ଜିଲା ପ୍ରଶାସନର ବୈମାୃତକ ମନୋଭାବକୁ ବିରୋଧ: ଧାରଣାରେ ସାମିଲ ହେଲେ ବିଜେଡି, ଭାଜପା କାଉନସିଲର

ଆନନ୍ଦପୁର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଉପନଗରପାଳଙ୍କ ସହିତ କାଉନସିଲରମାନେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆନନ୍ଦପୁର ପୌରପରିଷଦର ବିକାଶରେ ଜିଲା ପ୍ରଶାସନିକ ଅଧିକାରୀମାନେ ବୈମାତୃକ ମନୋଭାବ ପୋଷଣ କରିବା ଘଟଣାକୁ ବିରୋଧ କରି ଏହି ଧାରଣା ଦିଆଯାଇଥିବା ସୂଚନା ମିଳିଛି। ପୌରପରିଷଦରେ କର୍ମଚାରୀଙ୍କ ଅଭାବ ଜନିତ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିବାବେଳେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରାଯିବାରେ ବାଧା ସୃଷ୍ଟି ହେଉଥିବା କାଉନସିଲରମାନେ ଅଭିଯୋଗ କରିବା ସହିତ ପୌରପରିଷଦରେ ହୋଇଆସୁଥିବା ଜନ୍ମମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ଥାନାନ୍ତର, ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ପୌରପରିଷଦର ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରିବା ଦ୍ୱାରା ପୌରପରିଷଦର ବାର୍ଷିକ ଅଢ଼େଇ ଲକ୍ଷ ରାଜସ୍ବ ହରାଇବା ଏବଂ ଡିଏମ୍‌ଏଫ୍‌ ମାଧ୍ୟମରେ କ୍ଷତିପୂରଣ ଦାବି ଆଦିକୁ ଆଧାର କରି ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ପୌରପରିଷଦରେ ସିଓ, ବରିଷ୍ଠ ସହାୟକ, କନିଷ୍ଠ ସହାୟକଙ୍କ ସହିତ ୧୪ କର୍ମଚାରୀ ପଦବୀ ଖାଲି ରହିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କାଉନସିଲରମାନେ ଧାରଣା ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ପୌରପରିଷଦରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଓ କେତେକ କାଉନସିଲର ଜିଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। ଜିଲାପାଳ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଧାରଣାରେ ବସିଥିବା କାଉନସିଲରମାନେ ପ୍ରକାଶ କରିଥିଲେ। ଏପରିକି ପ୍ରଶାସନିକସ୍ତରରେ ଯାହା ଠିକ୍‌ ସେହିଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲାପାଳ କହୁଥିବା କାଉନସିଲରମାନେ କହିଛନ୍ତି। ଏଭଳି ଘଟଣାରେ ଆନନ୍ଦପୁର ପୌରପରିଷଦକୁ ଜାଣିଶୁଣି ଅଣଦେଖା କରାଯାଉଥିବା କାଉନସିଲରମାନେ ଅଭିଯୋଗ କରି ଧାରଣା ଦେଇଛନ୍ତି। ପୌରପରିଷଦର ସମସ୍ୟାକୁ ଆଧାର କରି ଉପସ୍ଥାପିତ ହୋଇଥିବା ଦାବିଗୁଡ଼ିକ ପୂରଣ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ନ ଦେଲେ ଧାରଣା ଜାରି ରହିବ ବୋଲି ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୧୬ ଓ୍ବାର୍ଡ ବିଶିଷ୍ଟ ଆନନ୍ଦପୁର ପୌରପରିଷଦରେ ୧୨ ଜଣ କାଉନସିଲର ଶାସକ ଦଳର ରହିଥିବାବେଳେ ୪ ଜଣ ବିରୋଧୀ ଭାଜପା ଦଳର ରହିଛନ୍ତି। ଆଜି ହୋଇଥିବା ଧାରଣାରେ ସମସ୍ତ ବିଜେଡି ଓ ଭାଜପା କାଉନସିଲର ଉପସ୍ଥିତ ରହି ପୌରପରିଷଦର ମୌଳିକ ସମସ୍ୟାକୁ ଦୂର କରିବା ଦିଗରେ ଦାବି ଉପସ୍ଥାପନ କରିଥିଲେ। ଆଜି ପ୍ରଥମ ଦିନ ଧାରଣାସ୍ଥଳକୁ କେହି ପ୍ରଶାସନିକ ଅଧିକାରୀ ଆସି ନ ଥିବାବେଳେ ଆସନ୍ତାକାଲି ମଧ୍ୟ ଧାରଣା ଜାରି ରହିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri