ରାୟଗଡ଼ାରେ ପ୍ରାଚୀନ ଗୁମ୍ଫା, ପଥରର ସନ୍ଧାନ

ରାୟଗଡ଼ା ଅଫିସ,୪ା୧୧: ରାୟଗଡ଼ା ସହର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପିଏଚ୍‌.ଡି. ଛାତ୍ର ଲୋକେଶ ଦୁର୍ଗା ଏବଂ ସ୍ବାଧୀନ ଭାବେ ଗବେଷଣା କରୁଥିବା ତାଙ୍କର ୨ ସହଯୋଗୀ ଦମୟନ୍ତୀ ବାଗ ଏବଂ ପ୍ରତାପ କୁମାର ବିଶ୍ୱାଳ ଅନୁସନ୍ଧାନ ବେଳେ ଉକ୍ତ ଅଞ୍ଚଳରୁ ପ୍ରାଚୀନ କାଳର ୨ ଗୁମ୍ଫା ଏବଂ କିଛି ପଥର ପାଇଛନ୍ତି। ଲୋକେଶଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନାଗାବଳୀ ନଦୀ ଅବବାହିକାରେ ପ୍ରାଚୀନ ସଭ୍ୟତା ରହିଛି।
ନିକଟରେ ଗବେଷକ ଟିମ୍‌ ଏହି ସ୍ଥାନରେ ଅନୁସନ୍ଧାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟ ଅନୁସନ୍ଧାନ ବେଳେ ଡୁମାଗୁଡ଼ା ପାହାଡ଼ରୁ ପଥରରେ ନିର୍ମିତ ଅନେକ ହତିଆର ସହ ସେତେବେଳର ମାନବ ବସବାସ କରୁଥିବା ଦୁଇଟି ଗୁମ୍ଫାର ସନ୍ଧାନ ପାଇଥିଲେ। ଉକ୍ତ ପଥର ଗୁଡ଼ିକ ପୁରାତନ ପ୍ରସ୍ତରଯୁଗର ବୋଲି ଗବେଷକ ଟିମ୍‌ ଅନୁମାନ କରୁଛନ୍ତି। ଉକ୍ତ ଗବେଷଣା ସମ୍ପର୍କରେ ‘କ୍ୱାର୍ଟରଲି ଜର୍ନାଲ ଅଫ୍‌ ଦି ମିଥିକ ସୋସାଇଟି(ବାଙ୍ଗାଲୋର)’ରେ ପ୍ରକାଶ ପାଇଥିଲା। ଅନୁସନ୍ଧାନକାରୀ ଦଳ ପ୍ରଥମେ ପାହାଡ଼ ତଳୁ ୩୦ ମିଟର ଦୂରରେ ଏକ ଗୁମ୍ଫା ପାଇଥିଲେ। ପରେ ପ୍ରଥମ ଗୁମ୍ଫାଠାରୁ ୨୦୦ ମିଟର ଦୂରରେ ସେମାନେ ଆଉ ଏକ ଗୁମ୍ଫାର ସନ୍ଧାନ ପାଇଥିଲେ। ଏଠାରେ ପଥର ନିର୍ମିତ ଏକ ପ୍ଲାଟ୍‌ଫର୍ମ ମଧ୍ୟ ରହିଛି। ଉକ୍ତ ପ୍ଲାଟ୍‌ଫର୍ମ ସିଧାସଳଖ ଦ୍ୱିତୀୟ ଗୁମ୍ଫାକୁ ସଂଯୋଗ କରୁଥିବା ଲୋକେଶ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଗୁମ୍ଫାରେ ଗ୍ରାନାଇଟ, ଖାଣ୍ଡୋଲାଇଟ, କ୍ୱାର୍ଟଜାଇଟ, ଚିସେଲ, ହାଣ୍ଡେକ୍ସ ଏବଂ ବ୍ଲେଡ୍‌ ଆଦି ରହିଛି। ତେବେ ଟିମ୍‌ ପକ୍ଷରୁ ଏହା ପ୍ରାଥମିକ ସର୍ବେକ୍ଷଣ ଥିଲା। ଏବେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ ବୋଲି ଲୋକେଶ କହିଛନ୍ତି। ଏହା ବ୍ୟତୀତ ରାୟଗଡ଼ା ସହର ଠାରୁ ମାତ୍ର ୨୦ କି.ମି. ଦୂରରେ ପ୍ରବାହିତ ହେଉଥିବା ଝଞ୍ଜାବତୀ ନଦୀ ନିକଟରୁ ଅନ୍ୟ ଏକ ବିଚିତ୍ର ପଥରର ସନ୍ଧାନ ମିଳିଛି। ଏହା ମନୁଷ୍ୟ ଆକୃତିର ରହିଛି। ରାୟଗଡ଼ା ସହରର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ଗୁମ୍ଫା ରହିଛି। କୃଷି କାର୍ଯ୍ୟ ଏବଂ ଆଧୁନିକ ଯୁଗରେ ବିଭିନ୍ନ ସ୍ଥାନରେ କୋଠା ନିର୍ମାଣ ଯୋଗୁ ଏହି ଗୁମ୍ଫାଗୁଡ଼ିକ ନଷ୍ଟ ହୋଇଯାଉଛି। ଏଗୁଡ଼ିକୁ ସଂରକ୍ଷଣ କରାଗଲେ ଭବିଷ୍ୟତରେ ଗବେଷକଙ୍କ ପାଇଁ ଉପଯୋଗୀ ହୋଇପାରିବ ଏବଂ ଏହି ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ପାଲଟିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?