ମଧୁବାବୁ ଭତ୍ତା ଟଙ୍କା ହଡ଼ପ: ୩ କର୍ମଚାରୀ ଚାକିରିରୁ ବହିଷ୍କୃତ
ନବରଙ୍ଗପୁର,୨।୧୦(ବି.ପ୍ର.): ମଧୁବାବୁ ପେନସନ ଯୋଜନାରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ୩ କର୍ମଚାରୀଙ୍କୁ ଜିଲାପାଳ କମଳ ଲୋଚନ ମିଶ୍ର ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ…
ବ୍ୟାପକ ହେଉଛି ଚାଷଜମିର କିସମ ପରିବର୍ତ୍ତନ
ପଟ୍ଟାମୁଣ୍ଡାଇ,୨।୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୦୧୮ରୁ ୨୦୨୧ ମଧ୍ୟରେ ପ୍ରାୟ ୧ ହଜାର ହେକ୍ଟର ଅଧିକ ଅମଳକ୍ଷମ ଉର୍ବର ଚାଷଜମି ହ୍ରାସ ପାଇଛି। ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି…
ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି
କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାର୍ହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ୍ଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ…
ଶେଷ ଯାଏ ସେବା କରିବା ଲକ୍ଷ୍ୟ
ଛେଣ୍ଡିପଦା,୨।୧୦(ଅଜିତ ଧଳ): ୩୮ ବର୍ଷ ତଳେ ଭାରତୀୟ ନୌସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇଥିଲେ। ଏପରି କି ଶ୍ରୀଲଙ୍କା ଯାଇଥିବା ଶାନ୍ତିସେନାରେ ସେ ସଦସ୍ୟ ମଧ୍ୟ ଥିଲେ। ହେଲେ ସେଠାରେ ଘଟିଥିବା ଏକ ଦୁର୍ଘଟଣା ତାଙ୍କୁ ଶାରୀରିକ…
ଭାଇଚାରା ମଧ୍ୟରେ ପୂଜା ପାଳନ କର
ଢେଙ୍କାନାଳ ଅଫିସ,୨।୧୦: ଆସନ୍ତା ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ପାଳନ କରାଯିବ। ଏହି ଉପଲକ୍ଷେ ଶନିବାର ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲା ପ୍ରଶାସନ ଓ ପୋଲିସ…
ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା
ଦିଗପହଣ୍ଡି,୨।୧୦(ଡି.ଏନ.ଏ.): ଦିଗପହଣ୍ଡି ସହରର ଗଣପର୍ବ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଠାକୁରାଣୀ ଯାତ୍ରା ନିମନ୍ତେ ସହର ଉତ୍ସବ ମୁଖର ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ବାସିନ୍ଦା…
ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ
ସାରସକଣା,୨।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପୋଖରିଡିହା ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ବଣ୍ଟନ ପାଇଁ ଆସୁଥିବା ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ଛତୁଆ ନେଇ ଆସିଥିବା ଗାଡ଼ିକୁ ସରପଞ୍ଚ କାଳିପଦ ସିଂଙ୍କ…
ବର୍ଷକୁ ୪ଥର ନବରାତ୍ରି
ବାଲେଶ୍ୱର ଅଫିସ, ୨।୧୦: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶାରଦୀୟ ଦୁର୍ଗୋତ୍ସବ ଅବସରରେ ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶତ୍ରୁର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ। ମା’ଙ୍କ ଆବାହନ…
ନିଷିଦ୍ଧାଞ୍ଚଳରେ ପ୍ରାଚୀର ନିର୍ମାଣ
ପୁରୀ ଅଫିସ,୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ଜନତା ଓ ସେବାୟତଙ୍କ ଶୌଚାଳୟ ସମେତ ଅନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି ନିଷିଦ୍ଧାଞ୍ଚଳ ପରିସରରେ…
ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ
ଚଣ୍ଡିଖୋଲ,୨।୧୦ (ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି…
ନବବିବାହିତାଙ୍କୁ ହତ୍ୟା ଅଭିଯୋଗ
ରସୁଲପୁର,୨।୧୦(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗ୍ରାମର ରାଜକିଶୋର ମଳିକଙ୍କ ସ୍ତ୍ରୀ ପିଙ୍କି ପ୍ରଧାନ। ଏ ସମ୍ପର୍କରେ ପିଙ୍କିଙ୍କ ବାପା ରଞ୍ଜନ ପ୍ରଧାନ ଥାନାରେ…
୧୫ ଆଇସ୍କ୍ରିମ କାଠିରେ ମା’ ଦୁର୍ଗା
ବ୍ରହ୍ମପୁର ଅଫିସ୍, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ ବିଭିନ୍ନ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ମର୍ମରେ ଶାରଦୀୟ ଦୁର୍ଗା ପୂଜା…

