ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା, ଲୋକେ ଭୟଭୀତ

ଜଗତ୍‌ସିଂହପୁର ଅଫିସ, ୪ା୧୧:ଜଗତସିଂହପୁର ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଛି। ଗତ ଜାନୁୟାରୀରୁ ଏପର୍ଯନ୍ତ ଏହି ସଂଖ୍ୟା ବଢି ୩୦୫ରେ ପହଞ୍ଚତ୍ଲାଣି । ଲୋକେ ସଚେତନ ନ ହେଲେ ପରିସ୍ଥିତି ବିଗିଡିବା ଆଶଙ୍କା ରହିଛି। ବିଶେଷକରି ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। କେବଳ ଲୋକେ ନୁହନ୍ତି ଜିଲା ସ୍ବାସ୍ଥ୍ୟ ବିଭାଗ, ସ୍ବେଚ୍ଛାସେବୀ ସଙ୍ଗଠନ, କ୍ଲବ ଓ ସରକାରୀ କଳ ଆଦି ଦାୟିତ୍ୱବାନ ନ ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ। ସରକାରୀ ଭାବେ ଦେଖିଲେ ୨୦୧୪ରୁ ଇତିମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨୦୧୪ ଓ ୨୦୧୬ରେ ୨ ଲେଖାଏଁ , ୨୦୧୮ରେ ୧ ଓ ୨୦୧୯ରେ ଜଣ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି । ଚଳିତବର୍ଷ ନିକଟସ୍ଥ ଚାନ୍ଦୁରା ଓ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗ ଫତେପୁର ଗ୍ରାମର ମୋଟ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏ ପରିସ୍ଥିତିରେ ମଶାରୀ ଉପରେ ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପଡିବ।
ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ, ଜୋତ ସମେତ ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ଫତେପୁର ଗ୍ରାମରେ ସଂକ୍ରମଣ ବଢି ଚାଲିଛି। ଏହି ଗାଁର କେତେଜଣ ବ୍ୟକ୍ତି କହିଛନ୍ତି, ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗ୍ରାମର ରବି ରାଉତଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦/୧୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଡେଙ୍ଗୁରେ ଆକ୍ରାନ୍ତ ଥିବା ବୈରାଗୀ ଚରଣ ପ୍ରଧାନଙ୍କୁ ଅବହେଳା କରାଯାଇଥିବା ତାଙ୍କ ଭାଇ ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ସହରରୁ ଇତିମଧ୍ୟରେ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଅନେକ ଗାଁ ଛାଡି ବନ୍ଧୁବାନ୍ଧବ କିମ୍ବା ଅନ୍ୟ ବିକଳ୍ପ ସ୍ଥାନକୁ ଅସ୍ଥାୟୀ ଭାବେ ଚାଲି ଯାଉଥିବା ଜଣାଯାଇଛି । କିନ୍ତୁ ଜିଲା ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁ ନ ହେବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଏଡିଏମ୍‌ଓ ପ୍ରମୋଦ କୁମାର ବାରିକ କହିଛନ୍ତି, ଅନେକ ସମୟରେ ରୋଗୀମାନେ ପରିସ୍ଥିତି ବାଧ୍ୟ ନ କଲେ ଡାକ୍ତରଖାନା ଯାଉନାହାନ୍ତି । ତେଣୁ ଡେଙ୍ଗୁ ଲକ୍ଷଣ ଅର୍ଥାତ୍‌ ଆଣ୍ଠୁ, ଗଣ୍ଠି ବିନ୍ଧା, ଶରୀରର ଠାଏ ଠାଏ ନାଲି ଦାଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଲୋକେ ଖାଲି ଦେହରେ ବୁଲିବା ଅନୁଚିତ। ଗାଁରେ କୌଣସି ସ୍ଥାନରେ ପ୍ଲାଷ୍ଟିକ, ସଢ଼େଇ, ନନ୍ଦ ଆଦିରେ ପାଣି ଜମି ରହିଥିଲେ ସେଗୁଡିକୁ ଖାଲି କରାଯିବା ଉଚିତ୍‌ ଲୋକେ ଯେ ପର୍ଯ୍ୟନ୍ତ ନିଜେ ସଚେତନ ନ ହେବେ ସେ ପର୍ଯନ୍ତ ଡେଙ୍ଗୁକୁ ପ୍ରତିହତ କରିବା ସମ୍ଭବ ନୁହେଁ । ତଥାପି ଲୋକଙ୍କୁ ବାରମ୍ବାର ବୁଝାଇ ପରିବେଶ ପରିଷ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦିଆଯାଉଛି । ଡାକ୍ତରଖାନାରେ ଆଡମିଶନ କରାଯାଉ ନ ଥିବା ଅଭିଯୋଗ ଉପରେ କହିଥିଲେ, ଆବଶ୍ୟକ ନ ପଡିଲେ ତାହା ସମ୍ଭବ ହେଉନି। ଏବର୍ଷ ୨ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଆସିନାହିଁ । ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍‌ ଆଦି ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳରେ ଆଣ୍ଟି ଲାର୍ଭାଲ ସ୍ପ୍ରେ କରାଯାଉଛି। ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବାଲିକୁଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ୪୩, ବିରିଡ଼ି ୫, ଏରସମା ୧୨, କୁଜଙ୍ଗ ୧୮, ମଣ୍ଡାସାହି ୧୦୭, ମଣିଜଙ୍ଗା ୨୫, ନାଉଗାଁ ୪୯, ରଘୁନାଥପୁର ୩୧, ଜଗତ୍‌ସିଂହପୁର ପୌର ପରିଷଦ ୧୩ ଓ ପାରାଦୀପ ପୌର ପରିଷଦ ଅଞ୍ଚଳରେ ୨ ଏହିପରି ମୋଟ ୩୦୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୫୧ ଜଣ ସୁସ୍ଥ ହୋଇ ସାରିଲେଣି । ୧୫ ଜଣଙ୍କୁ ଭୁଲ ଠିକଣା ଯୋଗୁ ଚିହ୍ନଟ କରାଯାଇ ପାରୁନାହିଁ । କିନ୍ତୁ ବିପଦ ଟଳିନାହିଁ । ଏ ମାସ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ । ଲକ୍ଷଣ ଦେଖାଦେଲେ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପ ପୌରାଞ୍ଚଳରେ ଥିବା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଏଲିସା ପରୀକ୍ଷା କରିନେବା ଜରୁରୀ। ତା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ରହିଲେ ଡେଙ୍ଗୁ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନାହିଁ । ସୂଚନାଯୋଗ୍ୟ , ୨୦୧୧ରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୨ ଥିଲା । କିନ୍ତୁ ୨୦୧୨ରେ ଏହି ସଂଖ୍ୟା ୧୨କୁ ଖସି ଆସିଥିଲା। ୨୦୧୩ରେ ୨୬୩ ଓ ୨୦୧୪ରେ ୧୦୫୧କୁ ବୃଦ୍ଧି ପାଇ ରେକର୍ଡ ଛୁଇଁଥିଲା । ୨୦୧୫ରେ ୩୯୩, ୨୦୧୬ରେ ୩୩୩, ୨୦୧୭ରେ ୨୩୫, ୨୦୧୮ରେ ୧୦୫୬ ଓ ୨୦୧୯ରେ ୨୪୯ ହୋଇଥିଲା । ତେବେ କରୋନା ସଂକ୍ରମଣ ସମୟରେ ଅର୍ଥାତ୍‌ ୨୦୨୦ରେ ଡେଙ୍ଗୁ ରୋଗୀ ସଂଖ୍ୟା ମାତ୍ର ୮ ଥିବାବେଳେ ୨୦୨୧ରେ ୩୦୦କୁ ଛୁଇଁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତାରେ ପୋଲିସ, ଓକିଲ ସଂଘ କର୍ମକର୍ତ୍ତା ସାମିଲ; ହେଲମେଟ ପିନ୍ଧିବା ପାଇଁ ଏସ୍‌ପି ପରାମର୍ଶ ଦେଲେ

ନୂଆପଡା ଅଫିସ,୧୬ା୯ : ପରିବର୍ତ୍ତିତ ପରିବହନ ଅଧିନିୟମକୁ କଡାକଡି କାର୍ଯ୍ୟାନ୍ବୟନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ଉଦ୍ୟମ ଆରମ୍ଭ...

ବିପର୍ଯ୍ୟୟ ମୁକାବିଲା ପାଇଁ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ ହେବ

କଟକ ଅଫିସ,୮ା୬: ପ୍ରାକୃତିକ ବିପର୍ଯ୍ୟୟ ଓ ସହରରେ ବର୍ଷାଜନିତ ଜଳବନ୍ଦୀର ମୁକାବିଲା ପାଇଁ ବୁଧବାର ଚୌଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ...

ସୁଧୁରୁନି ଟ୍ରାଫିକ୍‌ ଜାମ୍‌

ଯୋଡ଼ା,୨୭।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ଯୋଡା-ବଡବିଲ-ବିଲେଇପଦା-ଭଦ୍ରାସାହି ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୁଧୁରିବା ନାଁ ନେଉନାହିଁ । ଜାତୀୟ...

୨୯ବର୍ଷ ପରେ ପ୍ରକାଶ ପାଇଲା ରାୟ: ୭ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଖୋର୍ଦ୍ଧା ଅଫିସ,୨୦।୩: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ରାୟ ଦୀର୍ଘ ୨୯ବର୍ଷ ପରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ...

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ...

ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି ଶିଶୁ

ବୁଗୁଡ଼ା, ୨୨ା୩(ଡି.ଏନ୍‌.ଏ.): ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ର ସ୍ଲୋଗାନ ଏବେ ବୁଗୁଡ଼ା ଅଞ୍ଚଳରେ ଫେଲ୍‌ ମାରିଥିବା ଦେଖବବାକୁ ମିଳିଛି। ୩ ରୁ ୧୪ ବର୍ଷ ପିଲାଙ୍କ...

ଭିତିରି ବୁଝାମଣା ଉଦ୍ୟମ

ଯାଜପୁର ଅଫିସ,୯ା୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ପ୍ରଶାସନର ଅନୁମୋଦନ ଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ୍‌ ଏବଂ ଜରିମାନା ଆଦାୟ ମାମଲା ଏବେ...

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ ଅଫିସ,୬।୭: ମଙ୍ଗଳବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏଥିପାଇଁ ବୁଧବାର ତିନିରଥ ଦକ୍ଷିଣ ମୋଡ଼...

Advertisement
Archives

Model This Week