ପାୱାରଟିଲର କେନ୍ଦ୍ରାପଡ଼ାରୁ ଯାଉଛି କୋଲକାତା

କେନ୍ଦ୍ରାପଡ଼ା ଅଫିସ, ୪ା୧୧:କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଜିଲା କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ସାଜ ସରଞ୍ଜାମ କ୍ରୟଦରରେ ରିହାତି ଦେଉଛନ୍ତି। ଏହି ରିହାତି ଅର୍ଥ ଚାଷୀଙ୍କ କୃଷି ବିକାଶରେ ସହଯୋଗ କରିବ ବୋଲି ସରକାର ଲକ୍ଷ୍ୟ ରଖିଥିବା ବେଳେ ମିଛ ଚାଷୀ ସବ୍‌ସିଡି ଅର୍ଥକୁ ହଡପ କରୁଛନ୍ତି। ଏପରି ଅଭିଯୋଗ ଜିଲାପାଳଙ୍କ ନିକଟରେ ଗୁରୁବାର ପହଞ୍ଚତ୍ଛି। ଅଭିଯୋଗକାରୀମାନେ ୫ ବର୍ଷ ମଧ୍ୟରେ ରିହାତି ଦରରେ ବିକ୍ରୟ ହୋଇଥିବା କୃଷି ସରଞ୍ଜାମ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ପ୍ରତ୍ୟୁଷ କୁମାର ରାଉତ କହିଛନ୍ତି, ଫାର୍ମ ମେକାନାଇଜ୍‌ ସ୍କିମ୍‌ରେ କୃଷି ସରଞ୍ଜାମ ୨୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେଜଣ ଅଧିକାରୀ, ସପ୍ଲାୟର ସବ୍‌ସିଡି ଅର୍ଥକୁ ହେରଫେର କରୁଥିବା ଦେଖାଯାଉଛି। ସେ କହିଛନ୍ତି, ୨୦୧୯ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗରେ ଆବେଦନ ପତ୍ର ଦେଇଥିଲେ। କେନ୍ଦ୍ରାପଡ଼ା ଜିଲା ପାଇଁ ହାର୍ଭେଷ୍ଟର ଆଲଟମେଣ୍ଟ ହେବା ପରଦିନ ବିକ୍ରି ସରିଯାଇଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଅଭିଯୋଗକାରୀ ଚାଷୀ ମଦନମୋହନ ସାହୁ କହିଛନ୍ତି, ସରକାର ଚାଷୀଙ୍କୁ ସବ୍‌ସିଡିରେ ଟ୍ରାକ୍ଟର, ପାୱାରଟିଲର, ପାଣିପମ୍ପ, ଧାନ ଓ ବାଦାମ ଝଡ଼ା ମେଶିନ ଆଦି ବିଭିନ୍ନ କୃଷି ଯନ୍ତ୍ରପାତି ତଥା ଉପକରଣ ଯୋଗାଉଛନ୍ତି। ଏଥିପାଇଁ ସହରର ଦୁହୁରିଆ, ଖଡ଼ଇଙ୍ଗ, ଗରାପୁର, ଗୋପ ଆଦି ଅଞ୍ଚଳରେ ପ୍ରାଧିକୃତ ସପ୍ଲାୟର ଅଛନ୍ତି। ତେବେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସମ୍ପୃକ୍ତ ସପ୍ଲାୟରଠାରୁ କୃଷି ବିଭାଗର ମଞ୍ଜୁରୀ ସତ୍ତ୍ୱେ ରିହାତି ଦରରେ ମିଳୁନାହିଁ। ମିଳୁଥିବା ୫୦ ପ୍ରତିଶତ ରିହାତି କାହା ଖାତାକୁ ଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗକାରୀ ସାହୁ ପ୍ରକାଶ କରିଛନ୍ତି। ସେହିପରି ଅନ୍ୟତମ ଅଭିଯୋଗକାରୀ ଆଶିଷ କୁମାର ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କୋଲକାତାକୁ ଚାଲାଣ ହେଉଥିବା ବହୁ ସମୟରେ ଦେଖାଯାଉଛି। ସେହିପରି କୃଷି କ୍ଷେତ୍ର ପାଇଁ ଆସିଥିବା ଟ୍ରାକ୍ଟର ଏବେ ରାସ୍ତାରେ ପରିବହନ କାର୍ଯ୍ୟରେ ଲାଗୁଛି। ମିଛ ଚାଷୀଙ୍କ ପର୍‌ମିଟ୍‌ରେ ବ୍ୟବସାୟୀମାନେ ଟ୍ରାକ୍ଟର, ପାୱାରଟିଲର ହାତଉ ଥିବାରୁ ପ୍ରଶାସନିକ ତଦନ୍ତ ହେଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆଉ କିଛିଦିନ ମଧ୍ୟରେ ଖରିଫ ଚାଷ ଅମଳ ହେବ। ଚାଷ ପାଇଁ ଅଧିକ ହାର୍ଭେଷ୍ଟର ଓ ପାୱାରଟିଲର, ପାଣି ପମ୍ପ ଆବଶ୍ୟକ। ରିହାତି ଦରରେ ବିକ୍ରୟ ହେଉଥିବା କୃଷି ସାମଗ୍ରୀ ବ୍ୟବସାୟୀମାନେ କାଗଜପତ୍ରରେ ବିକ୍ରି ହେଉଥିବା ଦର୍ଶାଉଛନ୍ତି। ଏହାର ସବ୍‌ସିଡି ଅର୍ଥ ସପ୍ଲାୟର ହାତେଇ ନେଉଛନ୍ତି। ଏ ନେଇ ଜିଲା ପ୍ରଶାସନ ତଦନ୍ତ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିହାତି ଅର୍ଥରେ ବିକ୍ରୟ ହେଉଥିବା କୃଷି ସରଞ୍ଜାମରେ ଅନିୟମିତତା ହୋଇଥିବା ନେଇ ଚାଷୀମାନଙ୍କ ଅଭିଯୋଗକୁ ତଦନ୍ତ କରାଯିବ। ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଛି। ବିଭାଗୀୟ ତଦନ୍ତ ପରେ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri