ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କୋକସରା,୧୨ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାଓ୍ବାର ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି କୋକସରା ପଞ୍ଚାୟତ ଚିଲିଗୁଡ଼ା ଗ୍ରାମର ସତ୍ୟାନନ୍ଦ ବାଗ୍‌(୭୦)। ବୁଧବାର ସକାଳେ ଚିଲିଗୁଡ଼ାରୁ ସାଇକେଲରେ କୋକସରାକୁ ଆସୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କୋକସରା ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କୋକସରା ପୋଲିସ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ କେସିଙ୍ଗା ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୋକସରା ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା କରି ଫେରାର ଥିବା ଗାଡ଼ିକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି କୋକସରା ପୋଲିସ ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ରାଶନ ସାମଗ୍ରୀ ଦେଲେ ସରପଞ୍ଚ

ରୂପ୍‌ସା, ୨୯।୩(ଡି.ଏନ.ଏ.)-ଦେଶବ୍ୟାପୀ କରୋନା କଟକଣା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟମାନଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବାଲେଶ୍ୱର ସଦର...

ପିଆରଏମ୍‌ ମେଡିକାଲ୍‌ରେ ନିଆଁ

ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି।...

ବିନା ଭକ୍ତରେ ଆରମ୍ଭ ହେଲା ଓଳାସୁଣୀ ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୮।୨(ଡି.ଏନ.ଏ.): ପ୍ରସିଦ୍ଧ ଓଳାସୁଣୀ ଗୁମ୍ଫା ମେଳା ରବିବାର ଆରମ୍ଭ ହୋଇଛି। ପବିତ୍ର ମାଘ କୃଷ୍ଣ ଏକାଦଶୀ ତିଥିରେ ଆରମ୍ଭ ହେଇଥିବା ଏହି ମେଳା ଚଳିତ ବର୍ଷ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଜୁନାଗଡ,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ପଞ୍ଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ଏଥିରେ ପଞ୍ଚାୟତର ୨୯ଜଣ ହିତାଧିକାରୀଙ୍କୁ...

ରାସ୍ତାକଡ଼ରେ ଚା’ ବିକୁଛନ୍ତି ଯାତ୍ରା କଳାକାର

ପଦ୍ମପୁର, ୬ା୮(ଡି.ଏନ୍‌.ଏ.): ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼ୁଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାର ଓ କଳାକାରମାନେ ପେଟକୁ ଦାନା ପାଉନାହାନ୍ତି। ଯାତ୍ରା, ପାଲା,...

୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ...

ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ

କାଶୀନଗର,୧୭ା୧୨(ଡି.ଏନ୍‌.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି।...

ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ

ପାଟଣା,୨୬।୧୨(ସ୍ବ.ପ୍ର.): ଓଡିଶାରେ ବିଜେଡିର ୨୫ ବର୍ଷ ଶାସନର ପୂର୍ତ୍ତି ଉତ୍ସ ପୁରୀରେ ପାଳୁଥିବା ବେଳେ ଭାଜପା ବିରୋଧ କରିଛି। ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା,...

Advertisement
Archives

Model This Week