ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା
କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି।…
ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ
କୋକସରା,୨୨।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଚେଇଁଛି ଜିଲା ପ୍ରଶାସନ। ଶୁକ୍ରବାର ଧର୍ମଗଡ ଉପ ଜିଲାପାଳଙ୍କ…
ପିଲାଙ୍କୁ ପଢ଼ାଇଲେ ବିଧାୟକ
ପାଟଣା,୨୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଶୁକ୍ରବାର ପିଲାଙ୍କୁ ପାଠ ପଢାଇଥିଲେ। ବିଧକ ନାଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ନବମ…
ଗିରଫ ହେଲେ ୪ ଲୁଟେରା: ୫ ବାଇକ୍ ସହ ଟଙ୍କା ଜବତ
ଭଦ୍ରକ ଅଫିସ,୨୨।୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ଟି ମାମଲାରେ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଚୋରି ବାଇକ୍ ଓ ନଗଦ ଟଙ୍କା ଜବତ କରାଯାଇଥିବା ଶୁକ୍ରବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍ଡିପିଓ ପ୍ରଭାସ…
ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ: ୧୫ ଦିନ ତଳେ କରିଥିଲେ ବିବାହ
ଆରଡି,୨୨।୭(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେନ୍ଦ୍ର ମଲିକ(୨୮)। ମିଳିଥିବା ସୂଚନା ମୁତାବକ, ରାଜେନ୍ଦ୍ର ବିଲରେ କାମ କରୁଥିଲେ। ସେତିକିବେଳେ ଘଡ଼ଘଡି ସହ ବର୍ଷା…
ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର
ଦେବଗଡ଼,୨୨ା୭(ଡି.ଏନ୍.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ବମ୍ପରଡା ଗ୍ରାମରେ। ସୂଚନା ଅନୁଯାୟୀ, ବମ୍ପରଡା…
ପୁଣି ମହକିବ କଳାହାଣ୍ଡି କଫି
ଭବାନୀପାଟଣା,୨୨।୭(ସ୍ବ.ପ୍ର.): ପୁଣି ନିଜ ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି। ଜିଲାରେ ମହକିବ କଫି ଚାଷ। ୧୯୮୦ରେ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିିଥିଲା। କିନ୍ତୁ ତତ୍କାଳୀନ ସରକାରୀ…
ଶ୍ରାବଣରେ ଜମି ଶୁଖିଲା, ଚିନ୍ତାରେ ଚାଷୀ
କୋଲାବିରା,୨୨ା୭(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆଗେଇପାରୁ ନାହିଁ। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଥିଲା। ଏହାକୁ ନେଇ…
ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ
ଚୌଦ୍ୱାର,୨୨ା୭(ଡି.ଏନ୍.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ବର୍ଗତ ଗୌରମୋହନ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଶୁକ୍ରବାର…
ଝାରସୁଗୁଡ଼ାରେ କଡାକଡି ହେଲା କଟକଣା
ଝାରସୁଗୁଡ଼ା ଅଫିସ,୨୨ା୭- କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଜୁଲାଇ ୨୧ରୁ ଆଗାମୀ ଏକମାସ ବ୍ୟାପୀ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।…
ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର
ବ୍ରହ୍ମପୁର ଅଫିସ, ୨୨।୭: ବ୍ରହ୍ମପୁର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ଏଥିରେ ଆହତ ହୋଇଥିବା ଦୁଇଜଣଙ୍କୁ ଚିକିତ୍ସା ପାଇଁ…
୭ ଶ୍ରେଣୀକୁ ୨ ଶିକ୍ଷକ
ପରଜଙ୍ଗ, ୨୨।୭(ଡି.ଏନ୍.ଏ.) ସାତଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ଜଣ ଶିକ୍ଷକ। ସେଥିରେ ଜଣଙ୍କ କାନ୍ଧରେ ଲଦି ଦିଆଯାଇଛି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ସ୍କୁଲର ନଥିପତ୍ର, ମଧ୍ୟାହ୍ନ ଭୋଜନ, ଉପସ୍ଥାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଝିବାରେ ବିତିଯାଉଛି ତାଙ୍କର ଦିନ।…
Archives


