ଆମ ଜିଲା ଖବର

ପାରିବାରିକ କଳହ: ସାନଭାଇ ନେଲେ ବଡଭାଇଙ୍କ ଜୀବନ

ବରଗଡ଼ ଅଫିସ, ୨୭।୯: ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କୈଲାସ ସାହୁ ନିଜ ବଡଭାଇ ଝସକେତନଙ୍କୁ କୁରାଢୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ବ୍ଳକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ା(ଡାଙ୍ଗ) ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସୋମବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଲିଙ୍ଗରାଜ ଦାଶ, ପଞ୍ଚାନନ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ ।…

ବୀମା ପ୍ରଦାନରେ ଅନିୟମିତା ଅଭିଯୋଗ

ବରଗଡ଼ ଅଫିସ୍‌,୨୭।୯: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ଥମୁ ନାହିଁ । ବୀମା ପାଇବା ଲୋଭରେ ଜମି ଜାଲିଆତି ଯୋଗୁ ଅନେକ ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ବୀମ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି…

ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍‌ରେ ୭ପେଟିରେ ରହିଥିବା ୭୯୮ବୋତଲ…

ବାଲିଘାଟ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍‌ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ବାଲିଘାଟ ଲିଜ୍‌କୁ ତୁରନ୍ତ…

ବରଗଡ଼ରେ ଲୁଟେରାଙ୍କ ରାଜ୍‌, ଦିନ ଦ୍ୱିପ୍ରହରରେ ଟଙ୍କା, ଗହଣା ଲୁଟ୍‌

ବରଗଡ଼ ଅଫିସ,୨୭।୯: ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍‌ପାଟ୍‌ କରିଛନ୍ତି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା ଗହଣା,…

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, ୨୭।୯(ଡି.ଏନ୍‌.ଏ.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଔଷଧ ବିତରଣ କେନ୍ଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବହୁ ଔଷଧପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି ।…

ଏସ୍‌ସିବିରୁ ପିଲାଚୋରି: ୩ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ

କଟକ ଅଫିସ,୨୭।୯: କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା ଘଟଣାର ତଦନ୍ତ ଚାଲିଛି…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ…

ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ

ବରୀ,୨୭।୯(ଡି.ଏନ୍‌.ଏ.): ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ ଆକ୍ରମଣ…

ମା’ଙ୍କ ଆଗମନରେ ଝଲସୁଛି ସହର

ଭବାନୀପାଟଣା,୨୭।୯(ସ୍ବ.ପ୍ର.): ଆସିଛି ପାର୍ବଣ। ଧରା ପୃଷ୍ଟରେ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା। ଏବେ ଚାରିଆଡେ ଉତ୍ସବମୁଖର। ଚଳିତବର୍ଷ କଟକଣାମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର। ଆକର୍ଷଣୀୟ…

ଶିରୋଲ ଗାଁରେ ପହଞ୍ଚି ପାନୀୟ ଜଳ ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

କେସିଙ୍ଗା,୨୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗାଁରେ ଗତ ୭ ଦିନ ହେଲା ଛାଡାବାନ୍ତି ଲାଗିରହିଛି। ଦୂଷିତ ପାନୀୟ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?