ମାଓବାଦୀ ପ୍ରଥମ କରି ପାଦ ଥାପିଥିବା ଗାଁ ମସିଣା

ଲାଠୋର,୨୬ା୧୧(ଡ଼ି.ଏନ.ଏ.) ଭୁବନେଶ୍ୱର ବାରିକ: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତର ବଣ ପାହାଡ଼ ଘେରା ମସିଣା ଏକ ଆଦିବାସୀ ବହୁଳ ଗ୍ରାମ। ଗ୍ରାମର ଉତ୍ତର ଦିଗରେ ବଣପାହାଡ ରହିଥିବା ବେଳେ ପଶ୍ଚିମରେ ଚାନ୍ଦଲି ପାହାଡ ରହିଛି। ସେହିପରି ପୂର୍ବ ଦିଗରେ ଧୂମା ପାହାଡ଼ ରହିଛି। ଦକ୍ଷିଣ ଦିଗରେ ଏକ ନାଲା ତଳକୁ ବହି ଯାଇଛି। ଗତ ୨୦୧୧ ମସିହାରେ ମାଓବାଦୀମାନେ ବଲାଙ୍ଗୀର ଜିଲାର ଏହି ଗ୍ରାମରେ ପ୍ରଥମ କରି ପାଦ ଥାପିଥିଲେ। ଏହାକୁ ନେଇ ସେତେବେଳେ ଜିଲାରେ ହଇଚଇ ସୃଷ୍ଟି ହୋଇଥିଲା । ପ୍ରଶାସନର ଚେତା ପଶିଥିଲା। ତେଣୁ ଗ୍ରାମବାସୀ କିଭଳି ମୌଳିକ ସୁବିଧା ପାଇ ପାରିବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ସମନ୍ବିତ ବିକାଶ ଯୋଜନାରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ଗ୍ରାମର ବିକାଶ ପାଇଁ ଖପ୍ରାଖୋଲ ବ୍ଲକକୁ କୋଟି କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ବିଭିନ୍ନ କାରଣରୁ ଉକ୍ତ ଅନୁଦାନର ସଦ୍‌ ବିନିଯୋଗ ହୋଇ ପାରିନାହିଁ। ଏପରି କି ଟଙ୍କା ମଧ୍ୟ ଫେରିଯାଇଛି। ଗତ କିଛି ବର୍ଷ ହେବ ଉକ୍ତ ଯୋଜନାରେ ଆସୁଥିବା ଅନୁଦାନ ବନ୍ଦ ରହିଥିବା ବେଳେ ମାଓବାଦୀ ଅଧ୍ୟୁଷିତ ମସିଣା ଗ୍ରାମରେ ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଏବେ ବି ଗ୍ରାମବାସୀ ନା ନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଆଦିବାସୀ ବହୁଳ ମସିଣା ଗ୍ରାମରେ ୨୯୬ ପରିବାରର ସମୁଦାୟ ୧୩୩୭ ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ୧୮୯ ଆଦିବାସୀ ପରିବାର ରହିଥିବା ବେଳେ ୮୦ ଦଳିତ ପରିବାର ଏବଂ ୨୭ ଅନ୍ୟ ସଂପ୍ରଦାୟର ପରିବାର ରହୁଛନ୍ତି।

ସେମାନେ ଚାଷ କାର୍ଯ୍ୟ କରି ଓ କେହି ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଗୁଜରାଣ ମେଣ୍ଟାଇଥାନ୍ତି। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁ କୁମ୍ଭାରଙ୍କ ସୂଚନା ଅନୁସାରେ ଗ୍ରାମର ସମୁଦାୟ ଲୋକସଂଖ୍ୟା ମଧ୍ୟରୁ ୪୪ ପ୍ରତିଶତ ଲୋକ ସାକ୍ଷର ହୋଇଥିବା ବେଳେ ୫୬ ପ୍ରତିଶତ ଲୋକ ନିରକ୍ଷର ରହିଛନ୍ତି। ଗ୍ରାମକୁ ଆଜି ଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରି ନାହିଁ। ଯେଉଁ ପିଚୁ ରାସ୍ତା ରହିଛି ସ୍ଥାନେ ସ୍ଥାନେ ଖାଲ ଖମା ସୃଷ୍ଟି ହୋଇଥିବାରୁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମରେ ଗଭୀର ନଳକୂପ ଖୋଳିବାର ବର୍ଷେ ପରେ ଏବେ ଏକ ମାସ ହେବ ଏଠାରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହା କେବେ ସମ୍ପୂର୍ଣ୍ଣ ହେବ କହି ହେବନାହିଁ। ଏଠିକାର ଲୋକେ ନଳକୂପ ତଥା ଖୋଲା କୂଅରୁ ଦୂଷିତ ଜଳ ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଫଳରେ ଦିନକୁ ଦିନ ଗ୍ରାମରେ କିଡନୀ ଜନିତ ରୋଗୀ ସଂଖ୍ୟା ବଢିବାରେ ଲାଗିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ ୨୨୦ ଜବ କାର୍ଡଧାରୀ ଶ୍ରମିକ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗ, ବନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ ବିଭାଗ ଆଦିରୁ ଏମଜିଏନଆରଇଜିଏସ କାର୍ଯ୍ୟରେ ମଜୁରି ପ୍ରଦାନରେ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି । ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ କରାଯାଉଥିବାରୁ ଅନେକ ଶ୍ରମିକ କାର୍ଯ୍ୟରୁ ମୁହଁ ଫେରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।
ଗ୍ରାମରେ ରହିଥିବା ୧୫୦ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଗ୍ରାମରେ ଏକ (ଡ୍ୟାମ)ବନ୍ଧ ନିର୍ମାଣ କରାଯାଇ ଚାଷୀଙ୍କୁ କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ହେଲେ ବନ୍ଧର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୫୦ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁନାହଁି ବୋଲି ଗ୍ରାମର ଚାଷୀ ରାଜକିଶୋର ଭୋଇ,ପଟନାଏକ ଭୋଇ, କୃଷ୍ଣ ଲିଟି, ଟଙ୍କ ନାଗ ପ୍ରମୁଖ ପ୍ରକାଶ କରିଛନ୍ତି। ଚାଷ ମୁଖ୍ୟ ଜୀବିକା ହୋଇଥିବା ବେଳେ ପାଣି ସୁବିଧା ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁଙ୍କ ତଥ୍ୟ ଅନୁସାରେ ୨୯୬ ପରିବାରଙ୍କ ମଧ୍ୟରୁ ୮୮ ପରିବାରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ଅନେକ ପରିବାର ଏଥିରୁ ବଞ୍ଚତ୍ତ ରହିଛନ୍ତି। ସେହିପରି ବାର୍ଦ୍ଧକ୍ୟ ,ବିକଳାଙ୍ଗ ଏବଂ ବିଧବା ଭତ୍ତା ୧୦୮ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଭତ୍ତା ପ୍ରଦାନ ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଦୀର୍ଘ ଦିନରୁ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ତାଙ୍କୁ ପ୍ରଶାସନ ଭତ୍ତା ପ୍ରଦାନ କରିପାରି ନାହିଁ। ଏଥିରୁ ମସିଣା ଗ୍ରାମରେ ବିକାଶର ଚିତ୍ର କିପରି ତାହା ଅନୁମେୟ ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପାଇଲେ ମାଙ୍କିଡ଼ିଆ ଜନଜାତି ଯୁବକ

ବାରିପଦା ଅଫିସ, ୩୦।୭- ମାଙ୍କିଡ଼ିଆ ଜନଜାତିର ପ୍ରଥମ ମାଟ୍ରିକ୍ୟୁଲେଟ ବାୟା ମାଙ୍କିଡ଼ିଆଙ୍କୁ ମିଳିଛି ସରକାରୀ ଚାକିରି। ମୟୂରଭଞ୍ଜ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୩୨୪୭/୨୯ା୭ା୨୧...

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ...

ପାରିବାରିକ କଳହର କରୁଣ ପରିଣତି: କାଠ ଫାଳିଆ ମାଡ଼ରେ ଶିଶୁ କନ୍ୟା ଜୀବନ ଗଲା

ଆନନ୍ଦପୁର,୧୬। ୧୦(ସ୍ବ.ପ୍ର.)-ପାରିବାରିକ କଳହବେଳେ ୫ମାସର ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏହି ଶିଶୁକନ୍ୟାକୁ କୋଳରେ ଧରି ତାଙ୍କ ମା’, ଝଗଡ଼ା କରୁଥିବା ତାଙ୍କ ସ୍ବାମୀଙ୍କୁ ବୁଝାଶୁଝା ଉଦ୍ୟମ...

ଘାଟିରେ ଓଲଟିଲା ବସ୍‌, ୪ ଗୁରୁତର ୩୦ ଆହତ

ଠାକୁରମୁଣ୍ଡା,୪।୩(ଡି.ଏନ୍‌.ଏ.): ରାଇରଙ୍ଗପୁରରୁ ଭାୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍‌ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ପଡ଼ିବାରୁ...

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା...

ପ୍ରଥମ କାମାକ୍ଷାନଗର ମହୋତ୍ସବ ଆରମ୍ଭ

କାମାକ୍ଷାନଗର, ୯।୨(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥାଆନ୍ତି। ପ୍ରଥମଥର ଆୟୋଜିତ କାମାକ୍ଷାନଗର ମହୋତ୍ସବ ଉପଖଣ୍ଡ ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ କରିବ...

ଟ୍ରେନ୍‌ରୁ ଖସି କଟିଥିଲା ଦୁଇ ଗୋଡ଼, ଚିକିତ୍ସାଧିନ ଅବସ୍ଥାରେ ଯୁବକ ମୃତ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ରୋଡ୍‌ ଷ୍ଟେଶନରେ ମଙ୍ଗଳବାର ଏକ ପାସେଞ୍ଜର ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଜଣେ ଯାତ୍ରୀ ଅସାବଧାନତାବଶତଃ ଖସି ପଡ଼ିଥିଲେ। ସେ ଟ୍ରେନ୍‌ ଲାଇନ୍‌ରେ...

ଖଳାରେ ନିଆଁ ଲାଗି ଜଳିଗଲା ବସ୍ତା ବସ୍ତା ଧାନ

ହିଞ୍ଜିଳିକାଟୁ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପଳାସି ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ଖଳାରେ ପ୍ରାୟ ୩୫ ବସ୍ତା ଧାନ ଓ ୩ଟି ପାଳଗଦା ପୋଡ଼ି...

Advertisement
Archives

Model This Week