ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

କୋଟଗଡ଼,୮୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୋଇଛି। ଏନେଇ ପେଟ୍ରୋଲ ପମ୍ପ ମାଲିକ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସୋମବାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ମା’ ବରାଳ ଦେବୀ ଇଣ୍ଡିଆନ ପେଟ୍ରୋଲ ପମ୍ପର ମ୍ୟାନେଜର ଦେବାଶିଷ ନନ୍ଦ ଏକ ମୋଟରସାଇକେଲରେ ୫ ଲକ୍ଷ ଟଙ୍କା ନେଇ ତୁମୁଡ଼ିବନ୍ଧ ଷ୍ଟେଟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।  ତୁମୁଡ଼ିବନ୍ଧ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ଦେବାଶିଷଙ୍କ ବାଇକ୍‌ ପଛପଟୁ ଧକ୍କା ଦେଇଥିଲେ। ଦେବାଶିଷ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଯାଇଥିଲେ ବୋଲି ଦେବାଶିଷ କହିଛନ୍ତି। ଘଟଣା ବିଷୟରେ ଖବରପାଇ ପେଟ୍ରୋଲ ପମ୍ପ ମାଲିକ ପ୍ରଶାନ୍ତ କୁମାର ସ୍ବାଇଁ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ମ୍ୟାନେଜର ମାଲିକଙ୍କୁ ନ ଜଣାଇ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହଡ଼ପ କରିଥିବା ମାଲିକ ପ୍ରଶାନ୍ତ କହିଛନ୍ତି। କେସ ନଂ ୯୦/୨୦୨୨ରେ ମାମଲା ରୁଜୁ କରି ମ୍ୟାନେଜର ଦେବାଶିଷଙ୍କୁ ଥାନାରେ ଅଟକ ରଖାଯାଇଛି । ଅଧିକ ପଚରାଉଚରା କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ଜୟନ୍ତ ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ମୋଦିଙ୍କୁ ସୁଇଡେନ୍‌ର ସର୍ବୋଚ୍ଚ ସମ୍ମାନ

ଗୋଥେନ୍‌ବର୍ଗ,୧୮ା୫ (ପି.ଟି.):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍‌ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍‌ ପୋଲାର ଷ୍ଟାର୍‌, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍‌’ରେ ସମ୍ମାନିତ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri