Advertisement

ଗାଡ଼ି ଅଟକାଇ ଆହତଙ୍କୁ ହସ୍ପିଟାଲ ନେଲେ ବ୍ଲକ ଅଧ୍ୟକ୍ଷ

ଆର. ଉଦୟଗିର,୮।୧୧(ଡି.ଏନ୍‌.ଏ): ମାନବିକତା ଦେଖାଇଲେ ଗଜପତି ଜିଲା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର । ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଅଧ୍ୟକ୍ଷ ଗାଡ଼ି ଅଟକାଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଂଶସା କରାଯାଉଛି।
ସୂଚନା ଅନୁଯାୟୀ, ମେରାପଲି ଗାଁ ରାସ୍ତାରେ ଗଞ୍ଜାମ ଜିଲା ସାହସପୁର ଗାଁର ରବୀନ୍ଦ୍ର ମହାନ୍ତଙ୍କ ବାଇକ ଦୁର୍ଘଟଣା ହୋଇଥିଲା। ଏ ନେଇ ରବୀନ୍ଦ୍ର ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବା ବିଳମ୍ବ ହୋଇଥିଲା। ଏହି ସମୟରେ ମୋହନା ବ୍ଲକ ଅଧ୍ୟକ୍ଷ ଲୁହାଗୁଡ଼ି ଯାଉଥିଲା ବେଳେ ଗାଡ଼ି ଅଟକାଇ ରବୀନ୍ଦଙ୍କୁ ନେଇ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅତିଥିଙ୍କୁ ମିଳେନି ଆତିଥ୍ୟ

ବଅଁରପାଳ, ୯।୧୧: ଘରକୁ ଅତିଥି ଆସିଲେ ଅତ୍ୟନ୍ତ ଆନନ୍ଦର ସହ ଆତିଥ୍ୟ ପ୍ରଦାନ କରାଯାଏ। ଏହା ଆମ ପରମ୍ପରା ଓ ଚଳଣି। ହେଲେ ଅନୁଗୋଳ ଜିଲା...

୫-ଟି ସଚିବଙ୍କ ଅଚାନକ କୋଣାର୍କ ପରିଦର୍ଶନ

କୋଣାର୍କ,୯।୧(ଡି.ଏନ୍‌.ଏ.)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ...

ବରଗଡ଼ରେ ପୋଷ୍ଟାଲ ପରେ ଇଭିଏମର ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ...

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ...

ପୋଖରୀରେ ବୁଡି ଛାତ୍ରଙ୍କ ଜୀବନଗଲା

ଗୋପ,୨୮।୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ଓରୁଆଳି ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ସକାଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ...

ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ: ଉପଜିଲାପାଳ

ଆନନ୍ଦପୁର,୨୦।୩(ସ୍ବ.ପ୍ର.): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳିସ୍ଥଳେ ଏହାକୁ ରୋକିବା ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଜନସାଧାରଣଙ୍କୁ ପୁନର୍ବାର ସଚେତନତାର ବାର୍ତ୍ତା...

ଜାତୀୟ ଥ୍ରୋବଲ ଟୁର୍ନାମେଣ୍ଟ:ଭିଏସ୍‌ ବିଦ୍ୟାଳୟ ଛାତ୍ରୀ ମନୋନୀତ

ସୁନାବେଡା,୭।୧ଛତିଶଗଡର ଦୁର୍ଗଠାରେ ଜାତୀୟ ଥ୍ରୋବଲ ପ୍ରତିଯୋଗିତା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ା ଏଥିରେ ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ...

ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ ସଭା

ବେତନଟୀ, ୭ା୬(ଡି.ଏନ.ଏ)-ବେତନଟୀ ମହାବିଦ୍ୟାଳୟ ନିକଟ ରେଳଫାଟକରୁ ମହୁଲିଆକୁ ଯାଇଥିବା ରାସ୍ତାପାର୍ଶ୍ୱରେ ଦେବତ୍ତୋର ବିଭାଗର କେତେକ ଜମି ରହିଛି। ପ୍ରାୟ ଏକ ସପ୍ତାହ ମଧ୍ୟରେ ୨୦ଏକରରୁ ଊର୍ଦ୍ଧ୍ୱ...

Advertisement
Archives

Model This Week