Advertisement

ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର ସଦର ଥାନା ପୋଲିସ ନିଖୋଜ ଛାତ୍ରୀଙ୍କ କଙ୍କାଳ ଏକ ଧାନ କିଆରିରୁ ମାଟି ଖୋଳି ଜବତ କରିଛି। ଏହାର ସବିଶେଷ ତଥ୍ୟ ତଦନ୍ତ ପରେ ଦିଆଯିବ ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱରୀ ନାଏକ (୧୭) ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବରରେ ବଡ଼ଦିନ ଛୁଟିରେ ଘରକୁ ଆସିଥିଲେ। ଜାନୁୟାରୀ ୩ ତାରିଖ ରାତିରେ ଖାଇବା ପରେ କୋଠରିରେ ଶୋଇବାକୁ ଯାଇଥିଲେ। ତାଙ୍କ ମା’ ସୁମିତ୍ରା ରାତି ପ୍ରାୟ ୨ଟାରେ ଘରୁ ବାହାରିବା ସମୟରେ ଦେଖିଲେ ଯେ, ଝିଅ କୋଠରିରେ ନାହିଁ। ଏ ନେଇ ତାଙ୍କ ସ୍ବାମୀ ଧନିରାମଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ଓ ପଡ଼ୋଶୀମାନେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଜାନୁୟାରୀ ୯ରେ ଧନିରାମ ନୂଆପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା। ପ୍ରାୟ ୧୦ ମାସ ପରେ ଗାଁର ଜଣେ ଯୁବକ ତୁମ ଝିଅକୁ ହତ୍ୟା କରି ମାଟିରେ ପୋତି ଦିଆଯାଇଛି ବୋଲି ଗତ ୨୫ ତାରିଖରେ କହିଥିଲେ। ଏହା ପରେ ଗାଁର ଲୋକଙ୍କୁ ନେଇ ଏକ ବୈଠକ କରାଯାଇ ଅଭିଯୁକ୍ତ କିଏ ବୋଲି ଖୋଜା ଚାଲିଥିଲା। ହଠାତ ଏକ ବେନାମୀ ଚିଠି ଧନିରାମଙ୍କ ନାମରେ ସେହି ଦିନ ଆସିଥିଲା। ସେହି ଚିଠିରେ ତୁମର ଝିଅ ହିତେଶ୍ୱରୀଙ୍କୁ ୫ଜଣ ଯୁବକ ମାରି ମାଟିରେ ପୋତି ଦେଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଚିଠିରେ ୫ଜଣ ଯୁବକଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଚିଠି ତଳେ ମୁଁ ଛତିଶଗଡ଼ ମହାସମୁନ୍ଦ୍ରର ତୁମର ଜଣେ ହିତାକାଂକ୍ଷୀ। ଓଡ଼ିଶା ଯାଇଥିବା ବେଳେ ଏହି ଖବର ଶୁଣିଲି ବୋଲି ଲେଖାଯାଇଥିଲା। ସେହି ଚିଠି ଆଧାରରେ ଗତ ୨ ତାରିଖରେ ପୁଣି ସଦର ଥାନାରେ ବାପା ଧନିରାମ ଅଭିଯୋଗ କରିଥିଲେ। ଚିଠିରେ ଲେଖାଥିବା ୫ଜଣ ଯୁବକଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ହତ୍ୟା ପ୍ରମାଣ ନଷ୍ଟ କରିବା ପାଇଁ ମାରି ନିଆଁରେ ପୋଡି ପୋତି ଦେଇଥିବା ସେହି ଯୁବକମାନେ ସ୍ବୀକାର କରିଥିଲେ। ତାଙ୍କୁ ମାରି ପୋତି ଥିବା ଏକ ଧାନ କିଆରି ସ୍ଥାନ ଦେଖାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ନୂଆପଡା ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା, ସଦର ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତମାନେ ଦେଖାଇଥିବା ଧାନ କିଆରିକୁ ଯାଇଥିଲେ। ଧାନ ସଫା କରି ଜେସିବି ସାହାଯ୍ୟରେ ମାଟି ଖୋଳି ଛାତ୍ରୀଙ୍କ କଙ୍କାଳ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚକ୍ରବ୍ୟୁହରୁ ବାହାରିଲେ ଅଭିମନ୍ୟୁ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତର ଜଣେ ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ...

ଜଳିଗଲା ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌

ପରଜଙ୍ଗ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ. ଜାତୀୟ ରାଜପଥ ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ...

ଗୁଣ୍ଡିଚା ମନ୍ଦିରରେ ପଶିଲେ ୨ ଅଣସେବାୟତ

ପୁରୀ ଅଫିସ,୨୭ା୬: ମହାମାରୀ କରୋନା ପାଇଁ ଏଥର ଭକ୍ତଶୂନ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ନବିଦାନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି...

ଅସନ୍ତୁଷ୍ଟଙ୍କ ଭିତରୁ ଓହରିବେ ନାହିଁ ଅଧିକ

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ପୌର ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚତ୍ତ ହେବାପରେ ଅସନ୍ତୋଷ ଜାହିର କରୁଛନ୍ତି ଆଶାୟୀ। ଦୀର୍ଘବର୍ଷ ଧରି ଦଳ ସହିତ ରହି ବିଭିନ୍ନ...

ବିଦ୍ୟୁତ୍‌ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍‌ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ

ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା...

୨୦୮୨ କୋଟିର ୧୧ ପ୍ରକଳ୍ପକୁ ସିିଙ୍ଗଲଓ୍ବିଣ୍ଡୋର ଅନୁମୋଦନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପର୍ଯ୍ୟଟନ, ଡାଉନ୍‌ଷ୍ଟ୍ରିମ ଷ୍ଟିଲ୍‌ ଇତ୍ୟାଦି କ୍ଷେତ୍ରରେ ହେବାକୁ ଥିବା ୨୦୮୨.୧୭ କୋଟି ଟଙ୍କାର ୧୧ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଶିଳ୍ପ...

ଗଞ୍ଜେଇ, କଫ୍‌ ସିରପ୍‌ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ...

ଶିକାରୀ ଫାଶରେ କଲରାପତରିଆ ମୃତ

ବଇଣ୍ଡା,୭ା୧୧(ଡି.ଏନ.ଏ.):ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ୍‌ ଫୁଲଝରି ଜଙ୍ଗଲରୁ ରବିବାର ଏକ କଲରାପତରିଆ ବାଘର ଗଳିତ ମୃତଦେହକୁ ବାମୁର ବନ କର୍ମଚାରୀ ଜବତ କରିଛନ୍ତି।...

Advertisement
Archives

Model This Week