ନବୀକରଣ କରିଛନ୍ତି। ଜିଲା କର୍ମ ନିୟୋଜନ ଅଧିକାରୀ ମାନସ ରଞ୍ଜନ ମହାନ୍ତି କହିଛନ୍ତି, ଯୁବତୀ ଓ ଯୁବକମାନେ ନାମ ପଞ୍ଜୀକରଣ କରିବା ସହ ବିଭିନ୍ନ ମାଧ୍ୟମରେ ଚାକିରି ପାଉଛନ୍ତି। କିନ୍ତୁ କେତେ ନିଯୁକ୍ତି ପାଇଛନ୍ତି ସେନେଇ ତଥ୍ୟ ନ ଥିବା ମହାନ୍ତି କହିଛନ୍ତି।

ରାୟଗଡ଼ା ଜିଲାରେ ୨୦୧୪ ସୁଦ୍ଧା ୧୫୦୯ ଶିଳ୍ପ ସଂସ୍ଥା ଥିବାବେଳେ ୨୦୨୨ ସୁଦ୍ଧା ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି। ଅର୍ଥାତ୍‌ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ୩୫୯୨ ଛୋଟ, ବଡ଼ ଶିଳ୍ପ କାର୍ଯ୍ୟକ୍ଷମ ଥିବା ରାୟଗଡ଼ା ଜିଲା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଇଣ୍ଡଷ୍ଟ୍ରି ପ୍ରମୋଶନ ଅଫିସର ସବ୍ୟସାଚୀ ସାହୁ କହିଛନ୍ତି। କିନ୍ତୁ କର୍ମ ନିୟୋଜନ ସଂସ୍ଥାରେ ଶିକ୍ଷିତ ଯୁବତୀଯୁବକମାନଙ୍କ ନାମ ପଞ୍ଜୀକରଣର ନବୀକରଣ ଉତ୍ସାହଜନକ ନୁହେଁ। କାରଣ ୨୦୧୬ରେ ୫୫୫ଜଣ ନବୀକରଣ କରିଥିବାବେଳେ ୨୦୨୧ରେ ୩୨୬ ଏବଂ ୨୦୨୨ରେ ଅଦ୍ୟାବଧି ୧୩୮ଜଣ ନବୀକରଣ କରିଛନ୍ତି। ଏଭଳିସ୍ଥଳେ ଚଳିତବର୍ଷ ମାତ୍ର ୫୦ଜଣଙ୍କୁ ଶିଳ୍ପରେ ନିଯୁକ୍ତି ମିଳିବା ନେଇ ଜିଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର କହିଛନ୍ତି, ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ମିଳୁଛି। ଜିଲାରେ ନିଯୁକ୍ତି ଦେବା ପାଇଁ ସୁଯୋଗ ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri