ମରାମତି ସତ୍ତ୍ୱେ ପାଠପଢ଼ା ନେଇ ଅନିଶ୍ଚିତତା

ରଘୁନାଥପୁର,୪ା୧୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ରାଢଙ୍ଗ ଉଚ୍ଚ ବିଦ୍ୟାଳୟର ୩ ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଗତ ୫ ବର୍ଷ ତଳୁ ଉକ୍ତ ଗୃହରେ ଶିକ୍ଷାଦାନ ବନ୍ଦ ରହିଛି। ଗୋଟିଏ ଛାତ ତଳେ ଥିବା ଉକ୍ତ ଶ୍ରେୀଣୀଗୃହଗୁଡ଼ିକରୁ ଗୋଟିଏ ବଖରା ମରାମତି ସତ୍ତ୍ୱେ ଉକ୍ତ ଗୃହରେ ପାଠପଢ଼ା ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ଅନ୍ୟ ଦୁଇ ବଖରା ଶ୍ରେଣୀଗୃହର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। ଛାତରୁ ପାଣି ଲିକ୍‌ କରି ପ୍ଲାଷ୍ଟର ଖଣ୍ଡ ସବୁ ଝୁଲି ରହିଛି। ଏଣୁ ଗୋଟିଏ ଛାତ ତଳେ ମରାମତି କରାଯାଇଥିବା ଉକ୍ତ ଗୃହରେ ଛାତ୍ରୀଛାତ୍ରମାନେ ବସି ପାଠପଢିବା ନିରାପଦ ନୁହେଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଉକ୍ତ ସ୍କୁଲଟି ସରକାରୀ ହୋଇ ନ ଥିବାରୁ ଅନୁଦାନ ପାଇବାରୁ ବଞ୍ଚତ୍ତ ହୋଇଛି। ବ୍ଲକ ଏସ୍‌ଏଫସି ଟଙ୍କାରେ ୨ ଲକ୍ଷ ଟଙ୍କା ଅନୁଦାନରେ ଉକ୍ତ ଗୃହକୁ ମରାମତି କରାଯାଇଛି। ଆଗାମୀ ଦିନରେ ପୁଣି ଅନୁଦାନ ମିଳିଲେ ଉପରୋକ୍ତ ୨ ଶ୍ରେଣୀଗୃହକୁ ମରାମତି କରାଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସୁଶାନ୍ତ ଜେନା କହିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ନିରଞ୍ଜନ ମହାନ୍ତି କୁହନ୍ତି, ବର୍ତ୍ତମାନ ଯେଉଁଠି ପିଲାମାନେ ବସି ପାଠପଢୁଛନ୍ତି ସେ ଗୃହର ମରାମତି କରିବା ଜରୁରୀ ହୋଇପଡ଼ିିଛି। ତେବେ ମରାମତି ହୋଇଥିବା ଗୃହରେ ପାଠପଢ଼ାଯିବା ସମ୍ପର୍କରେ ଏସ୍‌ଏମଡିସିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। କେଉଁଠୁ ଅନୁଦାନ ଆସି ମାତ୍ର ଗୋଟିଏ ବଖରା ଗୃହକୁ ମରାମତି କରାଯାଇଛି ସେ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ ସୁଶୀଳ ବାରିକ ପ୍ରକାଶ କରିଛନ୍ତି। ଉପରୋକ୍ତ ଶ୍ରେଣୀଗୃହ ପିଲାଙ୍କ ପାଠପଢିବା ପାଇଁ ନିରାପଦ ନୁହେଁ ବୋଲି ସ୍କୁଲ ତଦାରଖ ଦାୟିତ୍ୱରେ ଥିବା ସିଆରସିସି ତରୁଣ କୁମାର ଜେନା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉଚ୍ଚ କତ୍ତୃପକ୍ଷଙ୍କୁ ସେ ଅବଗତ କରାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri