Advertisement

କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ଏହି କେନାଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଜରାଜୀର୍ଣ୍ଣ ହୋଇପଡ଼ିଥିବା ଏହି ଲକ୍‌ ପୋଲକୁ ଜଳସମ୍ପଦ ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆଯାଉ ନ ଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣା ନଦୀର ଦାନପୁରଠାରେ ନିର୍ମିତ ସେତୁକୁ ଏହି ଲକ୍‌ ପୋଲ ଦେଇ ରାସ୍ତା ସଂଯୋଗ କରାଯାଇଛି। କିନ୍ତୁ ପୂର୍ତ୍ତ ବିଭାଗ ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବାରୁ ଜଳସମ୍ପଦ ଲକ୍‌ ପୋଲର ମରାମତିରୁ ସମ୍ପୂର୍ଣ୍ଣ ଓହରି ଯାଇଛି। ପୋଲର ଅବସ୍ଥା ଏଭଳି ହୋଇଛି ପିଲାରରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏହି ପୋଲ ଦେଇ ଲୁଣାନଦୀର ବାଲିଘାଟରୁ ଶତାଧିକ ବାଲି ବୋଝେଇ ଟ୍ରକ, ଯାତ୍ରୀବାହୀ ବସ୍‌ ସମେତ ଡେରାବିଶ, ଗରଦପୁର, ଓ ମାର୍ଶାଘାଇ ବ୍ଲ୍ଳକ ଅଞ୍ଚଳର ଅଧିବାସୀଙ୍କ ପାଇଁ ପୋଲ ସମ୍ପୂର୍ଣ୍ଣ ବିପଦ ପାଲଟିଛି। ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଲୁଣାନଦୀର ସେତୁ ଓ କେନ୍ଦ୍ରାପଡ଼ା କେନାଲରେ ନିର୍ମିତ ସେତୁକୁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ମାତ୍ର କେନାଲରେ ନିର୍ମିତ ପୋଲକୁ ସଂଯୋଗକରଣ ରାସ୍ତାର ସ୍ଥାନଟି ନ୍ୟାୟାଳୟରେ ବିଚାରାଧୀନ ଅଛି। ରାସ୍ତା ନିର୍ମାଣ ପାଇଁ ବିଳମ୍ବ ହେଉଥିବା ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ଦାସ କହିଛନ୍ତି। ଅପରପକ୍ଷରେ ବିପଦସଙ୍କୁଳ ଥିବା ଲକ୍‌ ପୋଲଟି ଯେକୌଣସି ମୁହୁର୍ତ୍ତରେ ଭୁଶୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ କହିଛନ୍ତି। ଏହି ଲକ୍‌ ପୋଲଟି ତୁରନ୍ତ ନିର୍ମାଣ କରା ନ ଗଲେ କିମ୍ବା ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାରେ ବିଳମ୍ବ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଉଁଶିଆପଲ୍ଲୀ ଗୁଟ୍‌ଖା କାରଖାନାରେ ଚଢ଼ାଉ: ମାଲିକ ଗିରଫ, ମାଷ୍ଟରମାଇଣ୍ଡ ଫେରାର

ବ୍ରହ୍ମପୁର ଅଫିସ,୯।୮: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବାଉଁଶିଆପଲ୍ଲୀରେ ଚାଲିଥିବା ବେଆଇନ ଗୁଟ୍‌ଖା କାରଖାନାରେ ଚଢ଼ାଉ କରିଛି। ଲକ୍ଷାଧିକ ଟଙ୍କାର...

ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି...

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୧୫ଦିନ ପରେ କାନ୍ଥରେ ଫାଟ

ସାଲେପୁର,୨୯।୯ (ଡି.ଏନ୍‌.ଏ.): ଉଦ୍‌ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍‌ରେ ଲାଗିଥିବା ଟ୍ୟାପ୍‌ରୁ ପାଣି ବାହାରୁ ନାହିଁ। ଇନଭର୍ଟର...

ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ

ଗଞ୍ଜାମ,୪ା୫(ଡି.ଏନ.ଏ.)- ଲକ୍‌ଡାଉନ୍‌ ପରେ ଗଞ୍ଜାମ ଜିଲା ଗୋଳନ୍ଥରାରେ ରହିଯାଇଥିବା କଟକ ଟାଙ୍ଗୀ ଅଞ୍ଚଳର ୧୨ଜଣ ଶ୍ରମିକ ୧୬ନଂ. ଜାତୀୟ ରାଜପଥ ଦେଇ ସୋମବାର ସକାଳେ ଚାଲିଚାଲି...

ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା। କୋରାପୁଟ...

ଶେରଗଡ଼ର କୌଣସି ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଭରସା, ଟଙ୍କା ପାଇଁ ଲୋକଙ୍କ ଭିଡ଼

ଶେରଗଡ଼,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଗତ କିଛି ଦିନ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନାହିଁ। କେବଳ ବ୍ୟାଙ୍କରୁ ଗ୍ରାହକମାନେ ଟଙ୍କା ଉଠାଇ ନେଇପାରୁଛନ୍ତି। ଫଳରେ...

‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି...

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ରାଇରଙ୍ଗପୁର, ୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ...

Advertisement
Archives

Model This Week