ବଲାଙ୍ଗୀର ଅଫିସ, ୪ା୧୧:ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଦୀର୍ଘବର୍ଷ ହେଲା ଚାଷୀ ଉତ୍ସାହିତ ହୋଇ ଅର୍ଥକରୀ କପାଚାଷ କରୁଛନ୍ତି। ଧଳାସୁନାର ଅଞ୍ଚଳ ଭାବେ ପରିଚିତ ଏହି ଇଲାକାର ଅନୁକୂଳ ଜଳବାୟୁ ଏବଂ ଭୂମିରୂପ କପାକୁ ସୁହାଉଛି। ଏଠାକାର ଉତ୍କୃଷ୍ଟ କପା ଦେଶ ବିଦେଶକୁ ରପ୍ତାନି ହେଉଛି। ସମଗ୍ର ଓଡ଼ିଶାରେ ବାର୍ଷିକ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କେବଳ ଏହି କ୍ଷେତ୍ରରୁ ଆସୁଛି। ସାଧାରଣତଃ କପା କିଆରିରେ କୀଟ ଲାଗିଲେ କୀଟନାଶକ ଦ୍ୱାରା ଚାଷୀ ନିସ୍ତାର ପାଇଥାଏ। ମାତ୍ର ସରକାରୀସ୍ତରରେ ଉପଯୁକ୍ତ ପଦକ୍ଷେପ ଅଭାବରୁ ଅମଳ ପୂର୍ବରୁ ଧଳାସୁନାରେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଦଲାଲମାନେ କୀଟ ଭଳି ଲାଗିଯାଉଛନ୍ତି।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼ ଏବଂ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ଗଜପତି ଜିଲାରେ ଗତ କିଛିବର୍ଷ ହେଲା କପାଚାଷ ବୃଦ୍ଧି ପାଇଛି। ଏକ ତଥ୍ୟ ମୁତାବକ ୧୯୮୦ ମସିହାରେ ଓଡ଼ିଶାରେ ମାତ୍ର ୫ ହଜାର ହେକ୍ଟର ଜମିରେ କପାଚାଷ କରାଯାଉଥିଲାବେଳେ ୨୦୨୨ ବେଳକୁ ଏହା ୨ ଲକ୍ଷ ହେକ୍ଟରକୁ ପରିବ୍ୟାପ୍ତ ହୋଇଛି। ଅନ୍ତର୍ଜାତୀୟ ବଜାର ଅନୁଯାୟୀ କପାମୂଲ୍ୟ ଆକଳନ ହେଉଥିବାରୁ ଜାତୀୟସ୍ତରରେ ସରକାର କପାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରିତ କରିଥାନ୍ତି। ତେବେ ବଜାରରେ ଚାହିଦା ଯୋଗୁ ଏମ୍‌ଏସ୍‌ପିଠାରୁ ଢେର ଅଧିକ ଦରରେ କପା ବିକ୍ରି ହେଉଛି।
୨୦୨୧ ବର୍ଷରେ କପା ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ମୂଲ୍ୟ ୬,୦୨୫ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଗତବର୍ଷ କୁଇଣ୍ଟାଲ ପିଛା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କପା ବିକ୍ରି ହୋଇଥିବା ଜଣାପଡ଼ିଛି। ଗତ ଋତୁରେ ବଲାଙ୍ଗୀର ଜିଲାରେ ରାଜ୍ୟ ବାହାରର ବ୍ୟବସାୟୀ (ବିଡର୍ସ)ଙ୍କୁ କପାକ୍ରୟ ସୁଯୋଗ ଦିଆଯାଇଥିଲା। ଫଳରେ କପା କୁଇଣ୍ଟାଲ ପିଛା ମୂଲ୍ୟ ଦ୍ୱିଗୁଣିତ ହୋଇଥିବା ବେଳେ ଜିଲାର ଚାଷୀମାନେ ଲାଭବାନ୍‌ ହୋଇଥିବା କୁହାଯାଇଥିଲା। ସ୍ଥୂଳଦୃଷ୍ଟିରେ ଏଇ ତଥ୍ୟ ଅନେକାଂଶରେ ସତ୍ୟ ପ୍ରତୀତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତୃଣମୂଳସ୍ତରରେ ଏଥିରେ ବିସଙ୍ଗତି ରହିଛି। ପୂର୍ବାପେକ୍ଷା ପ୍ରକୃତ ଚାଷୀ ଅଧିକ ଲାଭବାନ୍‌ ହୋଇଥିଲେ ମଧ୍ୟ ଦଲାଲ ବା ମଧ୍ୟସ୍ଥଙ୍କଠାରୁ ଯେ କମ୍‌ ଲାଭବାନ ହେଉଛି ଏହା ସ୍ପଷ୍ଟ ଦେଖାଯାଉଛି। କପା ଏକ ଅର୍ଥକରୀ ଫସଲ ହୋଇଥିବାରୁ ଏହି ଚାଷ ଓ ବ୍ୟବସାୟରେ ଚାଷୀଙ୍କ ଅପେକ୍ଷା ଦଲାଲଙ୍କ ସକ୍ରିୟତା ବଢ଼ି ଚାଲିଛି। କପାକ୍ରୟ ଦିଗରେ ସରକାରୀ ନୀତି ଏବଂ ବ୍ୟବସ୍ଥା ଭିତର ଫାଙ୍କରେ ଦଲାଲମାନେ ସହଜରେ ଗଳିଯାଇ ଚାଷୀଙ୍କ ଲାଭରୁ ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ବାହାର ବିଡର୍ସ, ସ୍ଥାନୀୟ ମିଲର୍ସ ଓ ଦଲାଲ ଅତ୍ୟଧିକ ଫାଇଦା ଉଠାଉଛନ୍ତି। ପ୍ରକୃତ ଚାଷୀ କୁଇଣ୍ଟାଲ ପିଛା ଗତବର୍ଷ ୭ ହଜାର ଟଙ୍କା ପାଇଥିବାବେଳେ ଚାଷୀଙ୍କଠାରୁ କପାକିଣି ଦଲାଲମାନେ କୁଇଣ୍ଟାଲ ପିଛା ୧୦ରୁ ୧୨ ହଜାର ଟଙ୍କା ପାଇଥିବା ଜଣାପଡିଛି। ବିଡର୍ସ ବ୍ୟବସ୍ଥା କରି କପା କ୍ରୟମୂଲ୍ୟ ବୃଦ୍ଧି କରିବାରେ ସଫଳ ହୋଇଥିଲେ ମଧ୍ୟ ପ୍ରଶାସନ ଦଲାଲଙ୍କ ସକ୍ରିୟତା ରୋକିବାରେ ଫେଲ ମାରିଛି। ବେଲପଡା ବ୍ଲକ ସିହିନୀ ଗଁାର ଚାଷୀ ରାଜେନ୍ଦ୍ର ବେହେରା କହିଛନ୍ତି ଯେ, ପୂର୍ବାପେକ୍ଷା ଗତବର୍ଷ କପା କୁଇଣ୍ଟାଲ ପିଛା ଅଧିକ ଟଙ୍କା ମିଳିଛି। ମାତ୍ର ମିଲର୍ସ ବଦଳରେ ସରକାର ନିଜେ ଚାଷୀଙ୍କଠାରୁ ମଣ୍ଡି ଜରିଆରେ ଅଧିକ ଟଙ୍କାରେ କିଣନ୍ତୁ। ଧାନ ପରି କପାର ମଣ୍ଡି ବ୍ୟବସ୍ଥା କରାଯାଉ।
ସରକାରଙ୍କ କପାକ୍ରୟ ନୀତିରେ ତ୍ରୁଟି ଏବଂ ଉଦାସୀନତା ଯୋଗୁ ଚାଷୀ ପ୍ରକୃତ ଲାଭରୁ ବଞ୍ଚତ୍ତ ହେଉଛନ୍ତି। ଚଳିତବର୍ଷ କଟନ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ପକ୍ଷରୁ ସର୍ବନିମ୍ନ କପା ମୂଲ୍ୟ କୁଇଣ୍ଟାଲ ପିଛା ୬,୩୮୦ ଟଙ୍କା ଧାର୍ଯ୍ୟ କରାଯାଇଛି। ନଭେମ୍ବର