ଜିଲା ପ୍ରଶାସନର ବୈମାୃତକ ମନୋଭାବକୁ ବିରୋଧ: ଧାରଣାରେ ସାମିଲ ହେଲେ ବିଜେଡି, ଭାଜପା କାଉନସିଲର

ଆନନ୍ଦପୁର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଉପନଗରପାଳଙ୍କ ସହିତ କାଉନସିଲରମାନେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆନନ୍ଦପୁର ପୌରପରିଷଦର ବିକାଶରେ ଜିଲା ପ୍ରଶାସନିକ ଅଧିକାରୀମାନେ ବୈମାତୃକ ମନୋଭାବ ପୋଷଣ କରିବା ଘଟଣାକୁ ବିରୋଧ କରି ଏହି ଧାରଣା ଦିଆଯାଇଥିବା ସୂଚନା ମିଳିଛି। ପୌରପରିଷଦରେ କର୍ମଚାରୀଙ୍କ ଅଭାବ ଜନିତ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିବାବେଳେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରାଯିବାରେ ବାଧା ସୃଷ୍ଟି ହେଉଥିବା କାଉନସିଲରମାନେ ଅଭିଯୋଗ କରିବା ସହିତ ପୌରପରିଷଦରେ ହୋଇଆସୁଥିବା ଜନ୍ମମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ଥାନାନ୍ତର, ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ପୌରପରିଷଦର ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରିବା ଦ୍ୱାରା ପୌରପରିଷଦର ବାର୍ଷିକ ଅଢ଼େଇ ଲକ୍ଷ ରାଜସ୍ବ ହରାଇବା ଏବଂ ଡିଏମ୍‌ଏଫ୍‌ ମାଧ୍ୟମରେ କ୍ଷତିପୂରଣ ଦାବି ଆଦିକୁ ଆଧାର କରି ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ପୌରପରିଷଦରେ ସିଓ, ବରିଷ୍ଠ ସହାୟକ, କନିଷ୍ଠ ସହାୟକଙ୍କ ସହିତ ୧୪ କର୍ମଚାରୀ ପଦବୀ ଖାଲି ରହିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କାଉନସିଲରମାନେ ଧାରଣା ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ପୌରପରିଷଦରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଓ କେତେକ କାଉନସିଲର ଜିଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। ଜିଲାପାଳ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଧାରଣାରେ ବସିଥିବା କାଉନସିଲରମାନେ ପ୍ରକାଶ କରିଥିଲେ। ଏପରିକି ପ୍ରଶାସନିକସ୍ତରରେ ଯାହା ଠିକ୍‌ ସେହିଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲାପାଳ କହୁଥିବା କାଉନସିଲରମାନେ କହିଛନ୍ତି। ଏଭଳି ଘଟଣାରେ ଆନନ୍ଦପୁର ପୌରପରିଷଦକୁ ଜାଣିଶୁଣି ଅଣଦେଖା କରାଯାଉଥିବା କାଉନସିଲରମାନେ ଅଭିଯୋଗ କରି ଧାରଣା ଦେଇଛନ୍ତି। ପୌରପରିଷଦର ସମସ୍ୟାକୁ ଆଧାର କରି ଉପସ୍ଥାପିତ ହୋଇଥିବା ଦାବିଗୁଡ଼ିକ ପୂରଣ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ନ ଦେଲେ ଧାରଣା ଜାରି ରହିବ ବୋଲି ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୧୬ ଓ୍ବାର୍ଡ ବିଶିଷ୍ଟ ଆନନ୍ଦପୁର ପୌରପରିଷଦରେ ୧୨ ଜଣ କାଉନସିଲର ଶାସକ ଦଳର ରହିଥିବାବେଳେ ୪ ଜଣ ବିରୋଧୀ ଭାଜପା ଦଳର ରହିଛନ୍ତି। ଆଜି ହୋଇଥିବା ଧାରଣାରେ ସମସ୍ତ ବିଜେଡି ଓ ଭାଜପା କାଉନସିଲର ଉପସ୍ଥିତ ରହି ପୌରପରିଷଦର ମୌଳିକ ସମସ୍ୟାକୁ ଦୂର କରିବା ଦିଗରେ ଦାବି ଉପସ୍ଥାପନ କରିଥିଲେ। ଆଜି ପ୍ରଥମ ଦିନ ଧାରଣାସ୍ଥଳକୁ କେହି ପ୍ରଶାସନିକ ଅଧିକାରୀ ଆସି ନ ଥିବାବେଳେ ଆସନ୍ତାକାଲି ମଧ୍ୟ ଧାରଣା ଜାରି ରହିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?