ମାଲକାନଗିରି-ଭଦ୍ରାଚଳମ୍‌ ରେଳଲାଇନ ସମ୍ପ୍ରସାରଣ କାମ ଆରମ୍ଭ ହେଉନି

ମାଲକାନଗିରି,୧୩ା୧୦ (ଡି.ଏନ୍‌.ଏ.): ଓଡ଼ିଶା ଏବଂ ତେଲଙ୍ଗାନା ସରକାରଙ୍କ ଦାବି ପରେ ଓଡ଼ିଶାର ମାଲକାନଗିରିଠାରୁ ତେଲଙ୍ଗାନାର ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ନିମନ୍ତେ ରେଲ୍‌ଓ୍ବେ ପକ୍ଷରୁ ବଜେଟରେ ୨୮୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେଲଙ୍ଗାନା ପକ୍ଷରୁ ସର୍ଭେ କାମ ଆଗେଇଥିବାବେଳେ ଓଡ଼ିଶା ପକ୍ଷରୁ ଏ ପର୍ଯ୍ୟନ୍ତ ସର୍ଭେ ଆରମ୍ଭ ହୋଇ ପାରିନାହିଁ। ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି-ଭଦ୍ରାଚଳମ୍‌ ୧୭୩ କି.ମି. ରେଳଲାଇନ ମଧ୍ୟରେ ୪୮ ବଡ଼ ପୋଲ ଓ ୧୬୫ ଛୋଟ ପୋଲ ନିର୍ମାଣ କରାଯିବା ପ୍ରସ୍ତାବ ରହିଛି। ମାଲକାନଗିରିଠାରୁ ବଦଲି, କୁଆସିଗୁଡ଼ା, ରାଜନଗୁଡ଼ା, ମହାରାଜପାଲ୍ଲୀ ଓ ଲୁନିମାନଗୁଡ଼ା ଦେଇ ସୀମାନ୍ତ ସାବେରୀ ନଦୀ କୂଳ ପର୍ଯ୍ୟନ୍ତ ମାଲକାନଗିରି ଜିଲା ଦେଇ ରେଳଲାଇନ୍‌ ଯିବ। ଅନ୍ୟପକ୍ଷରେ ତେଲଙ୍ଗାନା ସରକାର ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଓଡ଼ିଶା ସୀମାରୁ ଭଦ୍ରାଚଳମ୍‌ ମଧ୍ୟରେ ଜମି ସର୍ଭେ କାର୍ଯ୍ୟ ୨ ମାସ ହେଲା ତ୍ୱରାନ୍ବିତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଦାୟିତ୍ୱରେ ଥିବା ମାଲକାନଗିରି ଉପଜିଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ପଚାରିବାରୁ କାମର ଅଗ୍ରଗତି ନେଇ ରେଲ୍‌ଓ୍ବେ ସହ ଆଲୋଚନା ଚାଲିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାଲକାନଗିରିରୁ ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ହେଲେ ଦକ୍ଷିଣ ଭାରତର ଅନେକ ରାଜ୍ୟରୁ ଓଡ଼ିଶାକୁ ରେଳ ସଂଯୋଗ ହୋଇପାରିବ। ଏହାଦ୍ୱାରା ବ୍ୟବସାୟିକ ଦୃଷ୍ଟିରୁ ଓଡ଼ିଶା ଲାଭବାନ ହେବ ବୋଲି କୁହାଯାଉଛି। ତେବେ ଓଡ଼ିଶା ପକ୍ଷରୁ ସର୍ଭେ ଓ ଜମି ଅଧିଗ୍ରହଣ କାମ କେବେ ଆରମ୍ଭ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା। ବହୁ ପ୍ରତୀକ୍ଷିତ ଜୟପୁର-ମାଲକାନଗିରି ୧୩୦ କି.ମି. ରେଳଲାଇନ ପାଇଁ ମଧ୍ୟ ୯୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସର୍ଭେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଲକାନଗିରି ଜିଲା ସୀମାନ୍ତ ଗୋବିନ୍ଦପାଲ୍ଲୀଠାରୁ ଏମ୍‌ଭି-୪୨ ପର୍ଯ୍ୟନ୍ତ ସର୍ଭେ ନିମନ୍ତେ ମାଲକାନଗିରି, ମାଥିଲି ଓ ଖଇରପୁଟ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତିନି ତହସିଲ ପକ୍ଷରୁ ସର୍ଭେ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?