ପ୍ରଥମ ସପ୍ତାହରୁ ବଲାଙ୍ଗୀର ସମେତ ଅନ୍ୟ ଜିଲାରେ କପା ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହେଲେ ଏ ଯାଏ ଜିଲାରେ କପା କ୍ରୟ କମିଟି (ଡିଏଲ୍‌ପିସି) ବୈଠକ ବସିନାହିଁ। କପା ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଏବେ ଗଁା ଗଁାରେ ଦଲାଲ ବା ମଧ୍ୟସ୍ଥ ସକ୍ରିୟ ହୋଇଗଲେଣି। ବିଭିନ୍ନ ସ୍ଥାନରୁ ରାଜ୍ୟ ବାହାରକୁ କପା ଚାଲାଣ ଆରମ୍ଭ ହୋଇଗଲାଣି। ଦାଦନ ଶ୍ରମିକଙ୍କ ଭଳି କପାଚାଷରେ ବି ବଇନା ବା ଅଗ୍ରିମ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ। ବ୍ୟବସାୟୀ ଓ ଦଲାଲମାନେ ଚାଷୀଙ୍କୁ ଅଗ୍ରିମ ଟଙ୍କା, ମଞ୍ଜି, ସାର ଓ କୀଟନାଶକ ଦେଇ ଚୁକ୍ତି ଅନୁସାରେ କପାଚାଷ କରାଇଥାନ୍ତି। ଚଳିତବର୍ଷ ମଧ୍ୟ ଦଲାଲମାନେ ସେହି ପନ୍ଥାରେ ଚାଷୀଙ୍କଠାରୁ କପା ନେବା ଆରମ୍ଭ କରିଛନ୍ତି।
ସରକାରୀସ୍ତରରେ କପାଚାଷୀଙ୍କୁ ପ୍ରୋତ୍ସାହନ କଥା କୁହାଯାଉଥିଲେ ମଧ୍ୟ ଦଲାଲଙ୍କ ଶୋଷଣ ରୋକିବା ଦିଗରେ ବାସ୍ତବ ନିୟମ ନାହିଁ। ଏଭଳି ସ୍ଥିତିରେ ଚାଷୀ ଅପେକ୍ଷା ଦଲାଲମାନେ ଲାଭବାନ ହେବା ଦେଖାଯାଉଛି। ବଲାଙ୍ଗୀର ଜିଲାରେ ମାତ୍ର ତିନୋଟି ଆର୍‌ଏମ୍‌୍‌ସି ରହିଛି। ଆର୍‌ଏମ୍‌ସି ବ୍ୟତୀତ ଅନ୍ୟସ୍ଥାନରେ ମଣ୍ଡି ଖୋଲାଯାଉନାହିଁ। ଏମ୍‌ଏସ୍‌ପି ଠାରୁ ଢେର ଅଧିକ ଦରରେ କପାକ୍ରୟ ହେଉଥିବାରୁ ସିସିଆଇ ହସ୍ତକ୍ଷେପର ଆବଶ୍ୟକତା ପଡୁନାହିଁ। ଦଲାଲମାନେ ଏମ୍‌ଏସ୍‌ପି ଠାରୁ ସାମାନ୍ୟ ଅଧିକ ଟଙ୍କା ଦେଇ ସିଧାସଳଖ ଚାଷୀଙ୍କଠାରୁ କପା କିଣିନେଉଛନ୍ତି। ଧାନଚାଷ ଭଳି କପାଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା ନ ଥିବାରୁ କିଏ ଚାଷୀ କିଏ ଦଲାଲ ଚିହ୍ନିବା ମୁସ୍କିଲ। ଏଭଳି କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ କପାର ଉଚିତ ମୂଲ୍ୟ ଓ ଲାଭ ମିଳିବା କଷ୍ଟକର ହୋଇପଡିଛି। ଏବେ ଅନ୍ତର୍ଜାତୀୟ ବଜାରରେ କପାମୂଲ୍ୟ ବୃଦ୍ଧି ଯୋଗୁ ଏମ୍‌ଏସ୍‌ପିଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସରକାର ଏ ଦିଗରେ ଏବେଠୁ ସଜାଗ ନ ହେଲେ ରାଜ୍ୟର କପାଚାଷୀ ପ୍ରଭାବିତ ହେବା ଆଶଙ୍କା ଦେଖାଯାଇଛି। ଅପରପକ୍ଷରେ ରାଜ୍ୟ ବାହାରକୁ କପା ଚାଲିଯାଉଥିବାରୁ ରାଜ୍ୟର ଜିନିଂମିଲ୍‌ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଯାଇଛି। ଏନେଇ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ପଚରାଯିବାରୁ କପାଚାଷୀଙ୍କୁ ଯେଭଳି ଅଧିକ ଆର୍ଥିକ ଲାଭ ମିଳିବ ସେ ଦିଗରେ ପ୍ରଶାସନ ବ୍ୟବସ୍ଥା କରୁଛି। ଚାଷୀ ଥରେ କପାର ମାର୍କେଟ ମୂଲ୍ୟ ସମ୍ପର୍କରେ ସଚେତନ ହୋଇଗଲେ ମଧ୍ୟସ୍ଥ ବା ବ୍ୟବସାୟୀ କେହି ତାଙ୍କୁ ଆଉ ଠକିପାରିବେ ନାହିଁ। ଏବେ କପା ଅଧିକ ମୂଲ୍ୟରେ ବିକ୍ରୟ ହେଉଛି। ଏହି ସମୟରେ ଚାଷୀ କିଭଳି ଅଧିକ ମୂଲ୍ୟ ପାଇବେ ସେ ଦିଗକୁ ପ୍ରାଥମିକତା ଦେଉଛୁ। ଏଦିଗରେ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ତା’ର ସମାଧାନ ଦିଗରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୨୦୦୬-୦୭ ମସିହା ତଥ୍ୟ ଅନୁଯାୟୀ ଅବିଭକ୍ତ କଳାହାଣ୍ଡି ଜିଲାରେ ୨୨ ହଜାର ୧୨୦ ହେକ୍ଟର, ବଲାଙ୍ଗୀର ଜିଲାରେ ୨୦ ହଜାର ୬ ଶହ ହେକ୍ଟର ଏବଂ ଅବିଭକ୍ତ କୋରାପୁଟ ଜିଲାରେ ୧୫ ହଜାର ୬୨୦ ହେକ୍ଟର ଜମିରେ କପାଚାଷ ହୋଇଥିଲା। ଚଳିତ ୨୦୨୨-୨୩ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ୭୦ ହଜାର ୭୮୦ ହେକ୍ଟର, ନୂଆପଡା ଜିଲାରେ ୧୫ ହଜାର ୬୨୯ ହେକ୍ଟର, ବଲାଙ୍ଗୀର ଜିଲାରେ ୬୨ ହଜାର ୪୩୩ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲାରେ ୫ ହଜାର ୩୨୩ ହେକ୍ଟର, ବୌଦ୍ଧ ଜିଲାରେ ୫ ହଜାର ୩୪୧ ହେକ୍ଟର, ବରଗଡ ଜିଲାରେ ୨ ହଜାର ୭୯୫ ହେକ୍ଟର ଜମିରେ କପାଚାଷ କରାଯାଇଛି। ସେହିପରି ରାୟଗଡା ଜିଲାରେ ଚଳିତବର୍ଷ ୪୫ ହଜାର ୯୬୭ ହେକ୍ଟର, କୋରାପୁଟ ଜିଲାରେ ୧ ହଜାର ୬୩୫ ହେକ୍ଟର ଏବଂ ଗଜପତି ଜିଲାରେ ୨ ହଜାର ୩୭୮ ହେକ୍ଟର ଜମିରେ କପାଚାଷ କରାଯାଇଛି।

ବୀରେନ୍ଦ୍ର କୁମାର ଝାଙ୍କର

 


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri